Trending Photos
China discover new viruses:
୮ ନୂଆ ଭୂତାଣୁ ଆବିଷ୍କାର କରିଥିବା ଦାବି କଲେ ଚୀନ୍ ବୈଜ୍ଞାନିକ
ଚୀନର ବୈଜ୍ଞାନିକଙ୍କ ଏକ ଟିମ୍ ଆଠଟି ନୂଆ ଭୂତାଣୁ ଆବିଷ୍କାର କରିବା ସହ ଏହା ମଣିଷକୁ ସଂକ୍ରମିତ କରିପାରେ ବୋଲି ଚେତାବନୀ ଦେଇଛନ୍ତି। ଟ୍ରପିକାଲ ଦ୍ୱୀପ ହେନାନରେ ଏହି ବିପଜ୍ଜନକ ଭୂତାଣୁ ଦେଖିବାକୁ ମିଳିଛି । ଗବେଷକମାନେ ଏହି ଭୂତାଣୁଗୁଡ଼ିକ ଉପରେ ଅଧ୍ୟୟନ କରୁଛନ୍ତି, ଯାହାଦ୍ୱାରା ବିଶ୍ୱ କରୋନା ଭଳି ଆଉ ଏକ ମହାମାରୀ ପାଇଁ ପ୍ରସ୍ତୁତ ହୋଇପାରିବ । ଚୀନର ଏହି ବୈଜ୍ଞାନିକମାନେ ଦେଶର ହାଇନାନ ଦ୍ୱୀପରୁ ମୂଷା ଏବଂ ବାଦୁଡି ଠାରୁ ୭୦୦ ନମୁନା ନେଇଛନ୍ତି। ଏହି ଗବେଷଣା ରେ ଚୀନର ବୈଜ୍ଞାନିକମାନେ ୮ଟି ନୂଆ ଭୂତାଣୁ ଠାବ କରିଛନ୍ତି । ଆବିଷ୍କୃତ ଭାଇରସଙ୍କ ଭିତରୁ ଗୋଟିଏ ସେହି ଭାଇରାଲ ପରିବାରର ଭାଇରସ ଯେଉଁ ପରିବାରରୁ କରୋନା ଭାଇରସ୍ ଆସିଛି ।
ମିରର ରିପୋର୍ଟ ଅନୁଯାୟୀ, ଏହି ଭୂତାଣୁ ମଣିଷକୁ ସଂକ୍ରମିତ କରିବାର ଅଧିକ ଆଶଙ୍କା ରହିଛି। ଏହି ଭୂତାଣୁ କିପରି ମଣିଷକୁ ସଂକ୍ରମିତ କରିପାରିବ ତାହା ଜାଣିବା ପାଇଁ ଅଧିକ ଗବେଷଣା କରିବାକୁ ସେମାନେ ଆହ୍ୱାନ ଦେଇଛନ୍ତି। ଚୀନର ବୈଜ୍ଞାନିକଙ୍କ ଏହି ଆବିଷ୍କାର ଚୀନର ସରକାରୀ ସଂସ୍ଥା ସହ ଜଡିତ ଭାଇରୋଲୋଜିକା ସିନିକା ପତ୍ରିକାରେ ପ୍ରକାଶ ପାଇଛି । ଚୀନର ବେସାମରିକ ବ୍ୟାପାର ମନ୍ତ୍ରଣାଳୟ ଅଧିନରେ ଏହି ସଂଗଠନ ରହିଛି ।ଏହି ପତ୍ରିକାର ସମ୍ପାଦକ ଡକ୍ଟର ସି ଜେଙ୍ଗଲି ଜଣେ ପ୍ରଭାବଶାଳୀ ବୈଜ୍ଞାନିକ ଯିଏ କି କରୋନା ଭାଇରସର ଗଡ଼ ଉହାନ ଇନଷ୍ଟିଚ୍ୟୁଟରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
କ'ଣ ରହିଛି ନୂଆ କରୋନା ଭୂତାଣୁର ନାମ ?
ଏହି ଗବେଷଣାରେ ବିଭିନ୍ନ ମୂଷାଙ୍କ ମଳ ଓ ଗଳାରୁ ୬୮୨ଟି ନମୁନା ନିଆଯାଇଥିଲା। ୨୦୧୭ରୁ ୨୦୨୧ ମଧ୍ୟରେ ଏହି ଜୀବମାନଙ୍କୁ ହେନାନ୍ ଦ୍ୱୀପରୁ ଧରାଯାଇଥିଲା। ଏହାପରେ ଏହି ନମୁନାଗୁଡ଼ିକୁ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଥିଲା। ଏହି ବିଶ୍ଳେଷଣରେ ଅନେକ ନୂଆ ପ୍ରକାରର ଭୂତାଣୁ ସାମ୍ନାକୁ ଆସିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ନୂଆ କରୋନା ଭୂତାଣୁ ଏବଂ ଏହାର ନାମ କୋଭ-ଏଚଏମୟୁ-୧ ରଖାଯାଇଛି । ବୈଜ୍ଞାନିକମାନଙ୍କ ଅନୁସାରେ ନୂଆ କରୋନା ଭାଇରସ୍ କେବଳ ଚିନ୍ତାର ବିଷୟ ନୁହେଁ। ୟେଲୋ ଫିଭର ଓ ଡେଙ୍ଗୁ ସହ ଅନ୍ୟ ଭୂତାଣୁ ମଧ୍ୟ ଚିନ୍ତାର କାରଣ ହୋଇଛନ୍ତି ।
ଏଥିରେ ଆଷ୍ଟ୍ରୋଭାଇରସ୍ ମଧ୍ୟ ରହିଛି ଯାହା ପେଟରେ ସଂକ୍ରମଣ ସୃଷ୍ଟି କରିପାରେ ବୋଲି ସେମାନେ ଦାବି କରିଛନ୍ତି। ଏମିତିକି ଏଭଳି ଏକ ଭୂତାଣୁ ଅଛି ଯାହା କ୍ୟାନସରକୁ ବଢାଇପାରେ ବୋଲି ବୈଜ୍ଞାନିକ ଆଶଙ୍କା କରୁଛନ୍ତି । ଗବେଷକମାନେ କହିଛନ୍ତି ଯେ ଏହା ସମ୍ଭବ ଯେ ବିଶ୍ୱର ଦୁର୍ଗମ ଅଂଚଳରେ ଆହୁରି ଅନେକ ଅଜଣା ଭୂତାଣୁ ଲୁଚି ରହିଛି । ସେ କହିଛନ୍ତି ଯେ ଏହି ଫଳାଫଳ ଆମର ଭାଇରାଲ ବର୍ଗର ସୂଚନା କୁ ବଢାଇଥାଏ । ଏଥିରେ ଅଜଣା ଭୂତାଣୁ ବିଷୟରେ ମଧ୍ୟ କୁହାଯାଇଛି। ସୂଚନାଯୋଗ୍ୟ, ଚୀନର ଉହାନ ସହରରୁ ମଧ୍ୟ କରୋନା ଭାଇରସ ବ୍ୟାପିଥିଲା ଏବଂ ଏହି ମହାମାରୀ ଯୋଗୁଁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏବେ ଏହି ନୂଆ ଆବିଷ୍କାର ଦୁନିଆର ହୃଦସ୍ପନ୍ଦନକୁ ବଢାଇଦେଇଛି ।