'ପୁରୀ ସହ କେନ୍ଦ୍ରାପଡ଼ାରେ ବି ହେଉ କଟକଣା ଯୁକ୍ତ ରଥଯାତ୍ରା'
Advertisement

'ପୁରୀ ସହ କେନ୍ଦ୍ରାପଡ଼ାରେ ବି ହେଉ କଟକଣା ଯୁକ୍ତ ରଥଯାତ୍ରା'

ବଳଦେବଜୀୟୁଙ୍କ ରଥ ନିର୍ମାଣ ଜ୍ଯେଷ୍ଠ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ। ଏଠାରେ ନୂଆ ରଥ ନିର୍ମାଣ ହୋଇନଥାଏ। ପାଣିରେ ବୁଡି ରହିଥିବା ରଥର ବିଭିନ୍ନ ଅଂଶକୁ ରଥରେ ବ୍ଯବହାର କରି ରଥ ପ୍ରସ୍ତୁତ କରାଯାଇଥାଏ। 

'ପୁରୀ ସହ କେନ୍ଦ୍ରାପଡ଼ାରେ ବି ହେଉ କଟକଣା ଯୁକ୍ତ ରଥଯାତ୍ରା'

କେନ୍ଦ୍ରାପଡ଼ା: ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦେବା ପାଇଁ ନିବେଦନ । କୋରୋନା ମହାମାରୀ ଯୋଗୁଁ ରାଜ୍ୟରେ କେବଳ ମୂଳପୀଠ ଭାବେ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ବ୍ରହ୍ମକ୍ଷେତ୍ର ଶ୍ରୀଜୀଉଙ୍କ ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ରଥଯାତ୍ରା ଆୟୋଜନ ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀଶ୍ରୀ ସିଦ୍ଧବଳଭଦ୍ର ମନ୍ଦିର ସେବାୟତ ଓ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଏକ ନିବେଦନ ପତ୍ର ପ୍ରଦାନ କରାଯାଇଛି।   

ପ୍ରାଚୀନ କାଳରୁ ଶ୍ରୀକ୍ଷେତ୍ର ରେ ଶ୍ରୀଜଗନ୍ନାଥ (Shree Jagannath) ଓ ତୁଳସୀ କ୍ଷେତ୍ର ରେ ବଡଭାଇ ଶ୍ରୀବଳଭଦ୍ର ପୂଜା ପାଇ ଆସୁଛନ୍ତି। ଶ୍ରୀମନ୍ଦିର ରଥଯାତ୍ରା (Rath Yatra) ପାଇଁ ଅକ୍ଷୟ ତୃତୀୟାରୁ ରଥନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଥାଏ ମାତ୍ର ବଳଦେବଜୀୟୁଙ୍କ ରଥ ନିର୍ମାଣ ଜ୍ଯେଷ୍ଠ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ। ଏଠାରେ ନୂଆ ରଥ ନିର୍ମାଣ ହୋଇନଥାଏ। ପାଣିରେ ବୁଡି ରହିଥିବା ରଥର ବିଭିନ୍ନ ଅଂଶକୁ ରଥରେ ବ୍ଯବହାର କରି ରଥ ପ୍ରସ୍ତୁତ କରାଯାଇଥାଏ। 

Also Read: October ରେ ଦେଶରେ ତୃତୀୟ ଲହର: ଇତିହାସ ସାକ୍ଷୀ ହେବନି ଏତେ ମାରାତ୍ମକ !

ଏଣୁ ଶ୍ରୀମନ୍ଦିର ସହ ଜଡିତ କେନ୍ଦ୍ରାପଡ଼ା (Kendrapara) ର ବଡଭାଇ ଶ୍ରୀଶ୍ରୀ ବଳଦେବଜୀୟୁଙ୍କ ରଥଯାତ୍ରା ଆୟୋଜନ ପାଇଁ ସେବାୟତ ଓ ଭକ୍ତମାନେ ଜଗତଗୁରୁ ଶଙ୍କରାଚାର୍ଯ୍ଯଙ୍କ ଶରଣାପନ୍ନ ହୋଇଛନ୍ତି। ତେବେ ଗତବର୍ଷ ପରି କଟକଣା ଭିତରେ ଚଳିତବର୍ଷ କେବଳ ପୁରୀ (Puri) ରେ ହେବ ରଥଯାତ୍ରା । ରାଜ୍ୟରେ ଅନ୍ୟ ସମସ୍ତ ସ୍ଥାନରେ କେବଳ ନୀତିକାନ୍ତି ଆୟୋଜନ ହେବ । ଏନେଇ ଅଧିକ ସୂଚନା ଦେଇଥିଲେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (Special Relief Commissioner)

Also Read:  ଏହି ରାଜ୍ୟରେ ଲାଗୁ ହେଲା ଏମିତି କଟକଣା: ଭ୍ୟାକସିନ ନନେଇଥିଲେ ଯାଇପାରିବେନି Sea Beach

ହେଲେ ଚଳିତ ବର୍ଷ ପୁରୀରେ କଟକଣା ଯୁକ୍ତ ରଥଯାତ୍ରା ହେଉଥିବା ବେଳେ ତୁଳସୀକ୍ଷେତ୍ରରେ ବି ରଥଯାତ୍ରା କରିବା ନେଇ ଦାବି ଉଠିଛି । ସେପଟେ ବରଥଯାତ୍ରା ପାଇଁ ହାଇକୋର୍ଟ (High Court)ରେ ମାମଲା କରାଯାଇଛି । ମନ୍ଦିରର ୫ ଜଣ ସେବାୟତ ଙ୍କ ପକ୍ଷରୁ ଦାୟର ହୋଇଛି ଏହି ମାମଲା । ବିନା ଭକ୍ତରେ ପୁରୀ ଢାଞ୍ଚା ଓ କୋଭିଡ କଟକଣା ମଧ୍ୟରେ ପାଳନ ପାଇଁ ଆବେଦନ କରିଛନ୍ତି ସେବାୟତ (Sevayat)।