ଭାରତ ନୂତନ କୋଚକୁ ନେଇ ଏହି ଦୁଇ ଦିଗ୍ଗଜ ମଧ୍ୟରେ ଚାଲିଛି ରେସ; ଜଣଙ୍କ ନାମ ଶୁଣିଲେ ଚିନ୍ତାରେ ପଡିଯିବେ ବିରାଟ
Advertisement

ଭାରତ ନୂତନ କୋଚକୁ ନେଇ ଏହି ଦୁଇ ଦିଗ୍ଗଜ ମଧ୍ୟରେ ଚାଲିଛି ରେସ; ଜଣଙ୍କ ନାମ ଶୁଣିଲେ ଚିନ୍ତାରେ ପଡିଯିବେ ବିରାଟ

ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆ ଏକ ନୂତନ କୋଚ୍ ଓ ଜଣେ ନୂତନ ଅଧିନାୟକ ପାଇବାକୁ ଯାଉଛି । ଏଭଳି ପରିସ୍ଥିତିରେ ବିସିସିଆଇ ଅନେକ ଭେଟେରାନଙ୍କ ସହ ଆଲୋଚନା କରୁଛି ।

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଅକ୍ଟୋବର-ନଭେମ୍ବର ମାସରେ ଟିମ୍ ଇଣ୍ଡିଆରେ (Team India) କିଛି ବଡ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରଥମେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି (Virat Kohli) ଟି-୨୦ ଦଳର ଅଧିନାୟକତ୍ୱ ଛାଡିବେ, ଏହା ସମେତ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ (Ravi Shastri) ମଧ୍ୟ ନିଜ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ଦଳ ଜଣେ ନୂତନ ଅଧିନାୟକ ତଥା ନୂତନ କୋଚ୍ ପାଇବ । ଏହି ସମୟରେ ବିସିସିଆଇ (BCCI) ଦୁଇ କିମ୍ବଦନ୍ତୀ ଖେଳାଳିଙ୍କ ସହ ଭାରତର ନୂତନ କୋଚ୍ ହେବା ନେଇ ଆଲୋଚନା କରିଛି ।

ଏହି ଦୁଇ ଭେଟେରାନ ହୋଇପାରନ୍ତି ନୂତନ କୋଚ୍ 
ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳରେ କିଛି ବଡ ପରିବର୍ତ୍ତନ କରିବାକୁ ବିସିସିଆଇ ଚିନ୍ତା କରୁଛି । ବାସ୍ତବରେ, ଏହି ସମୟରେ ବିସିସିଆଇ ଟିମ୍ ଇଣ୍ଡିଆର କୋଚ୍ ପାଇଁ ଅନେକ ଭେଟେରାନ୍ ଖେଳାଳିଙ୍କ ସହ କଥାବାର୍ତ୍ତା କରୁଛି । ଏହି କିମ୍ବଦନ୍ତୀ ମଧ୍ୟରୁ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ତଥା ପୂର୍ବ କୋଚ୍ ଅନିଲ କୁମ୍ବଲେ ଓ ଅନ୍ୟ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ସାମିଲ ଅଛନ୍ତି ।

ଅଧିକ ପଢନ୍ତୁ: ଦୁନିଆ ଆଗରେ କ୍ଷମା ମାଗିଲା ଆମେରିକା; କରିଥିଲା ଏହି ଭୟଙ୍କର ଭୁଲ!

ଟି-୨୦ ବିଶ୍ୱକପ ପରେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏଥିପାଇଁ ଅନିଲ କୁମ୍ବଲେଙ୍କୁ ମୁଖ୍ୟ କୋଚ୍ କରିବାକୁ ବିସିସିଆଇ ପୁଣି ଥରେ ଚିନ୍ତା କରୁଛି । ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ ଅନିଲ କୁମ୍ବଲେଙ୍କୁ ଫେରାଇ ଆଣିବା ପାଇଁ ଏବେ ଏକ ଉପାୟ ଖୋଜାଯାଉଛି । ବିଶ୍ୱାସ କରାଯାଏ ଯେ ବିସିସିଆଇ ସଭାପତି ଗାଙ୍ଗୁଲି ଚାହୁଁଥିଲେ ଯେ କୁମ୍ବଲେ ମଧ୍ୟ ୨୦୧୭ ରେ କୋଚ୍ ଭାବରେ କାର୍ଯ୍ୟ କରନ୍ତୁ ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ବିପକ୍ଷରେ ଏହିପରି ହେବ ଟିମ୍ ଇଣ୍ଡିଆର ପ୍ଲେଇଂ 11! ବାହାରେ ବସିବେ ଏହି ବଡ଼ ଖେଳାଳି?

ଲକ୍ଷ୍ମଣଙ୍କ ନାମକୁ ନେଇ ମଧ୍ୟ ଆଲୋଚନା
ଏଥି ସହିତ କୁମ୍ବଲେଙ୍କ ବ୍ୟତୀତ ପୂର୍ବତନ ଭାରତ ଷ୍ଟାର ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣଙ୍କୁ ମଧ୍ୟ ଭାରତର ମୁଖ୍ୟ କୋଚ୍ ହେବାକୁ ପ୍ରସ୍ତାବ ଦିଆଯାଇଛି । ଲକ୍ଷ୍ମଣ ଗତ କିଛି ବର୍ଷ ଧରି ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ପ୍ରଶିକ୍ଷଣ ନେଉଥିଲେ ଓ ହାଇଦ୍ରାବାଦ ମଧ୍ୟ ତାଙ୍କ କୋଚିଂରେ ଭଲ ପ୍ରଦର୍ଶନ କରିଥିଲା । ଯଦି ଲକ୍ଷ୍ମଣ କୋଚ୍ ହୁଅନ୍ତି, ତେବେ ଏହା ପ୍ରଥମ ଥର ହେବ ଯେ ତାଙ୍କୁ ଟିମ୍ ଇଣ୍ଡିଆରେ ଏତେ ବଡ଼ ପଦବୀ ଦିଆଯିବ ।

ଅଧିକ ପଢ଼ନ୍ତୁ: ଦୀପାବଳି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମିଳିବାକୁ ଯାଉଛି ଆଉ ଏକ ଗୁଡ଼ ନ୍ୟୁଜ! ବଢ଼ିବ ଦରମା

କୋହଲିଙ୍କ କାରଣରୁ କୋଚ୍ ପଦ ଛାଡିଥିଲେ କୁମ୍ବଲେ 
୪ ବର୍ଷ ପୂର୍ବେ ଅନିଲ କୁମ୍ବଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଥିଲେ । କିନ୍ତୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ କୋହଲି ଶାସ୍ତ୍ରୀଙ୍କୁ କୋଚ୍ ପଦ ପାଇଁ ସମର୍ଥନ କରିଥିଲେ । କୁମ୍ବଲେ ୨୦୧୬ ରେ ମୁଖ୍ୟ କୋଚ୍ ହୋଇଥିଲେ ।

ଅଧିକ ପଢ଼ନ୍ତୁ: Cabinet Decisions: କେନ୍ଦ୍ର ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ଯୋଗୁଁ ଲକ୍ଷ ଲକ୍ଷ ଲୋକ ପାଇବେ ଚାକିରୀ, ଜାଣନ୍ତୁ ଡିଟେଲ୍ସ

ଚୁକ୍ତି ବଢ଼ାଇବାର ମନୋଭାବରେ ନାହାଁନ୍ତି ଶାସ୍ତ୍ରୀ
ବର୍ତ୍ତମାନର କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ୱକପ ପରେ ଶେଷ ହେଉଛି । ଇନସାଇଡ୍ସପୋର୍ଟ ଅନୁଯାୟୀ ରବି ଶାସ୍ତ୍ରୀ ନିଜେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ମନା କରି ଦେଇଛନ୍ତି । ତେବେ ବିସିସିଆଇ ଓ ଶାସ୍ତ୍ରୀଙ୍କ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନାହିଁ ।