ଖେଚୁଡି ଦେଇ ସ୍କୁଲରେ ୧୭ ଛାତ୍ରୀଙ୍କୁ ଅସଦାଚରଣ, ମାମଲା ଦବାଇବାକୁ ପୋଲିସର ପ୍ରୟାସ
Advertisement

ଖେଚୁଡି ଦେଇ ସ୍କୁଲରେ ୧୭ ଛାତ୍ରୀଙ୍କୁ ଅସଦାଚରଣ, ମାମଲା ଦବାଇବାକୁ ପୋଲିସର ପ୍ରୟାସ

ମୁଜାଫରନଗର ଏସଏସପି, ଅଭିଷେକ ଯାଦବଙ୍କ କହିବାହେଲା, ଗତ ନଭେମ୍ବର ୨୦ ତାରିଖରେ ୧୭ ଜଣ ନାବାଳିକା ଛାତ୍ରୀଙ୍କୁ ସ୍କୁଲରେ ଅସଦାଚରଣ କରାଯାଇଥିବାର ଅଭିଯୋଗ ହୋଇଛି। 

ପ୍ରତିକାତ୍ମକ ଫଟୋ

ଲକ୍ଷ୍ନୌ: ଅପରାଧ ଓ ଅପରାଧିକୁ ନେଇ ସର୍ବାଧିକ କୋଠର ଥିବା ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରୁ ଆସିଛି ଚାଞ୍ଚଲ୍ୟକର ଖବର। ପୁଣି ବଦନାମ ହୋଇଛି ଉତ୍ତର ପ୍ରଦେଶର ମୁଜାଫରନଗର। ଜିଲ୍ଲାର ପୁରକାଜୀ ଅଞ୍ଚଳରେ ନିଶା ଦେଇ ୧୭ ଜଣ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଦୁଇଟି ସ୍କୁଲର ମ୍ୟାନେଜରଙ୍କ ନାମରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।

ମୁଜାଫରନଗର ଏସଏସପି, ଅଭିଷେକ ଯାଦବଙ୍କ କହିବାହେଲା, ଗତ ନଭେମ୍ବର ୨୦ ତାରିଖରେ ୧୭ ଜଣ ନାବାଳିକା ଛାତ୍ରୀଙ୍କୁ ସ୍କୁଲରେ ଅସଦାଚରଣ କରାଯାଇଥିବାର ଅଭିଯୋଗ ହୋଇଛି। ଗ୍ରାମମୁଖିଆ ଓ ଅଭିଭାବକଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ଭାରତୀୟ ଦଣ୍ଡ ସଂହିତାର ଧାରା ୩୫୪ ଓ ପୋକ୍ସୋ ଆଇନରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କ ଧରିବା ପାଇଁ ବିଭିନ୍ନ ସ୍ଥାନରେ ତଢଉ କରାଯାଉଛି।

Also Read: ରାଜଧାନୀବାସୀଙ୍କୁ ନୂଆବର୍ଷ ଭେଟି, BDA ନେଲା ବଡ଼ ନିଷ୍ପତ୍ତି

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପୁରକାଜୀସ୍ଥିତ ଦୁଇଟି ସ୍କୁଲର ମ୍ୟାନେଜର ପଢିବା ପାଇଁ ଦଶମ ଶ୍ରେଣୀର ୧୭ ଜଣ ଛାତ୍ରୀଙ୍କୁ ଜିଜିଏସ ଇଣ୍ଟରନ୍ୟାସନାଲ ସ୍କୁଲକୁ ଡକାଇଥିଲେ। ଆଉ ସେମାନଙ୍କୁ ପ୍ରାକ୍ଟିକାଲ ବାହାନାରେ ରାତିରେ ଅଟକାଇଥିଲେ। ପରେ ନିଶା ଦେଇ ସେମାନଙ୍କୁ ଅସଦାଚରଣ କରିଥିଲେ। ଘଟଣା ବିଷୟରେ ଥାନାରେ ଅଭିଯୋଗ ହୋଇଥିଲା କିନ୍ତୁ ପୋଲିସ ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରିଥିଲା।

ଜଣେ ପୀଡିତା କହିଛନ୍ତି ଯେ, ପ୍ରାକ୍ଟିକାଲ ପାଇଁ ସେମାନଙ୍କୁ ରାତିରେ ସ୍କୁଲରେ ରହିବାକୁ କୁହାଯାଇଥିଲା। ରାତ୍ର ଭୋଜନ ପାଇଁ ପ୍ରଥମେ ଯେଉଁ ଖାଦ୍ୟ ପ୍ରସ୍ତୁତ ହୋଇଥିଲା ତାକୁ ସ୍କୁଲ ମ୍ୟାନେଜର ନଷ୍ଟ କରିଦେଇଥିଲେ। ପରେ ପୁଣି ଥରେ ରୋଷେଇ ହେଲା। ସେହି ଖାଦ୍ୟରେ ନିଶା ମିଶା ହୋଇଥିଲା। ଛାତ୍ରୀମାନେ ଅଜାଣତରେ ନିଶା ମିଶା ଖେଚୁଡି ଖାଇ ଅଚତ ହୋଇଗଲେ। ଏହାର ସୁଯୋଗ ନେଇ ସ୍କୁଲ ମ୍ୟାନେଜର ସେମାନଙ୍କ ସହ ଅସଦାଚରଣ କରିଥିଲେ। ଆଇ ଘଟଣା ବିଷୟରେ କାହାକୁ ନ କହିବା ପାଇଁ ଧମକ ଦେଇଥିଲେ।

Also Read: ହୀରାକୁଦ ଡ୍ୟାମରୁ ଉତ୍ପାଦନ ହେବ ସୌର ବିଦ୍ୟୁତ

କୌଣସି ପ୍ରକାରେ ଛାତ୍ରୀଙ୍କ ସହ ହୋଇଥିବା ଅସଦାଚରଣ ବିଷୟରେ କାମେରା ଗ୍ରାମମୁଖିଆ ଖବର ପାଇଥିଲେ। ସେ ହ୍ୱାଟସଅପ ମାଧ୍ୟମରେ ଗତ ୪ ତାରିଖରେ ମୁଜଫରନଗର ଏସଏସପିଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ୨ ଜଣ ଛାତ୍ରୀ ଲିଖିତ ଅଭିଯୋଗ କରିଥିବା ବେଳେ ଅନ୍ୟ ୧୫ ଜଣ ନିରବ ଅଛନ୍ତି। ସମସ୍ତ ପୀଡିତା ଗରିବ ହୋଇଥିବାକୁ ପୋଲିସ ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ବରିଷ୍ଠ ଅଧିକାରୀ ଏଥିରେ ହସ୍ତକ୍ଷେପ କରି ଜଣେ ପୋଲିସ କର୍ମୀଙ୍କୁ ନିଲମ୍ବନ କରିଛନ୍ତି।