ବିଧାନସଭାରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ, ପିଉଥିଲେ ସାନିଟାଇଜର୍
Advertisement
Article Detail0/zeeodisha/odisha864474

ବିଧାନସଭାରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ, ପିଉଥିଲେ ସାନିଟାଇଜର୍

 ଆଜି ଗୃହ ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୃହ କାର୍ଯ୍ୟଚାଲୁଥିବା ବେଳେ ସାନିଟାଇଜର ପିଇ ଜୀବନ ହାରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି।

 

ଡିଜାଇନ ଫଟୋ

ଭୁବନେଶ୍ୱର: ସାଧାରଣ ଜନତାଙ୍କ ପରେ ବିଧାୟକଙ୍କ ସୁଇସାଇଡ୍ ସଇଟା ପଲଟିବ କି ବିଧାନସଭା। ଆଜି ଗୃହ ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୃହ କାର୍ଯ୍ୟଚାଲୁଥିବା ବେଳେ ସାନିଟାଇଜର ପିଇ ଜୀବନ ହାରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି।

ଆଜି ଆରମ୍ଭରୁ ବିଧାନସଭା (Odisha Assembly) ରେ ଧାନକିଣାକୁ ନେଇ ହଙ୍ଗାମା ଚାଲିଥିଲା। ମଣ୍ଡି ସମସ୍ୟା (Mandi Problems) ବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗରେ ସରକାରଙ୍କୁ ବିରୋଧି ଘେରିଥିଲେ। ଏପରି କି ଚାଷୀଙ୍କ ସମସ୍ତ ଧାନ କିଣା ନହେଲେ ଆତ୍ମାହୁତି (Suicide attempt) କିରିବେ ବୋଲି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଚେତାବନୀ ଦେଇଥିଲେ। ତେବେ ଏହା ପ୍ରଥମ ନୁହଁ ପୂର୍ବରୁ ମଧ୍ୟ ବିଧାୟକ ଏଭଳି ଧମକ ଦେଇଥିଲେ।

Also Read: ଧାନ କିଣାରେ ଦୁର୍ନୀତି; ସମବାୟ ସମିତି ସମ୍ପାଦକ ନିଲମ୍ବିତ, ଚାଷୀ ନା'ରେ ଏତଲା

ତେବେ ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (Ranendra Pratap Swain) ବିରୋଧିଙ୍କ ପ୍ରଶ୍ନର ଉତ୍ତରର ରଖୁଥିଲେ। କିନ୍ତୁ ଏହି ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଧାୟକ ସୁବାସ ପାଣିଗ୍ରାହୀ (Subash Panigrahi) ଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ସେଠାରେ ଉପଲବ୍ଧ ଥିବା ସାନିଟାଇଜର ପିଉ ଥିଲେ। କିନ୍ତୁ ଉଭୟ କଂଗ୍ରେସ ଓ ବିଜେପି ବିଧାୟକଙ୍କ ସମେତ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ନିବେଦନ ପରେ ବିଧାୟକ ପାଣିଗ୍ରାହୀ ଏହି ଚରମ ପଦକ୍ଷେପରୁ ବିରତ ରହିଥିଲେ।

ଗୃହରେ ବିଧାୟକ (BJP MLA) ଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଧାୟକ କେବଳ ଆତ୍ମହତ୍ୟାର ନାଟକ କରୁଥିଲେ କି? ଆତ୍ମହତ୍ୟା କରିବା ଲୋକ ବିଷ ବଦଳରେ ଆଲକୋହଲ ପିଇବେ କି? କୋରୋନାଠୁ ଦୂରେଇ ରହିବା ପାଇଁ ବିଧାନସଭାରେ ରଖାଯାଇଥିବା ସାନିଟାଇଜର ବିଧାୟକଙ୍କ ମାରଣାସ୍ତ୍ର କି? ୟୁଜର୍ସ ଏଭଳି ଅନେକ ପ୍ରଶ୍ନ କରୁଛନ୍ତି।