ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡରେ ବମ୍ପର ନିଯୁକ୍ତି; ଏହି ତାରିଖ ସୁଦ୍ଧା କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha988972

ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡରେ ବମ୍ପର ନିଯୁକ୍ତି; ଏହି ତାରିଖ ସୁଦ୍ଧା କରନ୍ତୁ ଆବେଦନ

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୨୧ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ରହିଛି । ଶେଷ ତାରିଖ ପରେ କୌଣସି ଆବେଦନ ଫର୍ମ ଗ୍ରହଣ କରାଯିବ ନାହିଁ । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗ୍ରାଜୁଏଟ୍ ଆପ୍ରେଣ୍ଟିସର ୪୨ ଟି ପଦବୀ ଓ ଟେକ୍ନିସିଆନ୍ ଆପ୍ରେଣ୍ଟିସର ୪୫ ଟି ପଦବୀରେ ନିଯୁକ୍ତି ଦିଆଯିବ ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଭରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍, ବିପିସିଏଲ (Bharat Petroleum Corporation Limited, BPCL) ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଏହା ଅଧୀନରେ ମୋଟ ୮୭ ଟି ପଦବୀରେ ନିଯୁକ୍ତି ଦିଆଯିବ । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ବିଭାଗର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ଆବେଦନ କରିପାରିବେ ।ଆବେଦନ କରିବାକୁ ପଦକ୍ଷେପଗୁଡିକ ଅଫିସିଆଲ୍ ୱେବସାଇଟ୍ mhrdnats.gov.in ରେ ଦିଆଯାଇଛି ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୨୧ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ରହିଛି । ଶେଷ ତାରିଖ ପରେ କୌଣସି ଆବେଦନ ଫର୍ମ ଗ୍ରହଣ କରାଯିବ ନାହିଁ ।ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗ୍ରାଜୁଏଟ୍ ଆପ୍ରେଣ୍ଟିସରେ ୪୨ ଟି ପଦବୀ ଓ ଟେକ୍ନିସିଆନ୍ ଆପ୍ରେଣ୍ଟିସରେ ୪୫ ଟି ପଦବୀରେ ନିଯୁକ୍ତି ଦିଆଯିବ । BPCL ଅନୁଯାୟୀ, ୧୯୭୩ ଅଧିନିୟମ ଅନୁଯାୟୀ ଶିକ୍ଷାଦାନର ଅବଧି ଏକ ବର୍ଷ ହେବ ।

ଅଧିକ ପଢ଼ନ୍ତୁ: ୨୦ କୋଟି ଟଙ୍କାର ଠକେଇ କରିଛନ୍ତି ସୋନୁ ସୁଦ! IT ଟିମ୍ କଲା ୨୦ ଟି ନକଲି କମ୍ପାନୀର ଖୁଲାସା

ଶିକ୍ଷାଗତ ଯୋଗ୍ୟତା
ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ଭାରତୀୟ ବିଶ୍ୱବିଦ୍ୟାଳୟ / ପ୍ରତିଷ୍ଠାନରୁ ୬.୩ CGPA ସହିତ ପ୍ରାସଙ୍ଗିକ ବିଷୟ ଉପରେ ପ୍ରଥମ ଶ୍ରେଣୀ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ଉଚିତ୍ । ଏଥି ସହିତ, ଟେକ୍ନିସିଆନ ଆପ୍ରେଣ୍ଟିସ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ରାଜ୍ୟ ବୈଷୟିକ ଶିକ୍ଷା ବୋର୍ଡ / ସ୍ୱୀକୃତିପ୍ରାପ୍ତ ଭାରତୀୟ ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ ବିଷୟ ଇଞ୍ଜିନିୟରିଂରେ ପ୍ରଥମ ଶ୍ରେଣୀ ସହିତ ପାସ୍ କରିବା ଉଚିତ୍ ।

ଅଧିକ ପଢ଼ନ୍ତୁ: ଭାରତ ନୂତନ କୋଚକୁ ନେଇ ଏହି ଦୁଇ ଦିଗ୍ଗଜ ମଧ୍ୟରେ ଚାଲିଛି ରେସ; ଜଣଙ୍କ ନାମ ଶୁଣିଲେ ଚିନ୍ତାରେ ପଡିଯିବେ ବିରାଟ

ବୟସ ସୀମା
ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ ଓ ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ସୀମା ୧୮ ରୁ ୨୭ ବର୍ଷ ମଧ୍ୟରେ ହେବା ଉଚିତ୍ ।

ଅଧିକ ପଢନ୍ତୁ: ଦୁନିଆ ଆଗରେ କ୍ଷମା ମାଗିଲା ଆମେରିକା; କରିଥିଲା ଏହି ଭୟଙ୍କର ଭୁଲ!

ଚୟନ ପ୍ରକ୍ରିୟା
ବିପିସିଏଲ୍ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଯୋଗ୍ୟତା ପରୀକ୍ଷା ଓ ସାକ୍ଷାତକାରରେ ମିଳିଥିବା ମାର୍କ ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ପ୍ରାର୍ଥୀମାନଙ୍କ ଦ୍ୱାରା ମିଳିଥିବା ମାର୍କ ଆଧାରରେ ଜେନେରାଲ ଏସସି / ଏସଟି / ଓବିସି / ପିଡବ୍ଲ୍ୟୁଡି ବର୍ଗ ଅନୁଯାୟୀ ଅନ୍ତିମ ମେରିଟ୍ ତାଲିକା ପ୍ରସ୍ତୁତ ହେବ । ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ଅଧିକ ବିବରଣୀ ଯାଞ୍ଚ କରିପାରିବେ ।