Anushka Shetty: ବାହୁବଳୀର ଦେବସେନାଙ୍କୁ ବିରଳ ରୋଗ, ଇଣ୍ଟରଭ୍ୟୁରେ ନିଜେ କଲେ ଖୁଲାସା
Advertisement
Article Detail0/zeeodisha/odisha2312563

Anushka Shetty: ବାହୁବଳୀର ଦେବସେନାଙ୍କୁ ବିରଳ ରୋଗ, ଇଣ୍ଟରଭ୍ୟୁରେ ନିଜେ କଲେ ଖୁଲାସା

Anushka Shetty: ୧୫ରୁ ୨୦ମିନିଟ୍ ପର୍ଯ୍ୟନ୍ତ ହସିବା ବନ୍ଦ କରିବା ମୋ ପାଇଁ କଷ୍ଟକର ହୋଇଯାଏ । କୌଣସି କମେଡି ଦୃଶ୍ୟ ଦେଖିବା କିମ୍ବା ସୁଟିଂ କରିବାବେଳେ ମୁଁ ହସି ହସି ଚଟାଣରେ ପୂରା ଗଡ଼ିଯାଏ । ଅନେକ ଥର ଏହି କାରଣରୁ ସୁଟିଂ ମଧ୍ୟ ବନ୍ଦ କରିବାକୁ ପଡ଼ିଛି।

 

Anushka Shetty: ବାହୁବଳୀର ଦେବସେନାଙ୍କୁ ବିରଳ ରୋଗ, ଇଣ୍ଟରଭ୍ୟୁରେ ନିଜେ କଲେ ଖୁଲାସା

Anushka Shetty: ଫିଲ୍ମ 'ବାହୁବଳୀ'ର ଲୋକପ୍ରିୟତା ହେତୁ ସାରା ଦେଶରେ ପ୍ରସିଦ୍ଧ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ (Anushka Shetty)ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏହି ଚଳଚ୍ଚିତ୍ରରେ ଦେବସେନା (ବାହୁବଳୀଙ୍କ ପତ୍ନୀ ଦେବସେନା) (Baahubali Devsena) ଭୂମିକାରେ ନଜର ଆସିଥିବା ଅଭିନେତ୍ରୀ ଏକ ବିରଳ ରୋଗରେ ପୀଡିତ। ଯାହାର ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଭାଲେଣୀ ପଡ଼ିଛି। ଅନୁଷ୍କା ସେଟ୍ଟୀ ନିଜେ ଏହିକଥାକୁ ସ୍ୱୀକାର କରିଛନ୍ତି। ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କର ହସୁଥିବା ରୋଗ ଅଛି। ଏହାର ଅର୍ଥ ଏହି ରୋଗରେ ସେ ଥରେ ଯଦି ହସିବା ଆରମ୍ଭ କରନ୍ତି ତେବେ ୧୫ ରୁ ୨୦ ମିନିଟ୍ ଯାଏଁ ବିନା ବ୍ରେକ୍ ରେ ସେ ହସିଚାଲନ୍ତି।

ନିକଟରେ ଅନୁଷ୍କା ସେଟ୍ଟୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କର ଏକ ବିରଳ ସ୍ନାୟୁଗତ ରୋଗ ଅଛି। ଏହା ଡାକ୍ତରୀ ଶବ୍ଦରେ ସିଉଡୋବୁଲବାର ପ୍ରଭାବ (PBA) ଭାବରେ ଜଣାଶୁଣା । ସେ କହିଥିଲେ ଯେ, 'ମୋର ହସୁଥିବା ରୋଗ ଅଛି। ଥରେ ମୁଁ ହସିବା ଆରମ୍ଭ କରିଦେଲେ, ୧୫ରୁ ୨୦ମିନିଟ୍ ପର୍ଯ୍ୟନ୍ତ ହସିବା ବନ୍ଦ କରିବା ମୋ ପାଇଁ କଷ୍ଟକର ହୋଇଯାଏ । କୌଣସି କମେଡି ଦୃଶ୍ୟ ଦେଖିବା କିମ୍ବା ସୁଟିଂ କରିବାବେଳେ ମୁଁ ହସି ହସି ଚଟାଣରେ ପୂରା ଗଡ଼ିଯାଏ । ଅନେକ ଥର ଏହି କାରଣରୁ ସୁଟିଂ ମଧ୍ୟ ବନ୍ଦ କରିବାକୁ ପଡ଼ିଛି

କଣ ଏହି ରୋଗର କାରଣ?
ଏହା ଏକ ବିରଳ ରୋଗ, ମେଡିକାଲ ଭାଷାରେ ଏହାକୁ ସିଉଡୋବୁଲବାର୍ ପ୍ରଭାବ କୁହାଯାଏ, ଯେଉଁ କାରଣରୁ ଜଣେ ବ୍ୟକ୍ତି କାନ୍ଦିବା, ହସିବା କିମ୍ବା ଅନ୍ୟ ଅନିୟନ୍ତ୍ରିତ ଭାବପ୍ରବଣତା ଅନୁଭବ କରିଥାଏ। ସାଧାରଣତଃ ସିଉଡୋବୁଲବାର୍ ପ୍ରଭାବ ଅନ୍ୟାନ୍ୟ ସ୍ନାୟୁଗତ ଅବସ୍ଥାରେ ରହିଥାଏ। PBA ପ୍ରାୟତଃ ସଠିକ୍ ଭାବରେ ନିର୍ଣ୍ଣୟ କରାଯାଏ ନାହିଁ ଏବଂ ଏକ ମନୋବଳ ବ୍ୟାଧି ଭାବରେ ଭୁଲ ଭାବରେ ନିର୍ଣ୍ଣୟ କରାଯାଏ । 

Baahubali ପାନ୍ ଇଣ୍ଡିଆର ଦେଲା ପରିଚୟ
ଅନୁଷ୍କା ସେଟ୍ଟୀଙ୍କ(Anushka Shetty) ପ୍ରକୃତ ନାମ ହେଉଛି ସ୍ୱିଟି ଶେଟ୍ଟୀ। ସେ ଦକ୍ଷିଣ ଭାରତର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ୨୦୦୫ ମସିହାରେ, ସେ ସୁପର ଫିଲ୍ମରୁ ନିଜର ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ସେବେଠାରୁ ସେ କ୍ରମାଗତ ଭାବରେ ହିଟ୍ ଫିଲ୍ମ ଦେଉଥିଲେ । ଅନୁଷ୍କା ବିକ୍ରମାର୍କୁଡୁ, ଲକ୍ଷ୍ମୀମ୍, ସୋରିୟମ୍, ଚିଣ୍ଟାକାୟାଲା ରବି, ଅରୁନ୍ଧତୀ, ବେଦମ୍, ଭେଟ୍ଟାଇକରନ୍, ସିଙ୍ଗମ୍, ସିଙ୍ଗମ୍ ୨, ୟେନାଇ ଅରିନ୍ଦୱାଲ, ବାହୁବଲୀ ସିରିଜ୍ ଏବଂ ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କୁ ୨୦୨୩ ମସିହାରେ ମିସ୍ ଶେଟ୍ଟୀ ଶ୍ରୀ ପୋଲିଶେଟ୍ଟୀ ଫିଲ୍ମରେ ଦେଖିବାକୁ ମିଳିଥିଲା। 

Also Read: Delhi Airport: ଦିଲ୍ଲୀ ବର୍ଷା କରିଦେଲା ପ୍ଲାନ ଗଡ଼ବଡ଼, ଏହିସବୁ ଫ୍ଲାଇଟ୍ ହେଲା କ୍ୟାନସଲ

Also Read: Marriage Rashi: ଏହି ୬ରାଶିର ଯୋଡ଼ି ହୋଇଥାନ୍ତି ସୁପରଯୋଡି, ଜୀବନରେ ଦେଖନ୍ତି ଉନ୍ନତି ହିଁ ଉନ୍ନତି