Corona ମୁକାବିଲା; Containment Zone-Shutdown ସ୍ଥିତି ପରଖିଲା Jharsuguda Dist Admin
Advertisement
Article Detail0/zeeodisha/odisha901267

Corona ମୁକାବିଲା; Containment Zone-Shutdown ସ୍ଥିତି ପରଖିଲା Jharsuguda Dist Admin

 ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇନାହିଁ। ଏବେ ମଧ୍ୟ ୨୩-୨୪ ପ୍ରତିଶତ ଲୋକ ସଂକ୍ରମିତ ରହିଛନ୍ତି। 

Corona ମୁକାବିଲା; Containment Zone-Shutdown ସ୍ଥିତି ପରଖିଲା  Jharsuguda Dist Admin

ଝାରସୁଗୁଡା: ଜିଲ୍ଲା ସମେତ ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳରେ ଶନିବାର କଣ୍ଟେନମେଣ୍ଟ ଜୋନ ଏବଂ ସଟଡାଉନ ସ୍ଥିତି ତଦାରଖ କରିଛନ୍ତି ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ଶନିବାର ଜିଲ୍ଲାପାଳ ଏବଂ ଏସପି ବିଭିନ୍ନ କଣ୍ଟେନ୍‌ମେଣ୍ଟ ଜୋନ ପରିଦର୍ଶନ କରି ଏଠାରେ ରହୁଥିବା ଲୋକଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ବାବଦରେ ଆଲୋଚନା କରିଛନ୍ତି। 

ସେହିପରି କଣ୍ଟେନମେଣ୍ଟ ଜୋନ (Containment Zone) ଅଞ୍ଚଳରେ ଥିବା ଲୋକଙ୍କ ଯେପରି କୌଣସି ଅସୁବିଧା ହେବ ନାହିଁ ସେ ବିଷୟରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିବା ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ପ୍ରକାଶ କରିଛନ୍ତି। ଝାରସୁଗୁଡା (Jharsuguda) ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇନାହିଁ। ଏବେ ମଧ୍ୟ ଜିଲ୍ଲାରେ ୨୩-୨୪ ପ୍ରତିଶତ ଲୋକ ସଂକ୍ରମିତ ରହିଛନ୍ତି। 

Also Read: Corona Alert: ମୁକାବିଲା ପାଇଁ ଅଣ୍ଟା ଭିଡିଲା ପ୍ରଶାସନ

ଯାହା ଜିଲ୍ଲା ପ୍ରଶାସନ (Jharsuguda Dist Admin) ତଥା ଜିଲ୍ଲାବାସୀଙ୍କ ପାଇଁ ଏକ ସମସ୍ୟା ଭାବେ ଉଭା ହୋଇଛି। ସଂକ୍ରମିତଙ୍କ ସଂଖ୍ୟା କିପରି ହ୍ରାସ ହେବ ସେ ନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରୁଛି। ଏଥିପାଇଁ ଟେଷ୍ଟି ସଂଖ୍ୟା ବୃଦ୍ଧି କରିବା ସହ କଣ୍ଟ୍ରାକ ଟ୍ରେସିଂ (Contact Tracing) ତୁରନ୍ତ କରାଯାଉଛି। ଗୃହ ସଙ୍ଗରୋଧରେ (Home Isolation) ଥିବା ଆକ୍ରାନ୍ତଙ୍କୁ ୨୫ ଡାକ୍ତରୀ ଦଳ ଚିକିତ୍ସା ସେବା ପ୍ରଦାନ କରୁଛନ୍ତି। 

ସେହିପରି ଆସନ୍ତାକାଲି ଠାରୁ ଏକ ୧୦ ଜଣିଆ କେନ୍ଦ୍ରୀୟ ଡାକ୍ତରୀ ଦଳ ସଙ୍ଗରୋଧରେ ଥିବା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବେ। କେଉଁ ରୋଗୀ ଘରେ ରହିବେ କିଏ ଚିକିତ୍ସାଳୟକୁ ଯିବେ ଏବଂ କିଏ କୋଭିଡ କେୟାର ସେଣ୍ଟର (Covid Care Centre) ଠାରେ ରହିବେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରି ଏହି ଦଳ ଉପଯୁକ୍ତ ପରାମର୍ଶ ଦେବେ ବୋଲି ଜିଲ୍ଲାପାଳ ଜଣାଇଛନ୍ତି। 

Also Read: ରାଜ୍ୟର ଏହି ଜିଲ୍ଲାରେ ୩ ସପ୍ତାହ ପାଇଁ ଲାଗିଲା କଠୋର କଟକଣା

ସେହିପରି ସଟଡାଉନ (Shutdown) ତଥା ଲକଡାଉନ (Lockdown) ସମୟରେ ଆଇନ ଶୃଙ୍ଖଳା ବିଷୟରେ ଅବଗତ କରାଇ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ କହିଛନ୍ତି ଜିଲ୍ଲା ପୁଲିସ ଲୋକଙ୍କ ସୁରକ୍ଷା ପାଇଁ ଦିନରାତି କାର୍ଯ୍ୟ କରି ଆସୁଛି। ଲୋକେ କିପରି ନିୟମ ପାଳନ କରି ରହିବେ ସେଥିପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ପହରା ଦେବା ସହ ସୀମାରେ ମୁତୟନ କରାଯାଇଛି।