unsolved mysteries of the world: କାହିଁକି ବର୍ମୁଡା ତ୍ରିକୋଣରେ ବୁଡି଼ ଯାଉଛି ଜାହାଜ? ସାମ୍ନାକୁ ଆସିଲା କାରଣ?
Advertisement
Article Detail0/zeeodisha/odisha1761911

unsolved mysteries of the world: କାହିଁକି ବର୍ମୁଡା ତ୍ରିକୋଣରେ ବୁଡି଼ ଯାଉଛି ଜାହାଜ? ସାମ୍ନାକୁ ଆସିଲା କାରଣ?

Bermuda Triangle Mystery: ଆଟଲାଣ୍ଟିକ ମହାସାଗରରେ ଅବସ୍ଥିତ ତ୍ରିକୋଣାକାର କ୍ଷେତ୍ର ବର୍ମୁଡା ତ୍ରିକୋଣ ଠାରେ କାହିଁକି ଜାହାଜ ଏବଂ ବିମାନ ଅଦୃଶ୍ୟ ହୋଇଯାଉଛି ତାହାର କାରଣ ସମ୍ପର୍କରେ ଜଣାପଡ଼ିଛି। ଏହା ପଛରେ ରହିଥିବା ରହସ୍ୟର ପର୍ଦ୍ଦାଫାଶ କରିଛନ୍ତି ଜଣେ ଅଷ୍ଟ୍ରେଲୀୟ ବୈଜ୍ଞାନିକ।  

 

unsolved mysteries of the world: କାହିଁକି ବର୍ମୁଡା ତ୍ରିକୋଣରେ ବୁଡି଼ ଯାଉଛି ଜାହାଜ? ସାମ୍ନାକୁ ଆସିଲା କାରଣ?

Bermuda Triangle Mystery Revealed: ବିଶ୍ୱର କୋଣ ଅନୁକୋଣରେ ଅବସ୍ଥିତ ରହିଛି ବିଭିନ୍ନ ରହସ୍ୟମୟ ସ୍ଥାନ। ଯାହା ମଧ୍ୟରେ ବର୍ମୁଡା ତ୍ରିକୋଣ ହେଉଛି ଅନ୍ୟତମ। କୁହାଯାଏ ଯେ, ବର୍ମୁଡା ତ୍ରିକୋଣ ଅତିକ୍ରମ କରୁଥିବା ପାଣି ଜାହାଜ କିମ୍ବା ଏହାର ଉପରେ ଭାଗ ଉଡୁଥିବା ଅନେକ ବିମାନ ଏହି ରହସ୍ୟମୟ ସ୍ଥାନରେ ନିଖୋଜ ହୋଇଯାଇଛି। ସର୍ବପ୍ରଥମେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିବା ସମୟରେ ବର୍ମୁଡା ତ୍ରିକୋଣ ଲୋକ ଲୋଚନକୁ ଆସିଥିଲା। ଯେତେବେଳେ ଆମେରିକୀୟ ନୌସେନା ଏବଂ ଯୁଦ୍ଧ ଜାହାଜ ବର୍ମୁଡା ତ୍ରିକୋଣ ଦେଇ ଯାତ୍ରା କରିବା ବେଳେ ଅନେକ ସମସ୍ୟାର ସାମ୍ନା କରିଥିଲେ।

history.co.uk ନାମକ ଏକ ୱେବସାଇଟ ରିପୋର୍ଟ ଅନୁସାରେ ବିଗତ ୧୦୦ ବର୍ଷ ମଧ୍ୟରେ ପ୍ରାୟ ୫୦ ଜାହାଜ ଏବଂ ୭୫ ଆଟଲାଣ୍ଟିକ୍ ମହାସାଗରରେ ଅବସ୍ଥିତ ଏହି ରହସ୍ୟମୟ ସ୍ଥାନରେ ଅଦୃଶ୍ୟ ହୋଇଯାଇଛି। ବର୍ମୁଡା  ତ୍ରିକୋଣ ଠାରେ ଫସିଯିବା ପରେ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଶ୍ୱ ମାନଚିତ୍ରରେ ଆପଣ ବର୍ମୁଡା ତ୍ରିକୋଣ ନାମରେ କୌଣସି ସ୍ଥାନ ଦେଖିବାକୁ ପାଇବେ ନାହିଁ। ଯୁକ୍ତରାଷ୍ଟ୍ର ଆମେରିକା ଦକ୍ଷିଣ ଭାଗରେ ଅବସ୍ଥିତ ଫ୍ଲୋରିଡ଼ା ଏବଂ ଆଟଲାଣ୍ଟିକ୍ ମହାସାଗରରେ ଅବସ୍ଥିତ ପୁଏଟୋରିକୋ ଏବଂ ବର୍ମୁଡା ନାମକ ଦେଶ ମଧ୍ୟରେ ରହିଥିବା ତ୍ରିକୋଣକାର କ୍ଷେତ୍ର ବର୍ମୁଡା ତ୍ରିକୋଣ ନାମରେ ପରିଚିତ। 

କୁହାଯାଏ ଯେ ଏହି ଅଞ୍ଚଳ ଦେଇ ଯାଉଥିବା ଏକ ଜାହାଜ କିମ୍ବା ଏହାର ଉପରେ ଉଡୁଥିବା ବିମାନ ଅଦୃଶ୍ୟ ହୋଇଯାଏ। କୌଣସି ଅଦୃଶ୍ୟ ଶକ୍ତି ସେମାନଙ୍କୁ ଏହି ରହସ୍ୟମୟ ସ୍ଥାନ ଭିତରକୁ ଟାଣି ନେଇଥାଏ। ଦଶନ୍ଧି ଦଶନ୍ଧି ଧରି ଏହି ରହସ୍ୟମୟ ତ୍ରିକୋଣାକାର କ୍ଷେତ୍ର ବୈଜ୍ଞାନିକଙ୍କ ମଧ୍ୟରେ ବିତର୍କର ବିଷୟ ପାଲଟିଛି। ଅନେକ ବୈଜ୍ଞାନିକ ଏହାର କାରଣ ଖୋଜିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ଜଣେ ଅଷ୍ଟ୍ରେଲୀୟ ବୈଜ୍ଞାନିକ ନିଜର ମତାମତ ରଖିଛନ୍ତି। ଏଠାରେ ଘଟିଥିବା ଦୁର୍ଘଟଣା ପଛରେ ରହିଥିବା କାରଣ ତାହା ସେ କହିଛନ୍ତି।

ବର୍ମୁଡା଼ ତ୍ରିକୋଣ କେଉଁଠାରେ ଅବସ୍ଥିତ?
ବିଶ୍ୱ ମାନଚିତ୍ରରେ ଆପଣ ବର୍ମୁଡା ତ୍ରିକୋଣ ନାମରେ କୌଣସି ସ୍ଥାନ ଆପଣଙ୍କୁ ମିଳିବ ନାହିଁ। ଯୁକ୍ତରାଷ୍ଟ୍ର ଆମେରିକା ଦକ୍ଷିଣ ଭାଗରେ ଅବସ୍ଥିତ ଫ୍ଲୋରିଡ଼ା ଏବଂ ଆଟଲାଣ୍ଟିକ୍ ମହାସାଗରରେ ଅବସ୍ଥିତ ପୁଏଟୋରିକୋ ଦ୍ୱୀପ ଏବଂ ବର୍ମୁଡା ନାମକ ଦେଶ ମଧ୍ୟରେ ରହିଥିବା ତ୍ରିକୋଣକାର ଅଞ୍ଚଳ ବର୍ମୁଡା ତ୍ରିକୋଣ ନାମରେ ପରିଚିତ। ବର୍ମୁଣ୍ଡା ତ୍ରିକୋଣ ଅନ୍ୟ ଅନେକ ନାମରେ ମଧ୍ୟ ଜଣାଶୁଣା। ହୋଡୋ ସି (Hodoo Sea), ଶୈତାନ ତ୍ରିକୋଣ (Devils Triangle) ଏବଂ ହଜିଯାଇଥିବା ଲିମ୍ବୋ (Limbo of the Lost) ନାମରେ ପରିଚିତ। ସର୍ବପ୍ରଥମେ ପ୍ରଥମେ ଇତିହାସ ଦୁନିଆର ପ୍ରସିଦ୍ଧ ନାବିକ ଖ୍ରୀଷ୍ଟୋଫର୍ କଲମ୍ବସ୍ ବର୍ମୁଡା ତ୍ରିକୋଣ ସମ୍ପର୍କରେ ବିଶ୍ୱକୁ ଅବଗତ 
କରାଇଥିଲେ। ଆଟଲାଣ୍ଟିକ୍ ମହାସାଗରରେ ନିଜର ଜଳ ଯାତ୍ରା ଅଭିଜ୍ଞତା ସମ୍ପର୍କରେ ମତ ରଖି କହିଛନ୍ତି ଖ୍ରୀଷ୍ଟୋଫର୍ କଲମ୍ବସ୍ କହିଥିଲେ ଯେ ଏହି ରହସ୍ୟମୟ ଅଞ୍ଚଳ ଏଲିୟନ ରହୁଥିବା ସ୍ଥାନ ପର୍ଯ୍ୟନ୍ତ ଯାଇଛି। ଯାହା ସର୍ବଦା ଏକ ରହସ୍ୟ ହୋଇ ରହିଛି। 

ବର୍ମୁଡା ତ୍ରିକୋଣ ଅଧିନରେ ଆଟଲାଣ୍ଟିକ୍ ମହାସାଗରର ପ୍ରାୟ ୭ ଲକ୍ଷ ବର୍ଗ କିଲୋମିଟର ଅଞ୍ଚଳ ରହିଛି। କୁହାଯାଏ ଯେ ଏହାର ତ୍ରିକୋଣାକାର ଆକୃତି ପାଇଁ ଏହା ବର୍ମୁଡା ତ୍ରିକୋଣ ନାମରେ ଜଣାଶୁଣା। ଯଦିଓ ଏହାର ଆକାର ଏ ପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଏଠାରେ ଘଟୁଥିବା ଅନେକ ଘଟଣା ପାଇଁ ଏହାର ନାମ ଶୈତାନ ତ୍ରିକୋଣ ରଖାଯାଇଥିଲା।

କ'ଣ ରହିଛି ବର୍ମୁଡା ତ୍ରିକୋଣ ପଛର ରହସ୍ୟ? 
ବର୍ମୁଡା ତ୍ରିକୋଣ  ଅତିକ୍ରମ କରୁଥିବା ଜାହାଜ କିମ୍ବା ବିମାନ କାହିଁକି ଅଦୃଶ୍ୟ ହୋଯାଏ ସେନେଇ ଅନେକ ଗବେଷଣା କରାଯାଇଛି। ଏନେଇ କରାଯାଇଥିବା ଅନୁସନ୍ଧାନରେ ଏହାର କୌଣସି ଠୋସ୍ କାରଣ ଜଣାପଡ଼ିନାହିଁ। ବୈଜ୍ଞାନିକଙ୍କ କହିବା କଥା ଯେ ଯେ ଏପର୍ଯ୍ୟନ୍ତ ଘଟିଥିବା ଘଟଣାର ଏକମାତ୍ର କାରଣ ହେଉଛି ଏଠାକାର ପାଗ।

ବୈଜ୍ଞାନିକ କୁହନ୍ତି ଯେ, ଏଠାରେ ଘଣ୍ଟା ପ୍ରତି ୨୭୦ କିଲୋମିଟର ବେଗରେ ପବନ ପ୍ରବାହିତ ହୋଇଥାଏ। ଯେତେବେଳେ ଏକ ଜାହାଜ କିମ୍ବା ବିମାନ ଏହି ପବନ ସହିତ ସଂସ୍ପର୍ଶରେ ଆସେ, ସେତେବେଳେ ଏହାର ସନ୍ତୁଳନ ବ୍ୟାହତ ହୋଇଥାଏ। ଯାହା ଫଳରେ ଭାରସାମ୍ୟ ହରାଇବାରୁ ଏଠାରେ ଦୁର୍ଘଟଣା ଘଟିଥାଏ। ସାଧାରଣ ଲୋକ ବିଶ୍ୱାସ କରନ୍ତି ଯେ ଏଠାରେ କିଛି ଅଦୃଶ୍ୟ ଶକ୍ତି ରହିଛି ଯାହାର ଭାରୀ ଜିନିଷକୁ ଟାଣି ନେଇ ଯିବାର ଶକ୍ତି ରଖିଛି।

ଏଠାରେ ଏଭଳି ଘଟଣା କାହିଁକି ଘଟିଥାଏ ତାହାର କାରଣ ମଧ୍ୟ କହିଛନ୍ତି ବୈଜ୍ଞାନିକ। ବର୍ମୁଡ଼ା ତ୍ରିକୋଣ ଠାରେ ଭାରୀ ବସ୍ତୁ ଟାଣିବାର ଶକ୍ତି ଏଠାକାର ମେଘ ବାଦଲରେ ସୃଷ୍ଟି ହୋଇଥିବା ଛଅ କୋଣିଆ ଆକୃତିରୁ ଆସିଥାଏ। ଯାହା ଏଠାରେ ଘଟୁଥିବା ଦୁର୍ଘଟଣା ପାଇଁ ଦାୟୀ। ଯେତେବେଳେ ଜାହାଜ କିମ୍ବା ବିମାନ ଏଠାକାର ମେଘ ଏବଂ ପ୍ରବଳ ପବନ ସହିତ ଧକ୍କା ହୁଏ, ସେତେବେଳେ ସେମାନେ ସମୁଦ୍ର ମଧ୍ୟକୁ ଟାଣି ହୋଇଯାନ୍ତି।

ନୂତନ ଅନୁସନ୍ଧାନରେ କ'ଣ କରାଯାଇଛି ଦାବି, ତାହା ଜାଣନ୍ତୁ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅଷ୍ଟ୍ରେଲୀୟ ଗବେଷକ କାର୍ଲ କ୍ରୁଜେଲନିକ କହିଛନ୍ତି ଯେ ବର୍ମୁଡା ତ୍ରିକୋଣ ଜାହାଜ କିମ୍ବା ବିମାନ ନିଖୋଜ ହୋଇଯିବା ଏବଂ ଏଠାରେ ହେଉଥିବା ମୃତ୍ୟୁ ପାଇଁ ମାନବୀୟ ତ୍ରୁଟି ଏବଂ ଖରାପ ପାଗ ଦାୟୀ। ବର୍ମୁଡା ତ୍ରିକୋଣ ଆଟଲାଣ୍ଟିକ୍ ମହାସାଗରର ପ୍ରାୟ ୭ ଲକ୍ଷ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି। ଯେଉଁଠାରେ ସର୍ବାଧିକ ବିମାନ ଚଳାଚଳ କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ଏହାର ସ୍ୱଳ୍ପ ଦୂରତା ହେତୁ ଏଠାାକାର ଟ୍ରାଫିକ ପ୍ରଭାବ କିପରି ରହୁଥିବା ତାହା ସହଜରେ ଅନୁମେୟ। 

ଅଷ୍ଟ୍ରେଲୀୟ ଗବେଷକ କାର୍ଲ କ୍ରୁଜେଲନିକଙ୍କ କହିବା କଥା ଯେ, ବର୍ମୁଡା ତ୍ରିକୋଣର ରହସ୍ୟ ଫ୍ଲାଇଟ୍-୧୯ ର ୫ ବିମାନ ନିଖୋଜ ହେବା ସହିତ ଆରମ୍ଭ ହୋଇଥିଲା। ସେତେବେଳେ ସମୁଦ୍ରରେ ଉଠିଥିବା ୧୫ ମିଟର ଉଚ୍ଚ ତରଙ୍ଗ ବିମାନ ପାଇଁ ବିପଦ ସୃଷ୍ଟି କରିଥିଲା। ରେଡିଓ ଟ୍ରାନ୍ସକ୍ରିପ୍ଟ ଠାରୁ ଏହା ସ୍ପଷ୍ଟ ହୋଇଥିଲା ଯେ ବିମାନ ଏହାର ମୂଳ ସ୍ଥାନରୁ ବିଚ୍ୟୁତ ହୋଇଯାଇଛି।