Alphabet Astrology 2023: ଭାଗ୍ୟଶାଳୀ ଆପଣ ଯଦି ଆପଣଙ୍କ ବାନ୍ଧବୀ ବା ପତ୍ନୀଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ
Advertisement
Article Detail0/zeeodisha/odisha1511384

Alphabet Astrology 2023: ଭାଗ୍ୟଶାଳୀ ଆପଣ ଯଦି ଆପଣଙ୍କ ବାନ୍ଧବୀ ବା ପତ୍ନୀଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ

Alphabet Astrology: କିଛି ଅକ୍ଷରରୁ ଆରମ୍ଭ କରାଯାଉଥିବା ନାମ କେବଳ ନିଜ ପାଇଁ ନୁହେଁ ନିଜ ବାନ୍ଧବୀ ବା ଜୀବନସାଥୀ ପାଇଁ ବହୁତ ଭାଗ୍ୟଶାଳୀ ବୋଲି ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କିଛି ଏମିତି ଅକ୍ଷର ନାଁ ରହିଛି ଯାହା ଦ୍ୱାରା ସେମାନଙ୍କ ପ୍ରେମିକ ବା ସ୍ୱାମୀ ପାଇଁ ଖୁବ ଭାଗ୍ୟଶାଳୀ ବୋଲି କୁହାଯାଏ।

Alphabet Astrology 2023: ଭାଗ୍ୟଶାଳୀ ଆପଣ ଯଦି ଆପଣଙ୍କ ବାନ୍ଧବୀ ବା ପତ୍ନୀଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ

Alphabet Astrology 2023: ଜଣେ ବ୍ୟକ୍ତିର ନାମ ତା ଉପରେ ବହୁତ ପ୍ରଭାବ ପକାଇଥାଏ। ଜଣେ ବ୍ୟକ୍ତିର ପ୍ରଥମ ନାମର ଅକ୍ଷର ତା ରାଶି କଣ ତାହା ଦର୍ଶାଇଥାଏ। ତେବେ ରାଶି ଦ୍ୱାରା ଜଣେ ବ୍ୟକ୍ତିର ଅତିତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଆକଳନ କରାଯାଇଥାଏ। ଏମିତିରେ ଜଣେ ବ୍ୟକ୍ତିର ନିଜ ନାମକୁ ନେଇ ତା ଭାଗ୍ୟ ସହିତ ଯୋଡାଯାଇଥାଏ। ଆଜି ଆମେ ଆପଣଙ୍କୁ କହିବୁ କିଛି ଅକ୍ଷରରୁ ଆରମ୍ଭ କରାଯାଉଥିବା ନାମ କେବଳ ନିଜ ପାଇଁ ନୁହେଁ ନିଜ ବାନ୍ଧବୀ ବା ଜୀବନସାଥୀ ପାଇଁ ବହୁତ ଭାଗ୍ୟଶାଳୀ ବୋଲି ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କିଛି ଏମିତି ଅକ୍ଷର ନାଁ ରହିଛି ଯାହା ଦ୍ୱାରା ସେମାନଙ୍କ ପ୍ରେମିକ ବା ସ୍ୱାମୀ ପାଇଁ ଖୁବ ଭାଗ୍ୟଶାଳୀ ବୋଲି କୁହାଯାଏ। ତେବେ ଚାଲନ୍ତୁ ଜାଣିବା କେଉଁ ଅକ୍ଷରରୁ ନାମ ଆରମ୍ଭ ହେଲେ ଶୁଭ ବୋଲି ବିବେଚନା କରାଯାଏ। 

D ଅକ୍ଷରରୁ ଆରମ୍ଭ ହେଉଥିବା ନାମ
ଯେଉଁ ଝିଅ ମାନଙ୍କ ନାମର ପ୍ରଥମ ଅକ୍ଷର ଡି ରୁ ଆରମ୍ଭ ହୋଇଥାଏ ସେମିତି ଝିଅ ବହୁତ ଭାଗ୍ୟଶାଳୀ ଅଟନ୍ତି । ସେମାନେ ନିଜ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ନାମ୍ନୀ ଝିଅଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ିନଥାଏ। D ଅକ୍ଷରରୁ ଆରମ୍ଭ ହେଉଥିବା ଝିଅ ମାନେ ସ୍ୱଂୟ ମାତା ଲକ୍ଷ୍ମୀଙ୍କ ସ୍ୱରୁପା ବୋଲି ବିବେଚନା କରାଯାଏ। ଏମାନେ କ୍ୟାରିୟର ମାମଲାରେ ମଧ୍ୟ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ନାମ୍ନୀ ଝିଅ ଯେଉଁ ମାନଙ୍କ ଜୀବନରେ ଥାନ୍ତି ସେମାନଙ୍କ ପ୍ରେମିକ ହୁଅନ୍ତୁ ବା ପତି ଖୁବ ଭାଗ୍ୟଶାଳୀ ହୁଅନ୍ତି।

G ଅକ୍ଷରରୁ ଆରମ୍ଭ ହେଉଥିବା ନାମ
ଯେଉଁ ଝିଅମାନଙ୍କର ନାମ ଇଂରାଜୀ ବର୍ଣ୍ଣମାଳାର G ଅକ୍ଷରରୁ ଆରମ୍ଭ ହୁଏ ସେମାନେ ଭାଗ୍ୟବାନ ଏବଂ ଧନୀ ମଧ୍ୟ ଅଟନ୍ତି । ଏହି ଝିଅ ମାନେ ନିଜ ପ୍ରେମିକ ଏବଂ ସ୍ୱାମୀ ପାଇଁ ବହୁତ ଭାଗ୍ୟବାନ ବିବେଚିତ ହୁଅନ୍ତି।  ତାଙ୍କର ଧନ ହେତୁ ତାଙ୍କ ବାପ ଘର ଏବଂ ଶାଶୁ ଘର ସବୁବେଳେ ଧନରେ ପରିପୂର୍ଣ୍ଣ ହୋଇ ରହିଥାଏ। 

L  ଅକ୍ଷରରୁ ଆରମ୍ଭ ହେଉଥିବା ନାମ 
ଯେଉଁ ଝିଅ ମାନଙ୍କର ନାମ L ଅକ୍ଷରରୁ ଆରମ୍ଭ ହୁଏ, ସେମାନେ ସବୁ ପ୍ରକାରର ସମ୍ପର୍କକୁ ଗମ୍ଭୀରତାର ସହ ନେଇଥାନ୍ତି। ସେମାନଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡେ ନାହିଁ କାରଣ ସେମାନେ ଦେବୀ ଲକ୍ଷ୍ମୀଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି । ଯଦି ଆପଣ ଏହି ନାମ୍ନୀ ଝିଅଙ୍କୁ ବିବାହ କରନ୍ତି ତେବେ ଆପଣଙ୍କ ଚାକିରି କ୍ଷେତ୍ରରେ ଏବଂ ବ୍ୟବସାୟ କ୍ଷେତ୍ରରେ ଅଗ୍ରଗତି ଦେଖିବାକୁ ମିଳିବ। 

S ଅକ୍ଷରରୁ ଆରମ୍ଭ ହେଉଥିବା ନାମ
S ନାମକ ଥିବା ଝିଅ ମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି। ତାଙ୍କ ସହ ରହିବା ଦ୍ୱାରା ସେମାନଙ୍କ ସ୍ୱାମୀ ଏବଂ ପ୍ରେମିକ ମଧ୍ୟ ଭାଗ୍ୟବାନ ହୋଇଥାନ୍ତି । ଯେଉଁମାନେ ଏହି ନାମକ ଝିଅକୁ ବିବାହ କରନ୍ତି ସେମାନଙ୍କ ଭାଗ୍ୟ ଉଜ୍ଜ୍ୱଳ। ଏହି ଝିଅ ମାନେ ମଧ୍ୟ ନିଜ ପ୍ରେମିକ ଏବଂ ସ୍ୱାମୀଙ୍କଠାରୁ ବହୁତ ଭଲ ପାଇବା ପାଇ ଥାଆନ୍ତି।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜୀ ଓଡି଼ଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ଜ୍ୟୋତିଷଜ୍ଞାନୀଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)

Also Read: New Year 2023 Astro Tips: ନୂଆ ବର୍ଷରେ ଆପଣଙ୍କ ସମସ୍ୟା ଦୂର କରିବ ଜଳ,ଆପଣାନ୍ତୁ ଏପରି ଉପାୟ

Also Read: ଏସବୁ ରାଶି ଉପରେ ପ୍ରଚୁର ଧନ ବର୍ଷା କରିବେ ଶନି ଦେବ, ମିଳିବ ବଡ଼ ସଫଳତା, ଅର୍ଥରେ ଭରିଯିବ ଘର!