Parineeti Chopra Raghav chadda Wedding: ଆଜି ରାଘବ ପରିଣୀତିଙ୍କ ବାହାଘର, ଜାଣନ୍ତୁ ଗେଷ୍ଟ ଲିଷ୍ଟରେ କେଉଁମାନେ ହୋଇଛନ୍ତି ସାମିଲ୍..
Advertisement
Article Detail0/zeeodisha/odisha1885059

Parineeti Chopra Raghav chadda Wedding: ଆଜି ରାଘବ ପରିଣୀତିଙ୍କ ବାହାଘର, ଜାଣନ୍ତୁ ଗେଷ୍ଟ ଲିଷ୍ଟରେ କେଉଁମାନେ ହୋଇଛନ୍ତି ସାମିଲ୍..

Parineeti Chopra Raghav chadda Wedding: ଆଜି ହାତକୁ ଦୁଇ ହାତ ହେବେ ଅଭିନେତ୍ରୀ ପରିଣୀତି ଚୋପ୍ରା( Parineeti Chopra) ଏବଂ ଆପ ସାଂସଦ ରାଘବ ଚଡ୍ଡା। ଆଜିଠୁ ମିସ୍ ରୁ ମିସେସ୍ ଚଡ୍ଡା ହୋଇଯିବେ ଚପୁଲବୁଲି ଅଭିନେତ୍ରୀ ପରିଣୀତି ଚେପ୍ରା। ରାଜକୀୟ ଅନ୍ଦାଜରେ ରାଜସ୍ଥାନ(Rajasthan) ଉଦୟପୁରର ଲୀଲା ପ୍ୟାଲେସରେ ଆଜି ଦୁହିଁଙ୍କର ପଡ଼ିବ ହାତ ଗଣ୍ଠି।

Parineeti Chopra Raghav chadda Wedding: ଆଜି ରାଘବ ପରିଣୀତିଙ୍କ ବାହାଘର, ଜାଣନ୍ତୁ ଗେଷ୍ଟ ଲିଷ୍ଟରେ କେଉଁମାନେ ହୋଇଛନ୍ତି ସାମିଲ୍..

Parineeti Chopra Raghav chadda Wedding: ଆଜି ହାତକୁ ଦୁଇ ହାତ ହେବେ ଅଭିନେତ୍ରୀ ପରିଣୀତି ଚୋପ୍ରା( Parineeti Chopra) ଏବଂ ଆପ ସାଂସଦ ରାଘବ ଚଡ୍ଡା। ଆଜିଠୁ ମିସ୍ ରୁ ମିସେସ୍ ଚଡ୍ଡା ହୋଇଯିବେ ଚପୁଲବୁଲି ଅଭିନେତ୍ରୀ ପରିଣୀତି ଚେପ୍ରା। ରାଜକୀୟ ଅନ୍ଦାଜରେ ରାଜସ୍ଥାନ(Rajasthan) ଉଦୟପୁରର ଲୀଲା ପ୍ୟାଲେସରେ ଆଜି ଦୁହିଁଙ୍କର ପଡ଼ିବ ହାତ ଗଣ୍ଠି। ଗତ କାଲି ଅର୍ଥାତ୍ ଶନିବାର ଦିନ ଖୁବ ଆଡମ୍ବରର ସହ ହଳଦୀ-ମେହେନ୍ଦୀ ରଶମ ସଂପୂର୍ଣ୍ଣ ହୋଇଛି।

ପରିଣୀତି-ରାଘବଙ୍କ ବିବାହରେ ବଲିଉଡ ଜଗତର ଅନେକ ଷ୍ଟାର ଏବଂ ରାଜନୀତି ଦୁନିଆର(Political World) ବଡ଼ ବଡ଼ ରାଜନେତା ଏଥିରେ ସାମିଲ ହେବେ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଆପ ସାଂସଦ ସଞ୍ଜୟ ସିଂହ ମଧ୍ୟ ଏହି ଦୁହିଁଙ୍କ ବିବାହରେ ଯୋଗ ଦେବା ପାଇଁ ଉଦୟପୁରରେ ପହଁଚି ସାରିଛନ୍ତି । ସେହିପରି ବଲିଉଡ(BOllywood) ଜଗତର ଅନେକ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଉଦୟପୁରରେ ପହଁଚିଥିବା ଜଣାପଡ଼ିଛି ।ସୂଚନା ଅନୁସାରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାନିଜ ସ୍ୱାମୀ ନିକ୍ ଜୋନସଙ୍କ ସହ ଏହି ବିବାହ ମହତ୍ସୋବରେ ସାମିଲ ହୋଇ ନ ପାରନ୍ତି। 

ଏହି ବିବାହ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୧୦୦ ଜଣ ପ୍ରାଇଭେଟ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ମୁତୟନ କରାଯାଇଛି ।ସମସ୍ତ ରୀତିନୀତି ବିବାହର ପ୍ରାୟ ଏକ ସପ୍ତାହ ପୂର୍ବରୁ ଆରମ୍ଭ ହେବ । ପଞ୍ଜାବୀ ରୀତିନୀତି ଅନୁଯାୟୀ ବିବାହ ହେବ । ବିବାହ ପରେ  ରାଘବଙ୍କ ପରିବାର ସେପ୍ଟେମ୍ବର ୩୦ ତାରିଖରେ ରିସେପ୍ସନ୍ ପାର୍ଟି  ଦେବେ । ତେବେ ଏନେଇ ଛପା ଯାଇଥିବା ଏକ ନିମନ୍ତ୍ରଣ ପତ୍ର ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଜ୍ ଚଣ୍ଡିଗଡ଼ରେ ରାଘବ-ପରିଣୀତିଙ୍କର ବିବାହ ଭୋଜିର ଆୟୋଜନ କରାଯିବ ବୋଲି ଲେଖାଯାଇଛି।

Also Read: Parineeti-Raghav Wedding: ହାତୀ, ଘୋଡ଼ା କି କାର୍ ନୁହେଁ, ଏଥିରେ ବରଯାତ୍ରୀ ନେଇ ଆସିବେ ରାଘବ ଚଢା

Zee Odisha News ଏବେ ହ୍ବାଟସ୍‌ ଆପ୍‌ ଚ୍ୟାନେଲ୍‌ ରେ...ଫଲୋ କରିବା ପାଇଁ ତୁରନ୍ତ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ...