ନୁସରତ ଜାହାନଙ୍କ ପୁଅର ଜନ୍ମ ପ୍ରମାଣପତ୍ରରେ ଉନ୍ମୋଚିତ ହେଲା ପିତାଙ୍କ ନାମର ରହସ୍ୟ, ଜାଣନ୍ତୁ ଡିଟେଲ୍ସ
X

ନୁସରତ ଜାହାନଙ୍କ ପୁଅର ଜନ୍ମ ପ୍ରମାଣପତ୍ରରେ ଉନ୍ମୋଚିତ ହେଲା ପିତାଙ୍କ ନାମର ରହସ୍ୟ, ଜାଣନ୍ତୁ ଡିଟେଲ୍ସ

ନୁସରତ ଜାହାନ ନିଜ ପୁଅର ପିତାଙ୍କ ନାମ ପ୍ରକାଶ କରିବାବେଳେ କହିଛନ୍ତି, 'ମୁଁ ଭାବୁଛି ଏହା ଏକ ଭୁଲ ପ୍ରଶ୍ନ ଓ ଏହା ଜଣେ ମହିଳାଙ୍କ ଚରିତ୍ର ଉପରେ ଭୁଲ ଦୃଶ୍ୟ ଦର୍ଶାଉଛି, ପିତା କିଏ?'

ନୁସରତ ଜାହାନଙ୍କ ପୁଅର ଜନ୍ମ ପ୍ରମାଣପତ୍ରରେ ଉନ୍ମୋଚିତ ହେଲା ପିତାଙ୍କ ନାମର ରହସ୍ୟ, ଜାଣନ୍ତୁ ଡିଟେଲ୍ସ

କୋଲକାତା: ଅଭିନେତ୍ରୀ ତଥା ସାଂସଦ ନୁସରତ ଜାହାନଙ୍କ (Nusrat Jahan) ସନ୍ତାନର ପିତାଙ୍କ ନାମ ପ୍ରକାଶ ପାଇଛି । ପିତାଙ୍କ ନାମ ଖୁଲାସା ଶିଶୁର ଜନ୍ମ ପ୍ରମାଣପତ୍ରରେ (Birth certificate) ପାଇଛି । ନୁସରତ ଜାହାନଙ୍କ ପିଲାର ବାପା ସ୍ୱାମୀ ନିଖିଲ ଜୈନ (Nikhil Jain) ନୁହେଁ ବରଂ ପ୍ରେମିକ ୟଶଦାସ (Yashdas Gupta) ଗୁପ୍ତା ଅଟନ୍ତି ।

ନୁସରତ ଜାହାନଙ୍କ କଥିତ ପାର୍ଟନର ତଥା ବଙ୍ଗୀୟ ଅଭିନେତା ୟଶ ଦାସଗୁପ୍ତଙ୍କ ନାମ ନିଜ ପିଲାର ଜନ୍ମ ପ୍ରମାଣପତ୍ରରେ ପିତା ଭାବରେ ଲେଖାଯାଇଛି । ବିଶେଷ କଥା ହେଉଛି ଏହା ପୂର୍ବରୁ ଅଭିନେତ୍ରୀ ନିଜ ପିଲାର ବାପାଙ୍କ ନାମ ବିଷୟରେ ସୂଚନା ଦେବାକୁ ମନା କରିଦେଇଥିଲେ ।

ଅଧିକ ପଢ଼ନ୍ତୁ: ରେଲୱେରେ ୩୦୦୦ ରୁ ଅଧିକ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ କେବେଠାରୁ କରିପାରିବେ ଆବେଦନ

ଏହାପୂର୍ବରୁ ଯେତେବେଳେ ନୁସରତ ଜାହାନଙ୍କୁ ତାଙ୍କ ସନ୍ତାନର ପିତାଙ୍କ ନାମ ବିଷୟରେ ପଚରାଯାଇଥିଲା, ସେତେବେଳେ ତାଙ୍କ ପୁଅର ପିତାଙ୍କୁ ପ୍ରକାଶ କରିବାବେଳେ ନୁସରତ ଜାହାନ କହିଥିଲେ ଯେ, "ମହିଳାଙ୍କ ଚରିତ୍ରକୁ ଦାଗ କରିବା ପାଇଁ ଏହା ଏକ ସହଜ ଉପାୟ । ପିତାଙ୍କ ନାମ କଣ ବୋଲି ପଚାରା ଯିବାରୁ ସେ କହିଥିଲେ ଶିଶୁର ପିତା ଜାଣନ୍ତି ଯେ ସେ ଶିଶୁର ପିତା ଅଟନ୍ତି । ଆମେ ଏକତ୍ର ଆମର ପରିବାରକୁ ଉପଭୋଗ କରୁଛୁ । " ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଏବଂ ୟଶ ଏକାଠି ଭଲ ସମୟ କଟାଉଛୁ ।"

ଅଧିକ ପଢ଼ନ୍ତୁ: Cabinet Decisions: କେନ୍ଦ୍ର ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ଯୋଗୁଁ ଲକ୍ଷ ଲକ୍ଷ ଲୋକ ପାଇବେ ଚାକିରୀ, ଜାଣନ୍ତୁ ଡିଟେଲ୍ସ

ନୁସରତ ଜାହାନ ନିଜ ପୁଅର ନାମ ଇଶାନ ରଖିଛନ୍ତି । ପିଲାରର ନାମ ପ୍ରକାଶ କରିବାବେଳେ ସେ କହିଥିଲେ ଯେ ମାତୃତ୍ୱ ଏକ ବଡ଼ ଅନୁଭବ । ଏହା ଏକ ନୂତନ ଜୀବନ । ନୂତନ ଆରମ୍ଭ ଅଛି । ପିଲାର ନାମ ଥିବାରୁ ଅଭିନେତା ୟଶ ଦାସଗୁପ୍ତଙ୍କୁ ସୋସିଆଲ ମିଡିଆରେ ଶିଶୁର ପିତା ବୋଲି କୁହାଯାଉଥିଲା । ୟଶ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ନୁସରତ ମା' ହେବାର ଖବର ସେୟାର କରିଥିଲେ । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମଧ୍ୟ ୟଶ ତାଙ୍କ କାରରେ ମା' ଓ ଶିଶୁକୁ ଘରକୁ ଆଣିଥିଲେ ।

Trending news