Mithun Chakraborty: ବ୍ରେନ୍ ଷ୍ଟ୍ରୋକରୁ ସୁସ୍ଥ ହେବା ପରେ ପୁଅ ବୋହୂଙ୍କ ସହ ବୁଲିଲେ ମିଥୁନ
Advertisement

Mithun Chakraborty: ବ୍ରେନ୍ ଷ୍ଟ୍ରୋକରୁ ସୁସ୍ଥ ହେବା ପରେ ପୁଅ ବୋହୂଙ୍କ ସହ ବୁଲିଲେ ମିଥୁନ

Mithun Chakraborty: କିଛି ଦିନ ପୂର୍ବରୁ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଅସୁସ୍ଥ ହେବାର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ ବର୍ତ୍ତମାନ ଆପଣଙ୍କ ପ୍ରିୟ ଅଭିନେତା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ସୁସ୍ଥ ହେବା ମାତ୍ରେ ତାଙ୍କ ପୁଅ ଏବଂ ବୋହୂ ସହିତ ବୁଲିବାକୁ ଯାଇଛନ୍ତି । ସେହି ସମୟର ଫଟୋ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି ।

Mithun Chakraborty: ବ୍ରେନ୍ ଷ୍ଟ୍ରୋକରୁ ସୁସ୍ଥ ହେବା ପରେ ପୁଅ ବୋହୂଙ୍କ ସହ ବୁଲିଲେ ମିଥୁନ

Mithun Chakraborty: ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ନିଜର ଦମଦାର ଅଭିନୟ ପାଇଁ ବେଶ୍ ଜଣାଶୁଣା । କେବଳ ସେତିକି ନୁହେଁ ରାଜନୀତିରେ ମଧ୍ୟ ବେଶ୍ ସକ୍ରିୟ ଅଛନ୍ତି ମିଥୁନ । ମିଥୁନ ଚକ୍ରବର୍ତୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଖବର ମିଥୁନଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଚକିତ କରିଦେଇଥିଲା। ତେବେ ବର୍ତ୍ତମାନ ମିଥୁନଙ୍କ ସ୍ଥାସ୍ୟ ଅବସ୍ଥା ଭଲ ଅଛି । ଏଥିସହ ସେ ନିଜର କାମ ଆରମ୍ଭ କରିଛନ୍ତି । ସେ 'ଶାସ୍ତ୍ରୀ' ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିଥିବା ଖବର ଆସିଛି । ନିକଟରେ ଚଳଚ୍ଚିତ୍ର ନିର୍ମାତା ମଧ୍ୟ 'ଶାସ୍ତ୍ରୀ'ର ସେଟରୁ ମିଥୁନ ଚକ୍ରବର୍ତ୍ତୀଙ୍କର ଏକ ଭିଡିଓ ସେୟାର କରିଥିଲେ । କାମରୁ କିଛି ସମୟ ଛୁଟି ନେବା ସହ ମିଥୁନ ବର୍ତ୍ତମାନ ତାଙ୍କ ପୁଅ ଏବଂ ବୋହୂଙ୍କ ସହିତ ବୁଲିବାକୁ ଯାଇଛନ୍ତି ।

ମାଡାଲସା ସେୟାର କରିଥିବା ଏକ ଫଟୋରେ ତାଙ୍କ ସ୍ୱାମୀ ମିମୋ ଚକ୍ରବର୍ତ୍ତୀଙ୍କ ସହ ମିଥୁନ ଏକ ବିମାନରେ ବସିଥିବାର ନଜର ଆସିଛନ୍ତି। ମିଥୁନ ମାସ୍କ ପିନ୍ଧି ବସିଥିବାର ଦେଖିବାକୁ ମିଳିଛି । ତାଙ୍କ ପୁଅ ଏବଂ ବୋହୂ ସ୍ମାଇଲିଂ ଫେସରେ କ୍ୟାମେରାରେ ଫଟୋ ଉଠାଇଛନ୍ତି । ତେବେ ମିଥୁନ୍ ତାଙ୍କ ପୁଅ ଏବଂ ବୋହୂଙ୍କ ସହିତ କେଉଁଠାକୁ ବୁଲିବାକୁ ଯାଇଛନ୍ତି ସେନେଇ ଜଣାପଡିନାହିଁ । ମିଥୁନଙ୍କ ସ୍ୱାସ୍ଥ୍ୟ ଭଲହେବା ପରେ ପ୍ରଶଂସକମାନେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।

Post- 

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଯନ୍ତ୍ରଣା ଅନୁଭବ କରିଥିଲେ, ପରେ ତାଙ୍କୁ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ରେଡିଓଲୋଜି ଏବଂ ଲାବୋରେଟୋରୀ ରିପୋର୍ଟରୁ ଜଣାପଡିଥିଲା ଯେ, ତାଙ୍କୁ ବ୍ରେନ୍ ଷ୍ଟ୍ରୋକ ହେଇଥିଲା । ତେବେ ବର୍ତ୍ତମାନ ମିଥୁନ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ଖୁବ୍ ଶୀଘ୍ର ଫିଲ୍ମ 'ଶାସ୍ତ୍ରୀ'ରେ ଆପଣଙ୍କ ପ୍ରିୟ ଅଭିନେତାଙ୍କୁ ଆପଣ ଦେଖିବାକୁ ପାଇବେ ।

Also Read- ପରୀ ହତ୍ୟା ମାମଲା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିଯୁକ୍ତ ସରୋଜ

Also Read- Hand Transplant: ଦୁଇ ହାତ ହରାଇଥିଲେ ବ୍ୟକ୍ତି, ଏବେ ଫେରିପାଇଲେ....