ନୂଆ ଫିଲ୍ମ "ବୋହୂ ଆମର ମାଟ୍ରିକ ଫେଲ" ଦେଖନ୍ତୁ ଆସନ୍ତା ୧୬ ଜୁନ ସନ୍ଧ୍ୟା ୬:୩୦ରେ
Advertisement
Article Detail0/zeeodisha/odisha2288790

ନୂଆ ଫିଲ୍ମ "ବୋହୂ ଆମର ମାଟ୍ରିକ ଫେଲ" ଦେଖନ୍ତୁ ଆସନ୍ତା ୧୬ ଜୁନ ସନ୍ଧ୍ୟା ୬:୩୦ରେ

Entertainment News: ଏହି ଫିଲ୍ମ ଆସନ୍ତା ୧୬ ଜୁନ ରବିବାର ସନ୍ଧ୍ୟା ୬:୩୦ ରେ ଦେଖି ଦର୍ଶକ ଖୁବ ମନୋରଞ୍ଜନ ପାଇବେ ବୋଲି ଜୀ ସାର୍ଥକ ଚିଫ ଚ୍ୟାନେଲ ଅଫିସର  ଶ୍ରୀ ପ୍ରତୀକ ସିଲ୍ ପ୍ରକାଶ କରିଛନ୍ତି ।

ନୂଆ ଫିଲ୍ମ "ବୋହୂ ଆମର ମାଟ୍ରିକ ଫେଲ" ଦେଖନ୍ତୁ ଆସନ୍ତା ୧୬ ଜୁନ ସନ୍ଧ୍ୟା ୬:୩୦ରେ

Entertainment News: ଜୀ ସାର୍ଥକରେ ଖୁବ ଶୀଘ୍ର ଏକ ନୂଆ ଓଡିଆ କାହାଣୀକୁ ଦର୍ଶକ ଦେଖିବାକୁ ପାଇବେ ଯାହା ନିଃସ୍ୱାର୍ଥପର ପ୍ରେମକୁ ବଖାଣିବ । କାହାଣୀର ଆରମ୍ଭ ଏକ ପ୍ରତିଜ୍ଞାରୁ । ବନ୍ଧୁତାର ସମ୍ପର୍କକୁ ଆଉ ପାଦେ ଆଗକୁ ନେବାକୁ କାହାଣୀରେ ଜଗଦୀଶ ଓ ଜଗବନ୍ଧୁ କରିଛନ୍ତି ପ୍ରତିଜ୍ଞା ଯେ ତାଙ୍କ ପୁଅ ଝିଅ ଉଭୟେ ବିବାହ ବନ୍ଧନରେ ହେବେ ବାନ୍ଧି ।

ବାପାଙ୍କୁ ନେଇ କରାଯାଇଥିବା ପ୍ରତିଜ୍ଞା ଛୋଟବେଳେ ପୂରଣ ମଧ୍ୟ ହୋଇଛି । ଗାଁରେ ରହୁଥିବା ଜଣେ ଝିଅ ଗୌରୀ ମଧ୍ୟରେ ସ୍ନେହର ଗୁଣ ଭରିରହିଛି ଯାହା ସମସ୍ତଙ୍କ ମନ ଜିଣିନିଏ । ସମୟର ଡୋରିରେ ଶିକ୍ଷାରେ ପଛୁଆ ରହିଯାଇଥିବା ଝିଅ ଜଣେ ସଫଳ ବିଜନେସ୍‌ମ୍ୟାନ ବିବେକ ସହିତ କେମିତି ନିଜକୁ ଖାପଖୁଆଇ ଆଗକୁ ନେବ କାରଣ ବିବେକ ମନରେ ଗୌରୀ ପାଇଁ ପ୍ରେମ ନାହିଁ । ଅପର ପକ୍ଷରେ ବିବେକଙ୍କ ଭଉଣୀ ସହିତ ଗୌରୀଙ୍କ ସମ୍ପର୍କ ଭଲ କିନ୍ତୁ ଅନ୍ୟ ଭାଇ ଭଉଣୀ ଗୌରୀଙ୍କୁ ପସନ୍ଦ କରନ୍ତି ନାହିଁ । କାହାଣୀରେ ଚକ୍ରାନ୍ତ ଖେଳୁଛି ବିବେକର ବିଜନେସ୍ ପାର୍ଟନର ତନୟା । ବିବେକଙ୍କ ସମ୍ପତ୍ତି ଉପରେ ରହିଛି ତା'ର ଲୋଭ । ବିବେକ ଏହି କଥା ଜାଣିସାରିବା ପରେ ଗୌରୀ ସହିତ ମିଶି କେମିତି ଏହି ସମସ୍ୟାର ସାମାଧାନ ଖୋଜିବେ ଓ ତାଙ୍କ ମଧ୍ୟରେ କେମିତି ପ୍ରେମ ଗଢିଉଠିବ ଜାଣିବାପାଇଁ ଏହି ଫିଲ୍ମକୁ ଦେଖିବାକୁ ପଡିବ । ସୋମନାଥ ସାଇନ ପ୍ରଡକସନ ହାଉସ ଦ୍ୱାରା ଖୁବ ଶୀଘ୍ର ରିଲିଜ ହେବାକୁ ଥିବା ଏହି ଫିଲ୍ମର ପ୍ରଯୋଜକ ରହିଛନ୍ତି ସୁନୀଲ କୁମାର ପଟ୍ଟନାୟକ ।  ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ପ୍ରିୟବ୍ରତ କାହାଣୀ ଲେଖିଥିବା ବେଳେ ବେଳେ ସଂଗୀତ ଦେଇଛନ୍ତି ବୈଦ୍ୟନାଥ ଦାଶ । ଫିଲ୍ମରେ ଗୌରୀ ଚରିତ୍ରରେ ଅଭିନୟ କରୁଛନ୍ତି ଓଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରୀ ନିକିତା ମିଶ୍ର ଯାହାଙ୍କୁ ଆମେ ଅନେକ ଫିଲ୍ମ ଓ ଧାରାବାହିକ ଜରିଆରେ ଆଗରୁ ଦେଖିଛେ । ସେହିପରି ନାୟକ ଭୂମିକାରେ ରାକେଶ ଅଛନ୍ତି ଯାହାଙ୍କୁ ଦର୍ଶକ ଆଗରୁ ଢେର ଭଲ ପାଇବା ଦେଇଆସିଛନ୍ତି । ଅନ୍ୟାନ୍ୟ ଭୂମିକାରେ ଅଛନ୍ତି ଚୌଧୁରୀ ଜୟପ୍ରକାଶ ଦାସ, ପୁଷ୍ପା ପଣ୍ଡା, ଅନନ୍ତ ମିଶ୍ର ଏବଂ ଧରିତ୍ରୀ ଖଣ୍ଡୁଆଳ ।

ଓଡିଶାର ଅଗଣିତ ଦର୍ଶକ ଏହି ଭଳି ପ୍ରେମ କାହାଣୀକୁ ନିଶ୍ଚୟ ଭଲପାଇବା ଦେବେ ବୋଲି କହିଛନ୍ତି ଫିଲ୍ମର ପ୍ରଯୋଜକ ସୁନୀଲ କୁମାର ପଟ୍ଟନାୟକ । ତେବେ ଏହି ଫିଲ୍ମ ଆସନ୍ତା ୧୬ ଜୁନ ରବିବାର ସନ୍ଧ୍ୟା ୬:୩୦ ରେ ଦେଖି ଦର୍ଶକ ଖୁବ ମନୋରଞ୍ଜନ ପାଇବେ ବୋଲି ଜୀ ସାର୍ଥକ ଚିଫ ଚ୍ୟାନେଲ ଅଫିସର  ଶ୍ରୀ ପ୍ରତୀକ ସିଲ୍ ପ୍ରକାଶ କରିଛନ୍ତି ।

Also Read- Budh Gochar 2024: ୩ ଦିନ ପରେ ୫ ରାଶିର ଭାଗ୍ୟ ପରିବର୍ତ୍ତନ, ମିଳିବ ଧନ