Jitendra Shastri : ଦୁନିଆକୁ ଆଲବିଦା କହିଲେ ମିର୍ଜାପୁରର ଉସମାନ୍
Advertisement
Article Detail0/zeeodisha/odisha1397117

Jitendra Shastri : ଦୁନିଆକୁ ଆଲବିଦା କହିଲେ ମିର୍ଜାପୁରର ଉସମାନ୍

Jitendra Shastri Dies : ପୁଣି ଶୋକରେ ବୁଡିଲା ବଲିଉଡ୍ । କଳା ଜଗତରୁ ଆସିଲା ଦୁଖଃଦ ଖବର ।  ଅଭିନେତାଙ୍କ ବିୟୋଗରେ ବିଲିଉଡ୍ ଷ୍ଟାର ଓ ବହୁମାନ୍ୟଗନ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।  ସେ ଅଭିନେତା କେବଳ ଫିଲ୍ମ ନୁହେଁ ବରଂ ମଞ୍ଚରେ ମଧ୍ୟ  ନିଜର ଦମଦାର ଅଭିନୟ ପାଇଁ ସଫଳତା ହାସଲ କରିଥିଲେ। 

ସୌଜନ୍ୟ : ସୋସିଆଲ ମିଡିଆ

Jitendra Shastri Dies : ପୁଣି ଶୋକରେ ବୁଡିଲା ବଲିଉଡ୍ । କଳା ଜଗତରୁ ଆସିଲା ଦୁଖଃଦ ଖବର । ବଲିଉଡ଼ ଅଭିନେତା ଜିତେନ୍ଦ୍ର ଶାସ୍ତ୍ରୀଙ୍କ ୬୫ ବର୍ଷରେ ( Jitendra Shastri ) ପରଲୋକ ଘଟିଛି । ଇଣ୍ଡଷ୍ଟ୍ରିରେ ସେ ଜିତୁ ଭାଇ ନାମରେ ପରିଚିତ ଥିଲେ । ତାଙ୍କର ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଅଭିନେତା ଜିତେନ୍ଦ୍ର ଶାସ୍ତ୍ରୀ ନିଜର ଦମଦାର ଅଭିନୟ ପାଇଁ ଏକ ସ୍ବତନ୍ତ୍ର ଛାପ ଛାଡି ଯାଇଛନ୍ତି ।  ଅଭିନେତାଙ୍କ ବିୟୋଗରେ ବିଲିଉଡ୍ ଷ୍ଟାର ଓ ବହୁମାନ୍ୟଗନ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।  ଅଭିନେତା ଜିତେନ୍ଦ୍ର ଶାସ୍ତ୍ରୀ କେବଳ ଫିଲ୍ମ ନୁହେଁ ବରଂ ମଞ୍ଚରେ ମଧ୍ୟ  ନିଜର ଦମଦାର ଅଭିନୟ ପାଇଁ ସଫଳତା ହାସଲ କରିଥିଲେ। ସେ ମଞ୍ଚ ଅଭିନେତା ଭାବରେ ମଧ୍ୟ ବେଶ ଜଣାଶୁଣା ଥିଲେ । 

ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଅଭିନୟର ପାଠ ପଢି ସାରି ସେ ଅଭିନୟ କ୍ଷେତ୍ରରେ ପାଦ ଥାପିଥିଲେ । 'ମିର୍ଜାପୁର' (Mirzapur Actor Jitendra Shastri )ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ ସେ ଅଧିକ ଜଣାଶୁଣା ଥିଲେ । ସେ ଲଜ୍ଜା(Lajja) , ଚରସ(Charas) , ବ୍ଲାକ ଫ୍ରାଇଡେ (Black Friday) ଭଳି କେତକ ଫିଲ୍ମରେ କାମ କରିଥିଲେ । ବିଶେଷ କରି ୨୦୧୯ରେ ରିଲିଜ ହୋଇଥିବା ଫିଲ୍ମ ‘ଇଣ୍ଡିଆଜ ମୋଷ୍ଟ ଓ୍ବାଣ୍ଟେଡ’ରେ ଅଭିନୟ ଲାଗୁ ତାଙ୍କୁ ବେଶ ପ୍ରଂଶସା ମଧ୍ୟ କରାଯାଇଥିଲା। ଏଥିରେ ସେ ନେପାଳରେ ଥିବା ଏକ ଗୁପ୍ତଚର ଭୂମିକା ନିଭାଇଥିଲେ, ଯିଏ ଏକ କୁଖ୍ୟାତ ଆତଙ୍କବାଦୀକୁ ଧରାଇଦେବାକୁ ସାହାଯ୍ୟ କରିଥାନ୍ତି ।  ଅଭିନେତା ସଞ୍ଜୟ ମିଶ୍ରା ନିଜ ଟ୍ବିଟର ହ୍ୟାଣ୍ଡେଲରେ ଜିତେନ୍ଦ୍ର ଶାସ୍ତ୍ରୀଙ୍କ ସହ ନିଜର କିଛି ପୁରୁଣା ଭିଡ଼ିଓ ସେୟାର କରିଛନ୍ତି । ଏହାସହ ବହୁ ସହ କଳାକାରମାନେ ମଧ୍ୟ ଜିତେନ୍ଦ୍ରଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

 ଏହାବି ପଢନ୍ତୁ : Drishyam 2 New Poster : 'କବର ଭିତରୁ ବାହାରିବ ଲାସ୍'

ଅଭିନେତା ସଞ୍ଜୟ ମିଶ୍ରା (Sanjay Mishra) ନିଜ ଟୁଇଟରେ ଲେଖିଛନ୍ତି ଯେ, ଯଦି ତୁମେ ଜିତୁ ଭାଇ ଥାଆନ୍ତା, ତୁମେ ଏପରି କିଛି କହିଥାନ୍ତ, “ମିଶ୍ରା ଯାହା ହୁଏ ବେଳେବେଳେ ହୁଏ, ନାଁ ମୋବାଇଲରେ ରହିଥାଏ, ଏବଂ ବ୍ୟକ୍ତି ନେଟୱାର୍କ ବାହାରେ”। ସେହିପରି ଅଭିନେତା ମନୋଜ ବାଜପେୟୀ(Manoj Bajpayee ) ମଧ୍ୟ ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି । ସେ ନିଜ ଟୁଇଟରେ ଲେଖିଛନ୍ତି ଯେ, "ମୋର ବରିଷ୍ଠ ତଥା ପୂର୍ବତନ ମୁମ୍ବାଇ ଦିନର ବନ୍ଧୁ ଜିତୁ ଶାସ୍ତ୍ରୀଙ୍କ ଦେହାନ୍ତ ଶୁଣି ଅତ୍ୟନ୍ତ ଦୁଃଖିତ! ସେ ଜଣେ ମହାନ ଅଭିନେତା ଏବଂ ଜଣେ ଆଦର୍ଶ ମଣିଷ!" । ସେହିପରି ରାଜେସ ତୈଲାଙ୍ଗ (Rajesh Tailang)ମଧ୍ୟ ଟୁଇଟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ "ଶାସ୍ତ୍ରୀ ଆଉ ନାହାଁନ୍ତି ବୋଲି ସେ ଜାଣିପାରୁ ନାହାଁନ୍ତି ଏବଂ ସ୍ୱର୍ଗତ ଅଭିନେତାଙ୍କୁ ନିକଟରୁ ଜାଣିବା ସୌଭାଗ୍ୟ ବୋଲି ସେ ଉଲ୍ଲେଖ କରିଛନ୍ତି"। ସିନେ ଏବଂ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ୍ (CINTAA) ମଧ୍ୟ ମହାନ ଅଭିନେତାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।