Advertisement
Article Detail0/zeeodisha/odisha864530

ବିବାହ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ 'ବାମନ'

ଅଜୀମ ପଞ୍ଚମରୁ ପାଠ ଛାଡି ଭାଇର କସ୍ମେଟିକ ଦୋକାନରେ କାମ କରିବାକୁ ଆରମ୍ଭ କରିଦେଲେ। ଏବେ ଅଜୀମ ନିଜେ ଗୋଟିଏ ଦୋକାନ ଖୋଲିଛନ୍ତି। ତାଙ୍କ ପାଖରେ ଧନ ସମ୍ପତ୍ତିର କୌଣସି ଅଭାବ ନାହିଁ। କିନ୍ତୁ କନ୍ୟା ନ ମିଳିବାରୁ ସେ ବର୍ତ୍ତମାନ ସୁଦ୍ଧା ଅବିବାହିତ ଅଛନ୍ତି।

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ବାମନ ହୋଇ ପୃଥିବୀରେ ଜନ୍ମ ହେବା ପାପ କି? ଭଗବାନଙ୍କ କୃପାରୁ ଧନ, ସମ୍ପତ୍ତି, ସମ୍ମାନ ସବୁ ଅଛି, ତଥାପି ମିଳୁନାହାନ୍ତି କନ୍ୟା। ପ୍ରସ୍ତାବ ଆସୁଛି କିନ୍ତୁ ପୁଅର ଉଚ୍ଚତା ଦେଖି କିଏ ଝିଅ ଦେବାକୁ ରାଜି ହେଉ ନାହାନ୍ତି। ଏଭଳି କିଛି ଘଟଣା ଗତ କିଛି ବର୍ଷ ଧରି ଉତ୍ତର ପ୍ରଦେଶ, ମୁଜାଫରନଗର ଅଞ୍ଚଳର ଅଜୀମ ମନସୁରୀଙ୍କ ଠାରେ ଘଟିଛି। ଆଉ ଶେଷରେ ଅଜୀମ ନିଜ କନ୍ୟା ଖୋଜିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି।

ସାମଲି ଜିଲ୍ଲା (Shamli) ମୁଜାଫରନଗରର କୈରନାରେ ଅଜୀମ ମନସୁରୀ (Azeem Mansoori) ଙ୍କ ଘର। ଅଜୀମଙ୍କ ବୟସ ବର୍ତ୍ତମାନ ୨୬ ବର୍ଷ କିନ୍ତୁ ଉଚ୍ଚତା ମାତ୍ର ୨ ଫୁଟ। ପିଲା ବେଳେ ସେ ଜଣେ ପାଠୁଆ ଛାତ୍ର ଥିଲେ। କିନ୍ତୁ ତାଙ୍କ ଉଚ୍ଚତାକୁ ନେଇ ସ୍କୁଲରେ ସାଙ୍ଗସାଥୀ କଟାକ୍ଷ କରୁଥିଲେ। ସେଥିରେ ଅତିଷ୍ଟ ହୋଇ ଅଜୀମ ପଞ୍ଚମରୁ ପାଠ ଛାଡି ଭାଇର କସ୍ମେଟିକ ଦୋକାନରେ କାମ କରିବାକୁ ଆରମ୍ଭ କରିଦେଲେ। ଏବେ ଅଜୀମ ନିଜେ ଗୋଟିଏ ଦୋକାନ ଖୋଲିଛନ୍ତି। ତାଙ୍କ ପାଖରେ ଧନ ସମ୍ପତ୍ତିର କୌଣସି ଅଭାବ ନାହିଁ। କିନ୍ତୁ କନ୍ୟା ନ ମିଳିବାରୁ ସେ ବର୍ତ୍ତମାନ ସୁଦ୍ଧା ଅବିବାହିତ ଅଛନ୍ତି।

Also Read: ବିଧାନସଭାରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ, ପିଉଥିଲେ ସାନିଟାଇଜର୍

Add Zee News as a Preferred Source

ଛଅ ଭାଇ ଭଉଣୀ ମଧ୍ୟରେ ଅଜୀମ ସବୁଠୁ ଛୋଟ। ବିଗତ ୫ ବର୍ଷ ଧରି ତାଙ୍କ ବିବାହ ପାଇଁ କନ୍ୟା ଖୋଜା ଚାଲିଛି। ଲୋକେ ଘର ଦେଖିବାକୁ ଆସୁଛନ୍ତି କିନ୍ତୁ ପୁଅର ଉଚ୍ଚତା ଦେଖି, ମନା କରିଦେଉଛନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଅଜୀମ ଏବେ ମାନସିକ ଚାପ (Memtal pressure) ରେ ପଡିଛନ୍ତି। ତାଙ୍କୁ ରାତିରେ ନିଦ ମଧ୍ୟ ହେଉନାହିଁ। ସେପଟେ ପରିବାର ଲୋକ ମଧ୍ୟ ଅନେକ ବାର ପ୍ରୟାସ କରିବା ପରେ ନିରାଶ ହୋଇଛନ୍ତି  ବୋଲି ଅଜୀମଙ୍କ ଭେଣୋଇ କହିଛନ୍ତି।

ନିଜ ଜୀବନସାଥୀ ଖୋଜିବାକୁ ଅଜୀମ ମଧ୍ୟ ଟେଷ୍ଟା କରିଥିଲେ। ଏପରି କି ସେ ଏ ବାବଦରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ (Akhilesh Yadav) ଙ୍କୁ ମଧ୍ୟ ଭେଟିଥିଲେ। ଆଉ ଅଖିଲେଶ ତାଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ହେଲା ନାହିଁ। ପରେ ସେ ଜନ ସେବା ଭାବି ଝିଅ ଖୋଜି ଦିଅନ୍ତୁ ବୋଲି ପୋଲିସ (UP Police) , SDM ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (CM Yogi Adityanath) ଙ୍କୁ ଚିଠି ଲେଖିଛନ୍ତି। କନ୍ତୁ ବର୍ତ୍ତମାନ ସୁଦ୍ଧା ତାର କୌଣସି ଜବାବ ଆସି ନାହିଁ

 

About the Author