ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ଆଭା, ସାରା ଓଡ଼ିଶାରେ ବିଭିନ୍ନ ମହଲରୁ ପ୍ରଶଂସା
Advertisement
Article Detail0/zeeodisha/odisha2428823

ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ଆଭା, ସାରା ଓଡ଼ିଶାରେ ବିଭିନ୍ନ ମହଲରୁ ପ୍ରଶଂସା

Ollywood News: "ଆଭା" ରିଲିଜ୍ ପରେ କଟକ, ଭୁବନେଶ୍ୱର ସମେତ ବାଲେଶ୍ୱର, ଯାଜପୁର, ବ୍ରହ୍ମପୁରରେ ହାଉସଫୁଲ ହେବା ସହିତ ଦର୍ଶକଙ୍କର ଢେର ପ୍ରଶଂସା ମିଳିଛି । ଆଭା ଏକ ନିପଟ ମଫସଲ ଗାଁର ଗରିବ ପରିବାରର ଜଣେ ଶାରୀରିକ ଭିନ୍ନକ୍ଷମ ଝିଅ । ଭିନ୍ନକ୍ଷମ ହେଲେ ମଧ୍ୟ କେମିତି ଜୀବନ ଶୈଳୀରେ ବଞ୍ଚିବାକୁ ହେବ ଯାହା ସମାଜକୁ ଏକ ପ୍ରକାର ଶିକ୍ଷା ମିଳିଛି ତାହାରି ଉପରେ ଆଧାରିତ ଚଳଚ୍ଚିତ୍ର ଆଭା । 

ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ଆଭା, ସାରା ଓଡ଼ିଶାରେ ବିଭିନ୍ନ ମହଲରୁ ପ୍ରଶଂସା

Ollywood News: ଓମ୍ ବାବା ପ୍ରଡ଼କସନ୍ସ ଦ୍ୱାରା ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଆଭା"  ଜଣେ ଭିନ୍ନକ୍ଷମ ନାରୀର କାହାଣୀ ଓଡ଼ିଶାର ୧୮ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ସ୍ଵାତି ସିନେପ୍ଲେକ୍ସରେ ପ୍ରିମିୟର ଶୋ ଅନୁଷ୍ଠିତ ହୋଇଥିଲା । ଶୋ ଦେଖିବା ପାଇଁ ଆଭାର ପୁରା ଟିମ୍ ସହିତ ଓଲିଉଡ଼ର ବହୁ ପ୍ରଯୋଜକ, ନିର୍ଦ୍ଦେଶକ ଓ ସିନେ ସମୀକ୍ଷକମାନେ ଏକାଠି ହୋଇଥିଲେ । ସମ୍ପୂର୍ଣ୍ଣ ଚଳଚ୍ଚିତ୍ରଟି ଦେଖି ଭୁୟସୀ ପ୍ରଶଂସା କରିଥିଲେ ।

"ଆଭା" ରିଲିଜ୍ ପରେ କଟକ, ଭୁବନେଶ୍ୱର ସମେତ ବାଲେଶ୍ୱର, ଯାଜପୁର, ବ୍ରହ୍ମପୁରରେ ହାଉସଫୁଲ ହେବା ସହିତ ଦର୍ଶକଙ୍କର ଢେର ପ୍ରଶଂସା ମିଳିଛି । ଆଭା ଏକ ନିପଟ ମଫସଲ ଗାଁର ଗରିବ ପରିବାରର ଜଣେ ଶାରୀରିକ ଭିନ୍ନକ୍ଷମ ଝିଅ । ଭିନ୍ନକ୍ଷମ ହେଲେ ମଧ୍ୟ କେମିତି ଜୀବନ ଶୈଳୀରେ ବଞ୍ଚିବାକୁ ହେବ ଯାହା ସମାଜକୁ ଏକ ପ୍ରକାର ଶିକ୍ଷା ମିଳିଛି ତାହାରି ଉପରେ ଆଧାରିତ ଚଳଚ୍ଚିତ୍ର ଆଭା । ଖୁବ୍ ସୁନ୍ଦର ଅଭିନୟ କରିଛନ୍ତି ଆଭା ଓରଫ ସୋନା ମଲ୍ଲିକ । ଏହି ଚଳଚ୍ଚିତ୍ରଟି ପଶ୍ଚିମବଙ୍ଗର ମେଦିନିପୁରର ଏକ ଆଦିବାସୀ ଗ୍ରାମର ଜଙ୍ଗଲ ଘେରି ରହିଥିବା ଏକ ଗ୍ରାମୀଣ ପରିବେଶରେ ସୁଟିଂ କରାଯାଇଛି । ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକ ଅନେକ ନୂଆ ସ୍ୱାଦ ପାଇବେ ବୋଲି ନିର୍ଦ୍ଦେଶକ କହିଛନ୍ତି। ଏହି ଚଳଚ୍ଚିତ୍ର ନାରୀ କୈନ୍ଦ୍ରିକ ହୋଇଥିବାରୁ ସମାଜରେ ସୁପ୍ରଭାବ ପକାଇବ ବୋଲି ନିର୍ମାତା ଓ ନିର୍ଦ୍ଦେଶକ ଆଶା ପ୍ରକଟ କରିଛନ୍ତି। ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ପ୍ରବୀର ମହାପାତ୍ର । କାହାଣୀ ଓ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପଲ୍ଲଵ ରୟ । ସଂଳାପ ଲେଖିଛନ୍ତି ବିଶିଷ୍ଟ ଗୀତିକାର ମୋହିତ ଚକ୍ରବର୍ତ୍ତୀ । ଚିତ୍ରୋତ୍ତଳନରେ ଚିତ୍ତରଞ୍ଜନ ବିଶ୍ୱାଳ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ସତ୍ୟ ପ୍ରକାଶ ସାହୁ । କ୍ରିଏଟିଭ ହେଡ୍‌ (ମାର୍କେଟିଙ୍ଗ ଓ ପିଆର୍) ଦାୟିତ୍ଵ ରେ ଅଛନ୍ତି  ପ୍ରଣୟ ଜେଠୀ ।

ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଓମ୍ ବାବା ପ୍ରଡକସନ୍ସ ଏକ ନୂଆ ସ୍ୱାଦର ସିନେମା ଭେଟି ଦେଇଛି । ଆଭା ଚଳଚ୍ଚିତ୍ରର ମୁଖ୍ୟ ନାୟିକା ଭାବେ ନବାଗତା ଅଭିନେତ୍ରୀ ସୋନା ମଲ୍ଲିକ ଅଭିନୟ କରିଛନ୍ତି । ତାଙ୍କ ସହିତ ଅଭିଜ୍ଞ ଅଭିନେତ୍ରୀ ଅନୁ ଚୌଧୁରୀ, କେଦାର ମିଶ୍ର , ଶ୍ଵେତା ଆଚାର୍ଯ୍ୟଙ୍କ, ଵିଶାଲ ସାହୁ ସମେତ ଆହୁରି ଅନେକ ତାରକା ଅଭିନୟ କରିଛନ୍ତି।  ସାରା ଓଡ଼ିଶାରେ ଆଭା ଚଳଚ୍ଚିତ୍ର ଦର୍ଶାକାଦୃତ ହେବା ସହିତ ଢେର ପ୍ରଶଂସା ମିଳୁଛି ବୋଲି କ୍ରି୍ଏଟିଭ ହେଡ଼, ମାର୍କେଟିଙ୍ଗ ଏବଂ ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି ।

Also Read- Weekly Family Horoscope: ୧୬ ସେପ୍ଟେମ୍ୱରରୁ ୫ ରାଶିକୁ ମିଳିବ ପାରିବାରିକ ସୁଖ

Also Read- Rainfall: ବିପଦ ସଙ୍କେତ ଅତିକ୍ରମ କଲା ଏହି ନଦୀ, ଲୋକଙ୍କୁ ସତର୍କ କରାଇଲା ପ୍ରଶାସନ