କଣ କ୍ଷୀରରେ ଦେଶୀ ଘିଅ ପକାଇ ପିଇଛନ୍ତି କି ? ଯଦି ନାଁ ଜାଣନ୍ତୁ ପୁରାତନ ଆୟୁର୍ବେଦିକ ଉପକାରିତାର ରହସ୍ୟ
Advertisement
Article Detail0/zeeodisha/odisha1341895

କଣ କ୍ଷୀରରେ ଦେଶୀ ଘିଅ ପକାଇ ପିଇଛନ୍ତି କି ? ଯଦି ନାଁ ଜାଣନ୍ତୁ ପୁରାତନ ଆୟୁର୍ବେଦିକ ଉପକାରିତାର ରହସ୍ୟ

କ୍ଷୀରରେ ଘିଅ ମିଶାଇ ପିଇବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । କ୍ଷୀର ଏବଂ ଦେଶୀ ଘିଅରେ ଅନେକ ପୋଷକ ତତ୍ତ୍ବ ରହିଛି । ତେଣୁ ଯଦି ଏହି ଦୁଇଟି ଏକାଟି ପିଅନ୍ତି ତେବେ ଆପଣଙ୍କୁ ଅନେକ ଲାଭ ମିଳିବ । କିନ୍ତୁ କିଛି ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ । 

ପ୍ରତିତ୍କାମକ ଫଟୋ

କ୍ଷୀର ଏବଂ ଘିଅକୁ ଏକାଠି ପିଇବା ସ୍ବାସ୍ଥ୍ୟ ପାଇଁ ଅନେକ ଲାଭଦାୟକ । କ୍ଷୀର ଏବଂ ଘିଅରେ ଅନେକ ପୁଷ୍ଟିକର ଗୁଣ ପରିପୂର୍ଣ୍ଣ ରହିଛି । କିନ୍ତୁ ଯେତେବେଳେ ଏହା କ୍ଷୀରରେ ଘିଅ ମିଶାଇ ପିଅନ୍ତି ତେବେ ଏହାର ଲାଭ ଦ୍ବିଗୁଣିତ ହୋଇଥାଏ । ଏହାର କାରଣ ହେଉଛି ପ୍ରଚୁର ପରିମାଣର ଭିଟାମିନ-A ଏବଂ ଭିଟାମିନ-K ପରି ପୋଷକ ତତ୍ତ୍ବ ଏବଂ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ବ ମଧ୍ୟ ମିଳିଥାଏ । କ୍ଷୀରରେ ଭିଟାମିନ-D,ପ୍ରୋଟିନ,କ୍ୟାଲସିୟମ ଭରପୂର ରହିଥାଏ । କ୍ଷୀରରେ ଘିଅ ପିଇବା ଏକ ପୁରାତନ ଆୟୁର୍ବେଦିକ ଉପାୟ ଅଟେ । 
ହଜମ ପ୍ରକ୍ରିୟାର ସମାଧାନ-
କ୍ଷୀରରେ ଘିଅ ମିଶାଇ ପିଇବା ଦ୍ବାରା ଶରୀର ଭିତରେ ଥିବା ହଜମକାରୀ ଏନଜାଇମକୁ ଉତ୍ତେଜିତ କରି ହଜମ ଶକ୍ତିକୁ ବୃଦ୍ଧି କରିଥାଏ । ଏହି ଏନଜାଇମ ଗୁଡିକ ଜଟିଳ ଖାଦ୍ୟକୁ ସରଳ ଉପାୟରେ ଶରୀରରେ ହଜମ କରିବା ପାଇଁ ସହାୟକ ହୋଇଥାଏ । 

Also Read ; ସୁନ୍ଦରତା ବଜାୟ ରଖିବା ପାଇଁ ନାଭିରେ ପକାନ୍ତୁ କିଛି ବୁନ୍ଦା, ଚମକିବ ଆପଣଙ୍କ ଚେହେରା
ସୁନିଦ୍ରା-
ଘିଅ ଚାପ ହ୍ରାସ କରି ଆପଣଙ୍କ ମୁଡକୁ ସତେଜ କରିଥାଏ । ଆପଣ ଗୋଟିଏ କପ ଗରମ କ୍ଷୀରରେ ଘିଅ ମିଶାଇ ପିଅନ୍ତୁ ,ଏହା ଆପଣଙ୍କ ସ୍ନାୟୁକୁ ଶାନ୍ତ କରି ଆପଣଙ୍କୁ ଭଲ ନିଦ ପ୍ରଦାନ କରିଥାଏ । 
ଗଣ୍ଠି ଯନ୍ତ୍ରଣା-
ଯଦି ଆପଣଙ୍କର ଗଣ୍ଠି ଯନ୍ତ୍ରଣା ହେଉଛି ତେବେ ଆପଣ ନିୟମିତ କ୍ଷୀରରେ ଘିଅ ମିଶାଇ ପିଇବା ଉଚିତ୍ । କ୍ଷୀରରେ କ୍ୟାଲସିୟମ ପ୍ରଚୁର ପରିମାଣରେ ମିଳିଥାଏ । ଘିଅରେ ଭିଟାମିନ-k2ର ପରିମାଣ ଅଧିକ ରହିଥାଏ । ଏହି ଭିଟାମିନ୍ ହାଡ ପାଇଁ ବହୁତ ଲାଭଦାୟକ । ଯଦି ଆପଣ କ୍ଷୀରରେ ମିଶ୍ରିତ ଘିଅ ପିଅନ୍ତି ତେବେ ଆପଣ ଗଣ୍ଠି ଯନ୍ତ୍ରଣାରୁ ଉପଶମ ପାଇପାରିବେ । 
ସ୍କିନ ଗ୍ଲୋ କରିବା-
ଘିଅ ଏବଂ କ୍ଷୀର ଉଭୟ ପ୍ରାକୃତିକ ମଶ୍ଚରାଇଜର ଅଟେ । ଏହା ବ୍ୟତୀତ ଘିଅ ସ୍କିନର ଭିତର ଏବଂ ବାହାର ଚର୍ମକୁ ଉନ୍ନତ କରିଥାଏ । ପ୍ରତିଦିନ ସନ୍ଧ୍ୟାରେ କ୍ଷୀରରେ ଘିଅ ମିଶାଇ ପିଇବା ଦ୍ବାରା ଆପଣଙ୍କ ଚର୍ମରେ ଚମକ ଆସିଥାଏ ଏବଂ ଆପଣ ଚେହେରା ଗ୍ଲୋ କରିଥାଏ । 
ମେଟାବୋଲିଜିମକୁ ଉନ୍ନତ କରେ-
ରାତିରେ ଶୋଇବା ସମୟରେ କ୍ଷୀର ସହ ଘିଅ ମିଶାଇ ପିଇବା ଦ୍ବାରା ଆପଣଙ୍କ ମେଟାବୋଲିଜିମ୍ ଉନ୍ନତ ହୋଇଥାଏ । ଏହା ଆପଣଙ୍କ ଶରୀରର ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ବ୍ୟତୀତ କ୍ଷୀର ଏବଂ ଘିଅ ମିଶାଇ ପିଇବା ଦ୍ବାରା ଆପଣଙ୍କ କୋଷ୍ଠକାଠିନ୍ୟ ଦୂର ହୋଇଥାଏ । ଏହା ଛଡା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ ।