Annual Solar Eclipse 2023 : ମହାଜାଗତିକ ଦୃଶ୍ୟ, ତିନି ପ୍ରକାରର ଗ୍ରହଣ ଆପଣଙ୍କ ଭାଗ୍ୟରେ ପକାଇବ ପ୍ରଭାବ !
Advertisement
Article Detail0/zeeodisha/odisha1466307

Annual Solar Eclipse 2023 : ମହାଜାଗତିକ ଦୃଶ୍ୟ, ତିନି ପ୍ରକାରର ଗ୍ରହଣ ଆପଣଙ୍କ ଭାଗ୍ୟରେ ପକାଇବ ପ୍ରଭାବ !

Annual Solar Eclipse News: ବର୍ଷ ଆରମ୍ଭରୁ ଦୁନିଆ ଦେଖିବ ପ୍ରଥମ ସୂର୍ଯ୍ୟପରାଗ । ଆଉ ଏହି ସୂର୍ଯ୍ୟ ପରାଗ ଗୋଟିଏ ଦିନରେ ତିନିପ୍ରକାର ଭାବେ ଦୃଶ୍ୟମାନ ହେବ । ଯାହାକୁ ଜ୍ୟୋତିଷ ଶାସ୍ତ୍ର ଓ ବିଜ୍ଞାନ ଆଧାରରେ ହାଇବ୍ରିଡ ସୂର୍ଯ୍ୟ ପରାଗର ନାଁ ଦିଆଯାଇଛି । ଏହି ମହାଜାଗତିକ ଦୃଶ୍ୟକୁ ସମସ୍ତେ ଦେଖିପାରିବେ ନାହିଁ । ମାତ୍ର ଏକ ମିନିଟ ପାଇଁ ପଶ୍ଚିମ ଅଷ୍ଟ୍ରେଲିଆର ଏକ୍ସମାଇଥ ମହାଦୀପରେ ଦୃଶ୍ୟମାନ ହେବ। 

Annual Solar Eclipse 2023 : ମହାଜାଗତିକ ଦୃଶ୍ୟ, ତିନି ପ୍ରକାରର ଗ୍ରହଣ ଆପଣଙ୍କ ଭାଗ୍ୟରେ ପକାଇବ ପ୍ରଭାବ !

Annual Solar Eclipse 2023 : ଆଉ ଦିନ କେଇଟା ପରେ ନୂଆବର୍ଷ । ଆଉ ନୂଆବର୍ଷରେ ପରାଗର ଆରମ୍ଭ ସୂର୍ଯ୍ୟ ପରାଗରୁ ହିଁ ହେବ । ଆଉ ସବୁଠାରୁ ଖାସ୍ କଥା ହେଉଛି ଯେ, ଏହି ଗୋଟିଏ ଦିନରେ ପୂର୍ଣ୍ଣ, ଆଂଶିକ ଓ କୁଣ୍ଡାଳାକାର ଭାବେ ତିନି ପ୍ରକାରର ଗ୍ରହଣ ହେବ । ଗୋଟିଏ ଦିନରେ ତିନି ପ୍ରକାରର ସୂର୍ଯ୍ୟ ପରାଗ ହେବ। ଗ୍ରହଣ ସମୟରେ ସୂର୍ଯ୍ୟ ନିଜର ବିଚିତ୍ର ସ୍ୱରୁପରେ ନଜର ଆସିବେ । ସାଥିରେ ଗୋଟିଏ ଦିନରେ ତିନି ପ୍ରକାରର ଗ୍ରହଣ ବା ପରାଗ ଲାଗିବ । ଯାହାକୁ ବହୁତ ଦୁର୍ଲଭ ବୋଲି କୁହାଯାଉଛି। ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ହାଇବ୍ରିଡ ସୂର୍ଯ୍ୟ ପରାଗ ବୋଲି କୁହାଯାଉଛି। 

ଏଠାରେ କହିରଖୁଛୁ ଯେ, ଏହି ମହାଜାଗତିକ ଦୃଶ୍ୟ ୧୦୦ ବର୍ଷରେ କେବେ କେବେ ହୋଇଥାଏ । ତେବେ ଆସନ୍ତୁ ଜାଣିବା ନୂଆବର୍ଷରେ ଲାଗିବାକୁ ଥିବା ସୂର୍ଯ୍ୟ ପରାଗ ବିଷୟରେ ସବୁ କିଛି ।ପଞ୍ଚାଙ୍ଗ ମୁତାବକ ବର୍ଷ ୨୦୨୩ ମସିହା ୨୦ ଅପ୍ରେଲରେ ହାଇବ୍ରିଡ ସୂର୍ଯ୍ୟ ପରାଗ ଲାଗିବ । ଏହି ସୂର୍ଯ୍ୟ ପରାଗକୁ (Solar Eclipse) ଦକ୍ଷିଣ ଗୋଲାର୍ଦ୍ଧରେ ଦେଖାଯାଇପାରିବ ।ଏମିତିରେ ଏହି ମହାଜାଗତିକ ଦୃଶ୍ୟକୁ ସମସ୍ତେ ଦେଖିପାରିବେ ନାହିଁ । ମାତ୍ର ଏକ ମିନିଟ ପାଇଁ ପଶ୍ଚିମ ଅଷ୍ଟ୍ରେଲିଆର ଏକ୍ସମାଇଥ ମହାଦୀପରେ ଦୃଶ୍ୟମାନ ହେବ। 

Also Read: Men Health: ପୁରୁଷମାନେ ନିଜ ଦୁର୍ବଳତାକୁ ଦୂର କରିବା ପାଇଁ ପ୍ରତିଦିନ ଖାଆନ୍ତୁ ଏସବୁ ଜିନିଷ, ୪୦ ପରେ ବି ଆପଣଙ୍କ ଶରୀରର ରହିବ ଫିଟ୍

ସେହିପରି ଏହି ସୂର୍ଯ୍ୟ ପରାଗକୁ ତିମୋର ଲେଷ୍ଟରେ ଏକ ମିନିଟ ୧୫ ସେକେଣ୍ଡ ଓ ୱେଷ୍ଟ ପୋପୁଆରେ ଏକ ମିନିଟ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ତାହା ସୂର୍ଯ୍ୟ ପରାଗର ଟିକେ ପୂର୍ବରୁ ଓ ସୂର୍ଯ୍ୟ ପରାଗର ଟିକେ ପରେ ଏହା ଦୃଶ୍ୟ ମାନେ ହେବାକୁ ଯାଉଛି । ହାଇବ୍ରିଡ ସୂର୍ଯ୍ୟ ପରାଗ ବିଶେଷତଃ ପ୍ରତି ୨ ରୁ ୫ ବର୍ଷ ମଧ୍ୟରେ ଲାଗିଥାଏ । ଯାହାକି ୨୧ ଦଶକରେ ମାତ୍ର ୩.୧ ପ୍ରତିଶତ ସୂର୍ଯ୍ୟ ପରାଗ କୁ ହାଇବ୍ରିଡ ର (Hybrid solar eclipse) ନାମରେ ଜଣାଯାଇଥାଏ । 

Also Read: Health Tips: କଟା ଫଳ ଉପରେ ଲୁଣ ପକାଇ ଖାଉଛନ୍ତି କି, ହୋଇପାରେ ଏହି ସବୁ ସମସ୍ୟା

ଏହି ପ୍ରକାରରେ ପ୍ରାୟ ୨୨୪ ମଧ୍ୟରୁ ମାତ୍ର ୭ଟି ହାଇବ୍ରିଡ ସୂର୍ଯ୍ୟ ପରାଗ ଥିଲା । ଏଠାରେ କହିରଖୁଛୁ ଯେ, ବର୍ଷ ୨୦୧୩ ରେ ହାଇବ୍ରିଡ ସୂର୍ଯ୍ୟ ପରାଗ ଥିଲା । ଯାହାକୁ କେବଳ ଆଫ୍ରିକୀୟ ଲୋକମାନେ ହିଁ ଦେଖିବାର ସୌଭାଗ୍ୟ ପାଇଥିଲେ।