ନର୍ସିଂହୋମ୍‌ରେ ନିଆଁ, ଆଇସିୟୁରେ ଥିବା ରୋଗୀଙ୍କୁ ଉଦ୍ଧାର ପାଇଁ ପ୍ରୟାସ
Advertisement
Article Detail0/zeeodisha/odisha2334523

ନର୍ସିଂହୋମ୍‌ରେ ନିଆଁ, ଆଇସିୟୁରେ ଥିବା ରୋଗୀଙ୍କୁ ଉଦ୍ଧାର ପାଇଁ ପ୍ରୟାସ

ଉଦ୍ଧାର ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଅନ୍ୟ ହସ୍ପିଟାଲ ସ୍ଥାନାନ୍ତର କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି।

ନର୍ସିଂହୋମ୍‌ରେ ନିଆଁ, ଆଇସିୟୁରେ ଥିବା ରୋଗୀଙ୍କୁ ଉଦ୍ଧାର ପାଇଁ ପ୍ରୟାସ

କଟକ: କଟକର ପୁରୀଘାଟ ଥାନା ନିକଟରେ ଥିବାରୁ ଏକ ଘରୋଇ ନର୍ସିଂହୋମ୍‌ରେ ଆଜି ନିଆଁ ଲାଗିଯାଇଛି। ତୃତୀୟ ମହଲାରେ ଥିବା ଆଇସିୟୁରେ ଲାଗିଛି ନିଆଁ। ଆଇସିୟୁରେ ଥିବା ରୋଗୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ତୃତୀୟ ମହଲାରୁ ସିଡ଼ି ଲଗାଇ ଗୁରୁତର ରୋଗୀଙ୍କୁ ଉଦ୍ଧାର କରାଯାଉଛି। ଉଦ୍ଧାର ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଅନ୍ୟ ହସ୍ପିଟାଲ ସ୍ଥାନାନ୍ତର କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି। ତେବେ ନର୍ସିଂହୋମରେ ନିଆଁ କେମିତି ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଅନ୍ୟପଟେ ମେ ୨୭ ତାରିଖରେ ଦିଲ୍ଲୀର ବିବେକବିହାର ସ୍ଥିତ ନ୍ୟୁ ବର୍ଣ୍ଣ ବେବି କେୟାର ସେଣ୍ଟରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୭ନବଜାତ ଦଗ୍ଧ ହେବା ଘଟଣା ସାରା ଦେଶରେ ଆଲୋଚନାର ବିଷୟ ପାଲଟିଥିଲା। ଏହି ଘଟଣାର ତଦନ୍ତ ବେଳେ ବେବି କେୟାର ସେଣ୍ଟରରେ ସାଂଘାତିକ ତ୍ରୁଟି ଥିବା ସାମ୍ନାକୁ ଆସିଥିବା ବେଳେ ସେଣ୍ଟର ଲାଇସେନ୍ସର ସମୟ ସୀମା ସରି ଯାଇଥିଲା ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିଲା ବୋଲି ଯାଞ୍ଚ ବେଳେ ଜଣାପଡ଼ିଛି। ତେବେ ଡାକ୍ତରଖାନାରେ ଅଗ୍ନିକାଣ୍ଡର ଘଟିବାର ମୁଖ୍ୟ କାରଣ ହେଉଛି ଅବହେଳା। ଅନେକ ଡାକ୍ତରଖାନା ନିର୍ମାଣ ହେଉଥିବା ବେଳେ ଜରୁରୀକାଳୀନ ଫାଟକ ମଧ୍ୟ ତିଆରି କରାଯାଉନାହିଁ। ଯାହାକି ବିବେକ ବିହାର କେୟାର ନବଜାତ ଶିଶୁ ଡାକ୍ତରଖାନାରେ ମଧ୍ୟ ଜରୁରୀକାଳୀନ ଫାଟକ ନଥିଲା। ଅଗ୍ନିଶମ ସେବା ଦ୍ୱାରା ଅଗ୍ନି ଏନଓସି ଜାରି କରାଯାଇଥିଲେ ମଧ୍ୟ ତାଙ୍କ ପାଖରେ ଏନଓସି ନଥିଲା। ଏହା ସହିତ ଡାକ୍ତରଖାନା ଗୁଡ଼ିକରେ ରଖାଯାଇ ଥିବା ମେସିନ୍ ଗୁଡ଼ିକ ଏତେ ଭାରି ବିଦ୍ୟୁତ୍ ଜନିତ ହୋଇଥିବା ବେଳେ ଏହା ସର୍ଟ ସର୍କିଟ୍ ମଧ୍ୟ ସୃଷ୍ଟି କରେ। ଆହୁରି ମଧ୍ୟ ଅନେକ ଡାକ୍ତରଖାନାରେ ବୈଦୁତିକ ସୁରକ୍ଷା ଆଦି ପାଳନ କରାଯାଏ ନାହିଁ, ଯାହା ବଡ଼ ଦୁର୍ଘଟଣାର କାରଣ ହୋଇଥାଏ।