ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା; ଜିଲ୍ଲାରେ କେତେ ଛାତ୍ରାଛାତ୍ରୀ ହୋଇଛନ୍ତି ସଫଳ?
Advertisement
Article Detail0/zeeodisha/odisha928528

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା; ଜିଲ୍ଲାରେ କେତେ ଛାତ୍ରାଛାତ୍ରୀ ହୋଇଛନ୍ତି ସଫଳ?

ଚଳିତ ବର୍ଷ ଜୁନ ୨୫ ତାରିଖରେ ପ୍ରକାଶ ପାଇଛି ୨୦୨୧ ମାଟ୍ରିକ ପରୀକ୍ଷା ଫଳ।

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା; ଜିଲ୍ଲାରେ କେତେ ଛାତ୍ରାଛାତ୍ରୀ ହୋଇଛନ୍ତି ସଫଳ?

ଝାରସୁଗୁଡା: ପ୍ରକାଶ ପାଇଛି ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ। ଏ ବର୍ଷ ଝାରସୁଗୁଡ଼ା ଜିଲ୍ଲାର ୧୧୭ ହାଇସ୍କୁଲର ୭୦୩୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଅନ୍ୟପଟେ ବେଳେ ୪୦ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। 

ଏଥର A1 ଗ୍ରେଡରେ ୧୫, A2 ଗ୍ରେଡରେ ୨୫୮, B1 ଗ୍ରେଡରେ ୬୭୬, B2 ଗ୍ରେଡରେ ୧୧୬୬, C ଗ୍ରେଡରେ ୧୬୫୧, D ଗ୍ରେଡରେ ୧୫୫୮, E ଗ୍ରେଡରେ ୧୫୯୫ ଜଣ ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ ବେଳେ ୬୩ ଜଣ ଫେଲ ହୋଇଥିବା ଜଣାଇଛନ୍ତି ଝାରସୁଗୁଡା (Jharsuguda) ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ-ଏଡିଇଓ (Additional District Education Officer-ADEO)। ଯଦି ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ କୌଣସି ପ୍ରକାର ଅଭିଯୋଗ ଥାଏ ତାହାଲେ ସେମାନେ ଆସନ୍ତା ମାସ ୫ ତାରିଖରେ ଅଫଲାଇନ ପରୀକ୍ଷା (Off Line Matric Exam) ଦେବା ପାଇଁ ଫର୍ମ ଫିଲ ଅଫ୍ (Form Fill Up) କରିପାରିବେ ଏଡିଇଓ ବୋଲି ଜଣାଇଛନ୍ତି।

Also Read: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଏଥର ୯୭.୮୯ ପ୍ରତିଶତ ପିଲା ପାସ

ଚଳିତ ବର୍ଷ ଜୁନ ୨୫ ତାରିଖରେ ପ୍ରକାଶ ପାଇଛି ୨୦୨୧ ମାଟ୍ରିକ ପରୀକ୍ଷା ଫଳ (Matric Result 2021)। ଏନେଇ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ (Board of Secondary Education) ବିଏସଇ ବୋର୍ଡ (Odisha BSE Board) ପକ୍ଷରୁ ସୂଚନା ଜାରି କରାଯାଇଛି। ମାଟ୍ରିକ ସହିତ ରାଜ୍ଯ ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ଚଳିତ ବର୍ଷ ପାସ୍ ହାର ୯୭.୮୯ ପ୍ରତିଶତ ରହିଛି। ରାଜ୍ୟରେ  ୫ ଲକ୍ଷ ୬୨ ହଜାର ୧୦ ଜଣ ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ ୭୭୦୩ ଜଣ ଫେଲ୍ ହେଇଛନ୍ତି। 

Also Read: ଆଜି ମାଟ୍ରିକ୍ ରେଜଲ୍ଟ; ଏହି ଦୁଇଟି ଉପାୟରେ ଦେଖିପାରିବେ ପରୀକ୍ଷା ଫଳ

କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ମାଟ୍ରିକ ପରୀକ୍ଷା ବାତିଲ ହୋଇଥଲା। ପରୀକ୍ଷାରେ ଖରାପ କରିଥିବା ଛାତ୍ରଛାତ୍ରୀ ପୁଣି ଥରେ ପରୀକ୍ଷା ଦେଇପାରିବେ। ପାସ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨ ଲକ୍ଷ ୮୦ ହଜାର ୩୫୨ ଛାତ୍ର ଏବଂ ୨ ଲକ୍ଷ ୮୧ ହଜାର ୬୫୮ ଜଣ ଛାତ୍ରୀ ରହିଛନ୍ତି। ରାଜ୍ୟର ୫୯୪୫ ସ୍କୁଲରେ ପାସ ହାର ଶତପ୍ରତିଶତ ରହିଛି। ଜାଣନ୍ତୁ କେଉଁ ବର୍ଗରେ କେତେ ଛାତ୍ରଛାତ୍ରୀ ହୋଇଛନ୍ତି ସଫଳ 

A1 ଗ୍ରେଡ୍ – ୨୬୫୬ ଜଣ ପରୀକ୍ଷାର୍ଥୀ  
A2 ଗ୍ରେଡ୍ – ୨୨,୧୩୧ ଜଣ ପରୀକ୍ଷାର୍ଥୀ
B1 ଗ୍ରେଡ୍ – ୯୨,୨୯୯ ଜଣ ପରୀକ୍ଷାର୍ଥୀ
B2 ଗ୍ରେଡ୍ – ୯୪ ହଜାରରୁ ଅଧିକ ପରୀକ୍ଷାର୍ଥୀ