ପ୍ରକୃତିଙ୍କ ନୂଆ ପାର୍ଟନରଙ୍କୁ ଦେଖି ଜଳୁଛନ୍ତି କି ବାବୁସାନ? ମୌନବ୍ରତ ଭାଙ୍ଗି କହିଲେ ଏହି କଥା
Advertisement

ପ୍ରକୃତିଙ୍କ ନୂଆ ପାର୍ଟନରଙ୍କୁ ଦେଖି ଜଳୁଛନ୍ତି କି ବାବୁସାନ? ମୌନବ୍ରତ ଭାଙ୍ଗି କହିଲେ ଏହି କଥା

ଭୁବନେଶ୍ୱର: ଦୀର୍ଘ ଦିନର ନିରବତା ପରେ ମୁହଁ ଖୋଲିଛନ୍ତି ବାବୁସାନ ମହାନ୍ତି। ପାରିବାରିକ ବିବାଦ ନେଇ ଶନିବାର ଓଲିଉଡ ଅଭିନେତା ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ୩୭ ସେକେଣ୍ଡର ଭିଡିଓରେ ସେ ନିଜ ଭୁଲ ମାନିବା ସହ ଓଡିଶାବାସୀଙ୍କୁ କ୍ଷମା ମାଗିଛନ୍ତି। ଏପରି କି ତାଙ୍କ ପତ୍ନୀ ଓ ଶ୍ୱଶୁର ଘର ପରିବାବାର ଉପରେ କୌଣସି ଆଞ୍ଚ ଆସିବାକୁ ଦେବେ ନାହିଁ ବୋଲି କହିଛନ୍ତି। 

ପ୍ରକୃତିଙ୍କ ନୂଆ ପାର୍ଟନରଙ୍କୁ ଦେଖି ଜଳୁଛନ୍ତି କି ବାବୁସାନ? ମୌନବ୍ରତ ଭାଙ୍ଗି କହିଲେ ଏହି କଥା

Babushan Prajruti Controversy, ଭୁବନେଶ୍ୱର: ଦୀର୍ଘ ଦିନର ନିରବତା ପରେ ମୁହଁ ଖୋଲିଛନ୍ତି ବାବୁସାନ ମହାନ୍ତି। ପାରିବାରିକ ବିବାଦ ନେଇ ଶନିବାର ଓଲିଉଡ ଅଭିନେତା ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ୩୭ ସେକେଣ୍ଡର ଭିଡିଓରେ ସେ ନିଜ ଭୁଲ ମାନିବା ସହ ଓଡିଶାବାସୀଙ୍କୁ କ୍ଷମା ମାଗିଛନ୍ତି। ଏପରି କି ତାଙ୍କ ପତ୍ନୀ ଓ ଶ୍ୱଶୁର ଘର ପରିବାର ଉପରେ କୌଣସି ଆଞ୍ଚ ଆସିବାକୁ ଦେବେ ନାହିଁ ବୋଲି କହିଛନ୍ତି। ତେବେ ଅଭିନେତ୍ରୀ ପ୍ରକୃତି ମିଶ୍ର ତାଙ୍କର ନୂଆ ପାର୍ଟନରଙ୍କ ସହ ଫଟୋ ପୋଷ୍ଟ କରିବା ପରେ ବାବୁସାନ ଜଳି ଯାଇଛନ୍ତି, ସେଥିପାଇଁ ସେ ନିଜ ପତ୍ନୀଙ୍କୁ ଫେରି ପାଇବା ପାଇଁ ଏଭଳି ଅଭନୟ କରୁଛନ୍ତି ବୋଲି ସୋସିଆଲ ମିଡିଆ ୟୁଜର୍ସ ଦାବି କରୁଛନ୍ତି।

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ବାବୁସାନ ମହାନ୍ତିଙ୍କ ଘରେ ପାରିବାରିକ ବିବାଦ ସୃଷ୍ଟି ହୋଇଛି। ବାବୁସାନ ଓ ପ୍ରକୃତିଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ଅଭିଯୋଗ କରିବା ସହ ଅଭିନେତାଙ୍କ ପତ୍ରୀ ତୃପ୍ତି ସତପଥୀ ଘର ଛାଡି ବାପଘରେ ରହୁଛନ୍ତି। ତେବେ ଦୀର୍ଘ ଦିନ ମୌନ ରହିବା ପରେ ବାବୁସାନ ଏହି ବିବାଦନ ନେଇ ମୁହଁ ଖୋଲିଛନ୍ତି। ୩୭ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରି ସେ ନିଜ ଭୁଲ ସ୍ୱିକାର କରିବା ସହ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି। ଏପରିକି ତାଙ୍କ ପତ୍ନୀ ଓ ଶ୍ୱଶୁରଙ୍କୁ କିଛି ହେବାକୁ ଦେବିନାହିଁ ବୋଲି କହିଛନ୍ତି।

Also Read: Women Beater: ସଲମାନ ଖାନଙ୍କ ଅସଲ ମୁଖା ଖୋଲିଦେଲେ ପୂର୍ବତନ ପ୍ରେମିକା!

ପ୍ରେମମ୍ ଅଭିନେତା ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି, 'ଆପଣ ସମସ୍ତେ ଜାଣିଥିବେ କିଛି ଦିନ ତେଳେ ଗୋଟିଏ ଇନସିଡେଣ୍ଟ ହୋଇଥିଲା। ସେଥିପାଇଁ ମୁଁ ସମଗ୍ର ଓଡିଶାବାସୀଙ୍କୁ କ୍ଷମା ମାଗୁଛି। ମୋ ସ୍ତ୍ରୀ ତୃପ୍ତି ଓ ମୋ ଶ୍ୱଶୁର ଲଳିତ ସତପଥୀ, ତାଙ୍କ ନାମରେ ଗୋଟିଏ କେସ ହୋଇଛି। ତାଙ୍କ ପରିବାର ବହୁତ କଷ୍ଟ ପାଇଛି। ମୋ ସ୍ତ୍ରୀ ଓ ଶ୍ୱଶୁର ବହୁତ କଷ୍ଟ ପାଇଲେଣି। ମୁଁ ପ୍ରମିସ କରୁଛି ତାଙ୍କର କୌଣସି କ୍ଷତି ହେବକୁ ଦେବିନି। ଆଉ ଏମିତି ଭୁଲ କେବେ ହେବ ନାହିଁ।'

 

ତେବେ ଅଭିନେତାଙ୍କ ଏହି ଭିଡିଓ ସେତେବେଳେ ଆସିଛି, ଯେତେବେଳେ ପ୍ରକୃତି ମିଶ୍ର ଲଗାତର ନୂଆ ନୂଆ ପାର୍ଟନରଙ୍କ ସହ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ନିକଟରେ ପ୍ରକୃତି ମିଶ୍ର, ସାଉଥ ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ଏକ କ୍ଲଜ୍ ଫିକ୍ ସେୟାର କରିଛନ୍ତି। ଏହା ପୂର୍ବରୁ ସେ ତାଙ୍କ ଇନଷ୍ଟା ଷ୍ଟୋରୀରେ ୪ଟି ସର୍ଟ ମ୍ୟୁଜିକ ଓ ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ଅଭିନେତ୍ରୀଙ୍କ ଡ୍ୟାନ୍ସ ପାର୍ଟନରଙ୍କୁ ଦେଖିବାକୁ ମିଳିଛି। ଏମିତିକି ଗୋଟିଏ ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, 'ଭଗବାନଙ୍କ ପାଇଁ ମତେ ଛାଡିଦିଅ।' 

Also Read: Nupur Alankar takes sanyaas: ସାଂସାରିକ ଜୀବନ ଛାଡି ସନ୍ୟାସୀ ପାଲଟିଲେ ଅଭିନେତ୍ରୀ, ମୁମ୍ବାଇରୁ

ବାବୁସାନଙ୍କ ଭିଡିଓ ବାର୍ତ୍ତା ସାମନାକୁ ଆସିବା ପରେ ତାଙ୍କୁ ସୋସିଆଲ ମିଡିଆରେ ଖୁବ ଟ୍ରୋଲ କରାଯାଉଛି। କିଛି ୟୁଜର୍ସଙ୍କ କହିବା ହେଲା, ପ୍ରକୃତିଙ୍କ ନୂଆ ବୟଫ୍ରେଣ୍ଡକୁ ଦେଖି ବାବୁସାନ ଜଳୁଛନ୍ତି। ସେଥିପାଇଁ ସେ ନିଜ ପରିବାର ନିକଟକୁ ଫେରିବାକୁ ଚାହୁଁଛନ୍ତି। ସେ ନିଶ୍ଚୟ ଭୁଲ କରିଥିବେ, ଯେଉଁଥିପାଇଁ କ୍ଷମା ମାଗୁଛନ୍ତି। ଅନ୍ୟଗୋଷ୍ଠୀଙ୍କ କହିବା ହେଲା, ଅଭିନେତା ପୋଲିସର ଭୟ ଦେଖାଇ ନିଜ ପତ୍ନୀ ଓ ଶ୍ୱଶୁରଙ୍କୁ ନିଜ ଆଡକୁ ଟାଣିବାକୁ ଚେଷ୍ଟା କରୁଛନ୍ତି। ଯଦି ସେ ଏହି ଦୁଇ ଜଣଙ୍କୁ ସତରେ କେସରୁ ମୁକ୍ତ କରିବାକୁ ଚାହୁଛନ୍ତି ତେବେ ତାଙ୍କୁ ପ୍ରକୃତି ମିଶ୍ର ସହ ବୁଝାମଣା କରିବାକୁ ପଡିବ।

 

ସୂଚନାନୁସାରେ, କିଛି ଦିନ ତଳେ ବୁବସାନ ଓ ପ୍ରକୃତି ମିଶ୍ର ଗୋଟିଏ ଗାଡିରେ ବୁଲିଥିଲେ। ପୂର୍ବରୁ ସନ୍ଦେହରେ ଥିବା ତୃପ୍ତି ସେମାନଙ୍କୁ ଏକାଠି ଦେଖି ରାସ୍ତାରେ ଝଗଡା କରିଥିଲେ। ଏହାପରେ ସେ ଶ୍ୱଶୁର ଘର ଛାଡିାବ ସହ ବାବୁସାନ ଓ ପ୍ରକୃତିଙ୍କ ନାମରେ ଥାନାରେ ଏତଲା ଦେଇଥିଲେ। ଅନ୍ୟପଟେ ପ୍ରକୃତି, ବାବୁସାନଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ବାପା ଲଳିତ ସତପଥୀଙ୍କ ବିରୁଦ୍ଧରେ କାଉଁଟର କେସ କରିଛନ୍ତି। ଉଭୟ ମାମଲା ତଦନ୍ତାଧିନ ରହିଛି। ବାବୁସାନ ଏକାଧିକ ଥର ତାଙ୍କ ଶ୍ୱଶୁର ଘରକୁ ଯାଇ ତୃପ୍ତିଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଛନ୍ତି।