ଷ୍ଟାର ଦମ୍ପତ୍ତିଙ୍କୁ ବଡ଼ ଦାୟିତ୍ୱ; ସାଇବର ସେଲରେ ସବ୍ୟାର୍ଚ୍ଚିତା
Advertisement

ଷ୍ଟାର ଦମ୍ପତ୍ତିଙ୍କୁ ବଡ଼ ଦାୟିତ୍ୱ; ସାଇବର ସେଲରେ ସବ୍ୟାର୍ଚ୍ଚିତା

ଅଭିନେତା ସବ୍ୟସାଚୀ ମିଶ୍ର ଓ ତାଙ୍କ ପତ୍ନୀ ଅର୍ଚ୍ଚିତା ସାହୁଙ୍କୁ ସାଇବର ସେଲର ବ୍ରାଣ୍ଡ ଆମ୍ବାସଡୋର କରାଯାଇଛି। ଏହି ଉପଲକ୍ଷେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ହୋଇଛି।

ସୌ- ସୋସିଆଲ ମିଡିଆ

ଭୁବନେଶ୍ୱର: ରାଜ୍ୟ କ୍ରାଇମବ୍ରାଞ୍ଚର ସାଇବର ସେଲରେ ସବ୍ୟାର୍ଚ୍ଚିତା। ତେବେ ସେମାନେ କୌଣସି ଅପରାଧ କରି ନାହାନ୍ତି ବରଂ ଅପରାଧ ରୋକିବା କ୍ରାଇମବ୍ରାଞ୍ଚ ଯାଇଛନ୍ତି। ଅଭିନେତା ସବ୍ୟସାଚୀ ମିଶ୍ର ଓ ତାଙ୍କ ପତ୍ନୀ ଅର୍ଚ୍ଚିତା ସାହୁଙ୍କୁ ସାଇବର ସେଲର ବ୍ରାଣ୍ଡ ଆମ୍ବାସଡୋର କରାଯାଇଛି। ଏହି ଉପଲକ୍ଷେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ହୋଇଛି।

ଷ୍ଟାର ଦମ୍ପତ୍ତି ସବ୍ୟାର୍ଚ୍ଚିତାଙ୍କୁ ସାଇବର ସେଲର ବ୍ରାଣ୍ଡ ଆମ୍ବାସଡୋର ଭାବେ ନିଯୁକ୍ତି ଦିଆଯାଇଛି। ଏନେଇ ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ସବ୍ୟସାଚୀ ମିଶ୍ର (Sabyasachi Mishra) ଓ ତାଙ୍କ ପତ୍ନୀ ଅର୍ଚ୍ଚିତା ସାହୁ (Archita Sahu) ଲୋକଙ୍କୁ ସାବର ଠକେଇ ଓ ସାଇବର କ୍ରାଇମ ବିଷୟରେ ସଚେତନ କରିବେ। ଏହି ଅବସରରେ ସାଇବର କ୍ରାଇମ (Cyber Crime) କୁ ନେଇ ସଚେତନତା ବାର୍ତ୍ତା ଦେଉଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ର ରିଲିଜ କରାଯାଇଛି।

Also Read: ଭଉଣୀ ପାଇଁ ଭିକ୍ଷାବୃତ୍ତି; ମାମାକୁ ବଞ୍ଚାଇବା ପାଇଁ ସଙ୍ଘର୍ଷ କରୁଛି ବବଲୁ

କ୍ଷୁଦ୍ର ଚଳଚ୍ଚିତ୍ର (Short Movie) ସବ୍ୟସାଚୀ ଓ ଅର୍ଚ୍ଚିତା ଅଭିନୟ କରିଛନ୍ତି। ଚଳଚ୍ଚିତ୍ରରେ ଦେଖାଇଯାଇଛି ଯେ, କିଭଳି ଭାବେ ସାଇବର ଠକମାନେ ମୋବାଇଲକୁ ମିଛ ମେସଜ ପାଠାଇ ଲୋକଙ୍କୁ ଚୂନ ଲଗାଉଛନ୍ତି। ଆଉ ସେଥିରୁ ବଞ୍ଚିବା ପାଇଁ ଲୋକଙ୍କୁ କଣ କରିବାକୁ ପଡିବ। ଚଳଚ୍ଚିତ୍ରକୁ ଭେଟେରାନ ଫିଲ୍ମ ମେକର ବସନ୍ତ ସାହୁ (Basant Sahu)  ନିର୍ଦ୍ଦେଶନା ଦେଇଛନ୍ତି। 

fallback

ଏହି ଅବସରରେ ସବ୍ୟସାଚୀ, ଅର୍ଚ୍ଚିତା ଓ ବସନ୍ତ ସାହୁଙ୍କ ସମେତ କ୍ରାଇମବ୍ରାଞ୍ଚ ଏଡିଜି, ସଞ୍ଜିବ ପଣ୍ଡା, କ୍ରାଇମବ୍ରାଞ୍ଚ ଆଜି ଅମିତେନ୍ଦ୍ର ନାଥ ସିହ୍ନା ଉପସ୍ଥିତ ଥିଲେ।