ରାନୁ ମଣ୍ଡଳ ଗାଇଲେ 'ବଚ୍ଚପନ କା ପ୍ୟାର', ସୋସିଆଲ ମିଡ଼ିଆରେ ମଚାଉଛି ଧୁମ୍, ଦେଖନ୍ତୁ Video
Advertisement
Article Detail0/zeeodisha/odisha965119

ରାନୁ ମଣ୍ଡଳ ଗାଇଲେ 'ବଚ୍ଚପନ କା ପ୍ୟାର', ସୋସିଆଲ ମିଡ଼ିଆରେ ମଚାଉଛି ଧୁମ୍, ଦେଖନ୍ତୁ Video

ଦୀର୍ଘ ସମୟ ପରେ ରାନୁ ମଣ୍ଡଳ 'ବଚ୍ଚପନ କା ପ୍ୟାର' ଗୀତ ଗାଉଥିବାର ନଜର ଆସିଛନ୍ତି । ଏହାର ଏକ ଭିଡିଓ ଏହି ସମୟରେ ଜୋରଦାର ଭାଇରାଲ ହେଉଛି ।

 

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ସୋହଦେବ ଦିର୍ଡୋ (Sahdev Dirdo) ନାମକ ପିଲା ଚର୍ଚ୍ଚାରେ ଅଛନ୍ତି । ପିଲାଟିର ଏକ ଭିଡ଼ିଓ ଏତେ ମାତ୍ରରେ ଭାଇରାଲ ହୋଇଥିଲା ଯେ ବାଦଶାହ (Badshah) ମଧ୍ୟ ତାଙ୍କ ସହ 'ବଚ୍ଚନ କା ପ୍ୟାର' (Bachpan Ka Pyaar) ଗୀତ ରିଲିଜ କରିଛନ୍ତି । ବଡ଼ ବଡ଼ ତାରକାମାନେ ମଧ୍ୟ ଏହି ପିଲାକୁ ପ୍ରଶଂସା କରିଥିଲେ ଓ ତାଙ୍କ ଭାଇରାଲ୍ ଭିଡିଓରେ ରିଲ୍ ତିଆରି କରିଥିଲେ । କିନ୍ତୁ ବର୍ତ୍ତମାନ ଦୁଇ ବର୍ଷ ପୂର୍ବେ ଇଣ୍ଟରନେଟ୍ ସେନ୍ସେସନ ଭାବରେ ଉଭା ହୋଇଥିବା ରାନୁ ମଣ୍ଡଳ (Ranu Mondal) ମଧ୍ୟ ସାହାଦେବଙ୍କ ଗୀତକୁ ଗାଉଥିବାର ଦେଖିବାକୁ ମିଳିଛି । ତାଙ୍କର ଏହି ଭିଡ଼ିଓ ଜୋରଦାର ଭାଇରାଲ ହେବାରେ ଲାଗିଛି ।

ରାନୁ ମଣ୍ଡଳଙ୍କ ଦ୍ୱାରା ପୁଣି ପ୍ରଭାବିତ ହେଲେ ଲୋକେ 
ବାସ୍ତବରେ ରାନୁ ମଣ୍ଡଳର ଏକ ଭିଡିଓ ଇନଷ୍ଟାଗ୍ରାମରେ ସାକ୍ରିଡ ଅଡ୍ଡା (Sacred Adda) ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଏଥିରେ ଜଣେ ବ୍ୟକ୍ତି କଲର୍ ମାଇକ୍ ସହିତ ରାନୁଙ୍କ ଗୀତ ରେକର୍ଡିଂ କରୁଥିବା ଦେଖିବାକୁ ମିଳିଛି । ଏଠାରେ ରାନୁ ମଣ୍ଡଳ ଝରକା ପାଖରେ ଠିଆ ହୋଇଛନ୍ତି ଓ ଏହି ସମୟର ସୁପରହିଟ୍ ଗୀତ 'ବଚ୍ଚନ କା ପ୍ୟାର୍' ଗାଉଥିବାର ନଜର ଆସିଛନ୍ତି । ରାନୁଙ୍କ ପ୍ରଶଂସକମାନେ ପୁଣି ଥରେ ତାଙ୍କ ସ୍ୱରର ଫିଦା ହୋଇ ତାଙ୍କୁ ପ୍ରଶଂସା କରୁଛନ୍ତି ।

ଅଧିକ ପଢ଼ନ୍ତୁ: ନିଜର 'ସମର୍ଥକ'ଙ୍କୁ ଆଫଗାନିସ୍ତାନରେ ବେସାହାରା ଛାଡିବ ନାହିଁ ଭାରତ, ନେଲା ଏହି ବଡ଼ ନିଷ୍ପତ୍ତି

ଟ୍ରେଣ୍ଡରେ ରହିଛି ବାଦଶାହଙ୍କ ଭିଡ଼ିଓ
ଗତ ମାସରେ ସାହଦେବଙ୍କ 'ବଚ୍ଚପନ କା ପ୍ୟାର'ର ଏକ ଭିଡିଓ ଭାଇରଲ ହୋଇଥିଲା । ଯାହା ପରେ ଅନେକ ଲୋକ ଏହି ଗୀତରେ ଲିପନ୍ସଙ୍ଗ କରି ଭିଡିଓ ତିଆରି କରିଥିଲେ । ଏହି ଭିଡିଓ ଦ୍ୱାରା ରାପର୍ ବାଦଶାହ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ସାହଦେବଙ୍କୁ ଚଣ୍ଡିଗଡ଼କୁ ଭେଟିବା ପାଇଁ ଡାକିଥିଲେ । ବର୍ତ୍ତମାନ ବାଦଶାହ ସାହଦେବଙ୍କ ସହିତ ଏହି ଗୀତଟିକୁ ପୁନଃ ନିର୍ମାଣ ଓ ରିଲିଜ୍ କରିଛନ୍ତି । ରିଲିଜ୍ ସହିତ ଏହି ଗୀତଟି ୟୁଟ୍ୟୁବରେ ନମ୍ବର ୱାନରେ ଟ୍ରେଣ୍ଡ କରୁଛି ।

 
 
 
 

 
 
 
 
 
 
 
 
 
 
 

A post shared by Sacred Adda (@sacredadda)

କିଏ ଏହି ରାନୁ ମଣ୍ଡଳ
୨୦୧୯ ମସିହାରେ ରାନୁ ମଣ୍ଡଳ ନିଜର ଏକ ଭିଡିଓ ମାଧ୍ୟମରେ ନେସନାଲ ସେଲିବ୍ରିଟି ହୋଇ ଯାଇଥିଲେ। ଭିଡିଓରେ ରାନୁ ଷ୍ଟେସନରେ 'ଏକ ପ୍ୟାର କା ନାଗମା ହେi' ଗୀତ ଗାଉଥିବାର ନଜର ଆସିଥିଲେ । ଏହି ଭିଡିଓ ଏତେ ମାତ୍ରାରେ ଭାଇରାଲ ହୋଇଥିଲା ଯେ ହିମେଶ ରେଶମିଆ ତାଙ୍କୁ ବଲିଉଡରେ ଏଣ୍ଟ୍ରି କରାଇଥିଲେ । କିନ୍ତୁ ଏହା ପରେ ରାନୁ ପୁଣି ଅଜ୍ଞାତ ହୋଇଗଲେ ।