ମୁଁ ଓଡ଼ିଆ ସିନେ ଜଗତକୁ ଦେଇଛି ୩ ସୁପରଷ୍ଟାର- ଟୁଟୁ ନାୟକ
Advertisement
Article Detail0/zeeodisha/odisha2408724

ମୁଁ ଓଡ଼ିଆ ସିନେ ଜଗତକୁ ଦେଇଛି ୩ ସୁପରଷ୍ଟାର- ଟୁଟୁ ନାୟକ

Ollywood News:  ଦଶହରା ବଜାରକୁ ସରଗରମ କରିବା ପାଇଁ ଆସୁଛି ଅନୁଭବଙ୍କ ଅଭିନିତ ସିନେମା 'କର୍ମ' । ବର୍ତ୍ତମାନ କଥା ଉଠୁଛି ଗୋଟିଏ ପଟେ ସୁପରହିଟ୍ 'ଆଇ ଲଭ୍ ୟୁ' ସିନେମାର ନାୟକଙ୍କ 'କର୍ମ' ଏବଂ ଅନ୍ୟପଟେ ନୂଆ ନାୟକଙ୍କ 'ଆଇ ଲଭ୍ ୟୁ 2' ।

ମୁଁ ଓଡ଼ିଆ ସିନେ ଜଗତକୁ ଦେଇଛି ୩ ସୁପରଷ୍ଟାର- ଟୁଟୁ ନାୟକ

Entertainment News: ବର୍ତ୍ତମାନ ଓଡ଼ିଆ ସିନେମାକୁ ଚର୍ଚ୍ଚା ଆଲୋଚନା ବଢିବାରେ ଲାଗିଛି । ବିଶେଷ କରି ଦଶହରା ବଜାରରେ ରିଲିଜ୍ ହେବାକୁ ଥିବା ସିନେମାକୁ ନେଇ ସରଗରମ ହେବାରେ ଲାଗିଛି ଓଲିଉଡ ଜଗତ । ପ୍ରଯୋଜକ ଟୁଟୁ ନାୟକଙ୍କ ସିନେମା 'ଆଇ ଲଭ୍ ୟୁ 2' ଏବଂ ସୁପରଷ୍ଟାର ଅନୁଭବଙ୍କ ଅଭିନିତ ସିନେମା 'କର୍ମ' ବର୍ତ୍ତମାନ ଅଧିକ ଚର୍ଚ୍ଚାରେ ରହିଛି । ଏହାରି ମଧ୍ୟରେ କିଛି ୱେବ ଚ୍ୟାନେଲରେ ପ୍ରଯୋଜକ ଟୁଟୁ ନାୟକଙ୍କ ମନ୍ତବ୍ୟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

୨୦୦୪ ମସିହା ଫେବୃଆରୀ ୧୨ ତାରିଖରେ ରିଲିଜ୍ ହୋଇଥିଲା ସିନେମା 'ଆଇ ଲଭ୍ ୟୁ' ସେତେବେଳେ ଏହି ସିନେମା ବକ୍ସ ଅଫିସରେ ଅପୂର୍ବ ସଫଳତା ହାସଲ କରିଥିଲା । ସିନେମାର ପ୍ରଯୋଜକ ଥିଲେ ସଞ୍ଜୟ ନାୟକ ଏବଂ ନିର୍ଦ୍ଦେଶକ ଥିଲେ ସ୍ୱର୍ଗତଃ ହର ପଟ୍ଟନାୟକ । ଅନୁଭବ ମହାନ୍ତି ଏବଂ ନମ୍ରତା ଥାପାଙ୍କୁ ସିନେମାରେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଥିଲା । ଏଥିସହ ଓଡ଼ିଆ ଦର୍ଶକଙ୍କ ପ୍ରିୟ କଳାକାରଙ୍କ ମଧ୍ୟରୁ ବିଜୟ ମହାନ୍ତି ତନ୍ଦ୍ରା ରଏ, ଅନୀତା ଦାସ, ହର ପଟ୍ଟନାୟକ, ଶୋଭନଙ୍କ ଜବରଦସ୍ତ ଅଭିନୟ ସିନେମାକୁ କରିଥିଲା ସୁପରହିଟ୍ । ଏଥିସହ ସ୍ୱରୁପ ନାୟକଙ୍କ ସଙ୍ଗୀତ ଓଡ଼ିଶାରେ ସେତେବେଳେ ଚହଳ ପକାଇଥିଲା । କିନ୍ତୁ ବର୍ତ୍ତମାନ ଦୀର୍ଘ ୨୦ ବର୍ଷ ପରେ ୨୦୨୪ରେ ରିଲିଜ୍ ହେବାକୁ ଯାଉଛି ନୂଆ ସିନେମା 'ଆଇ ଲଭ୍ ୟୁ 2' । ଏହି ସିନେମାରେ ନା ଅଛନ୍ତି ଅନୁଭବ ନା ଅଛନ୍ତି ନମ୍ରତା ଥାପା ନା ଅନ୍ୟ କୌଣସି କଳାକାର । ନୂଆ ନାୟକଙ୍କୁ ନେଇ ପ୍ରଯୋଜକ ଟୁଟୁ ନାୟକ ସିନେମା ନିର୍ମାଣ କରିଥିବା ସମୟରେ ବର୍ତ୍ତମାନ ଟୁଟୁଙ୍କ ବକ୍ତବ୍ୟକୁ ନେଇ ବିଭିନ୍ନ ଟ୍ରୋଲ କରାଯାଉଥିବା ଦେଖିବାକୁ ମିଳିଛି । ଟୁଟୁ ନାୟକ କହିଛନ୍ତି ଯେ, 'ମୁଁ ପ୍ରତି ସିନେମାରେ ନୂଆ ନାୟକଙ୍କୁ ସୁଯୋଗ ଦେବାକୁ ଭଲପାଏ । ପୂର୍ବରୁ ଯେଉଁମାନଙ୍କୁ ସୁଯୋଗ ଦେଇଛି ସେମାନେ ବର୍ତ୍ତମାନ ଓଲିଉଡର ସୁପରଷ୍ଟାର । ସେ ଅନୁଭବ ହୁଅନ୍ତୁ କି ଅରିନ୍ଦମ । ଏପରି କି ବାବୁସାନ ମଧ୍ୟ ଟୁଟୁଙ୍କ ସିନେମାରେ ପରିଚୟ ପାଇଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି ପ୍ରଯୋଜକ ଟୁଟୁ । କେବଳ ସେତିକି ନୁହେଁ ଟୁଟୁ ନାୟକ ଏକଥା ମଧ୍ୟ କହିଛନ୍ତି ଯେ, ଓଲିଉଡର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର କୁଆଡେ ତାଙ୍କ ସିନେମା 'ପ୍ରେମ ଋତୁ ଆସିଲାରେ' ମାଧ୍ୟମରେ ଦର୍ଶକଙ୍କ ନିକଟରେ ପରିଚୟ ପାଇଥିଲେ । ବିଭିନ୍ନ ୱେବ ଚ୍ୟାନେଲ ମାଧ୍ୟମରେ ଟୁଟୁ ନାୟକଙ୍କ ଏପରି ମନ୍ତବ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଅନ୍ୟପଟେ, ଦଶହରା ବଜାରକୁ ସରଗରମ କରିବା ପାଇଁ ଆସୁଛି ଅନୁଭବଙ୍କ ଅଭିନିତ ସିନେମା 'କର୍ମ' । ବର୍ତ୍ତମାନ କଥା ଉଠୁଛି ଗୋଟିଏ ପଟେ ସୁପରହିଟ୍ 'ଆଇ ଲଭ୍ ୟୁ' ସିନେମାର ନାୟକଙ୍କ 'କର୍ମ' ଏବଂ ଅନ୍ୟପଟେ ନୂଆ ନାୟକଙ୍କ 'ଆଇ ଲଭ୍ ୟୁ 2' । ଦର୍ଶକ କାହାକୁ ଅଧିକ ପସନ୍ଦ କରିବେ ତାହା ସିନେମା ରିଲିଜ୍ ପରେ ସ୍ପଷ୍ଟ ହେବ । କିନ୍ତୁ ବର୍ତ୍ତମାନ 'କର୍ମ' ସିନେମାର ଚିରିଂ ଚିରିଂ ଗୀତ ସୋସିଆଲ ମିଡିଆରେ ଟ୍ରେଡିଂରେ ରହିଛି । ଲକ୍ଷ ଲକ୍ଷ ଲୋକେ ବର୍ତ୍ତମାନ ଏହି ଗୀତକୁ ନେଇ ରିଲ୍ସ ବନେଇବା ଦେଖିବାକୁ ମିଳୁଛି ।

Also Read- Top 10 News Today: ପହଣ୍ଡି ଅଘଟଣର ହେବ ପ୍ରତିକାର ପୂଜା, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Also Read- Weekly Lucky Zodiac Sign: ନୂଆ ସପ୍ତାହରେ ଏହି ରାଶିକୁ ମିଳିବ ଖୁସି ଖବର