Govt Jobs: Oil India ରେ ଏହି ୧୨୦ ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ଆଜି, ଶୀଘ୍ର କରନ୍ତୁ ଅପ୍ଲାଇ
Advertisement

Govt Jobs: Oil India ରେ ଏହି ୧୨୦ ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ଆଜି, ଶୀଘ୍ର କରନ୍ତୁ ଅପ୍ଲାଇ

OIL Recruitment 2021: ଜୁନିଅର ଆସିଷ୍ଟାଣ୍ଟ ପଦବୀ ପାଇଁ ଅଏଲ ଇଣ୍ଡିଆ ଲିମିଟେଡ୍ ବିଜ୍ଞପ୍ତି ଜାରି କରିଛି । ପ୍ରାର୍ଥୀମାନେ ଏହି ପଦବୀ ପାଇଁ ୧୫ ଅଗଷ୍ଟ ୨୦୨୧ ମଧ୍ୟରେ ଆବେଦନ କରିପାରିବେ ।

ପ୍ରତୀକାତ୍ମକ ଛବି

OIL Recruitment 2021:ଜୁନିଅର ଆସିଷ୍ଟାଣ୍ଟ ପଦବୀ ପାଇଁ ଅଏଲ ଇଣ୍ଡିଆ ଲିମିଟେଡ୍ (Oil India limited) ବିଜ୍ଞପ୍ତି ଜାରି କରିଛି । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ୧ ଜୁଲାଇ ୨୦୨୧ ରୁ ଚାଲିଛି । ଆଜି ଅର୍ଥାତ ରବିବାର ଆବେଦନର ଶେଷ ଦିନ । ପ୍ରାର୍ଥୀମାନେ OIL ଅଫିସିଆଲ୍ ୱେବସାଇଟ୍ www.oil-india.com ରେ ୧୫ ଅଗଷ୍ଟ ୨୦୨୧ ମଧ୍ୟରେ ଆବେଦନ କରିପାରିବେ । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମୋଟ ୧୨୦ ଟି ପଦବୀ ପୂରଣ ହେବ । ସରକାରୀ ବିଜ୍ଞପ୍ତିକୁ ପୁଙ୍ଖାନୁପୁଙ୍ଖ ପଢି ପ୍ରାର୍ଥୀମାନେ ଆବେଦନ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।
 
OIL Recruitment 2021: ଶିକ୍ଷାଗତ ଯୋଗ୍ୟତା 
ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ନିଶ୍ଚିତ ଭାବରେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ପାସ୍ କରିବା ଆବଶ୍ୟକ । ଏଥିସହ ପ୍ରାର୍ଥୀଙ୍କର କମ୍ପ୍ୟୁଟର ଆପ୍ଲିକେସନରେ ୬ ମାସର ଡିପ୍ଲୋମା ରହିବା ଉଚିତ୍ ।

OIL Recruitment 2021: ବୟସ ସୀମା 
ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ୍ । ଏଥି ସହିତ ଉଚ୍ଚ ବୟସ ସୀମା ମଧ୍ୟରେ ଓବିସି ବର୍ଗ ପ୍ରାର୍ଥୀଙ୍କୁ ତିନି ବର୍ଷ ଓ ଏସସି ଏବଂ ଏସଟି ବର୍ଗ ପ୍ରାର୍ଥୀଙ୍କୁ ୫ ବର୍ଷ ଆରାମ ପ୍ରଦାନ କରାଯାଇଛି ।

ଅଧିକ ପଢ଼ନ୍ତୁ: PM Modi's Speech On 75th Independence: ପଢ଼ନ୍ତୁ ପିଏମ ମୋଦିଙ୍କ ସମ୍ବୋଧନର ୧୦ ଟି ବିଶେଷ କଥା

OIL Recruitment 2021: ଚୟନ ପ୍ରକ୍ରିୟା 
ସିବିଟି ପରୀକ୍ଷାରେ ମିଳିଥିବା ମାର୍କ ଆଧାରରେ ଏହି ପଦବୀଗୁଡ଼ିକରେ ପ୍ରାର୍ଥୀ ଚୟନ କରାଯିବ । ପରୀକ୍ଷା ୧୦୦ ମାର୍କ ହେବ ଓ ଏହାର ସମୟସୀମା ଦୁଇ ଘଣ୍ଟା ରଖାଯାଇଛି ।

OIL Recruitment 2021: ଆବେଦନ ଶୁଳ୍କ
ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଅନ୍ୟପକ୍ଷରେ ଏସସି ଏବଂ ଏସଟି ବର୍ଗ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କରେ ଆରାମ ପ୍ରଦାନ କରାଯାଇଛି ।

ଅଧିକ ପଢ଼ନ୍ତୁ: ରାନୁ ମଣ୍ଡଳ ଗାଇଲେ 'ବଚ୍ଚପନ କା ପ୍ୟାର', ସୋସିଆଲ ମିଡ଼ିଆରେ ମଚାଉଛି ଧୁମ୍, ଦେଖନ୍ତୁ Video

OIL Recruitment 2021: ଗୁରୁତ୍ୱପୂର୍ଣ୍ଣ ତାରିଖ
ଅନଲାଇନ୍ ଆବେଦନ ଆରମ୍ଭ ତାରିଖ - ୧ ଜୁଲାଇ ୨୦୨୧
ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ - ୧୫ ଅଗଷ୍ଟ ୨୦୨୧
ଅଫିସିଆଲ୍ ୱେବସାଇଟ୍ - www.oil-india.com