Breast Cancer: ପୁରୁଷଙ୍କୁ ବି ହୁଏ ସ୍ତନ କର୍କଟ, ଛାତିରେ ଏହି ଲକ୍ଷଣ ଦେଖାଦେଲେ କରନ୍ତୁନି ଅଣଦେଖା
Advertisement
Article Detail0/zeeodisha/odisha2376638

Breast Cancer: ପୁରୁଷଙ୍କୁ ବି ହୁଏ ସ୍ତନ କର୍କଟ, ଛାତିରେ ଏହି ଲକ୍ଷଣ ଦେଖାଦେଲେ କରନ୍ତୁନି ଅଣଦେଖା

Breast Cancer: ବିଦେଶରେ ଅନେକ ପୁରୁଷ ଏହି ରୋଗରେ ପୀଡ଼ିତ ଅଛନ୍ତି  । ବିଶେଷଜ୍ଞଙ୍କ କହିବା କଥା ଯେ, ପ୍ରତିବର୍ଷ ପ୍ରାୟ ୨୮୦୦ ପୁରୁଷ ସ୍ତନ କର୍କଟ ରୋଗରେ ପୀଡ଼ିତ ହୁଅନ୍ତି । ପୁରୁଷଙ୍କ ଛାତିରେ ଅଧିକ ମାଂସ ନ ଥିବାରୁ ପୁରୁଷଙ୍କ ଠାରେ ସ୍ତନ କର୍କଟ ଅଧିକ ଶୀଘ୍ର ବ୍ୟାପିଥାଏ । ଏଭଳି ସ୍ଥିତିରେ ପ୍ରାରମ୍ଭିକ ପର୍ଯ୍ୟାୟରେ କର୍କଟ ରୋଗ ଚିହ୍ନଟ କରିବା ଅତ୍ୟନ୍ତ ଜରୁରୀ।

 

Breast Cancer: ପୁରୁଷଙ୍କୁ ବି ହୁଏ ସ୍ତନ କର୍କଟ, ଛାତିରେ ଏହି ଲକ୍ଷଣ ଦେଖାଦେଲେ କରନ୍ତୁନି ଅଣଦେଖା

Breast Cancer: ପ୍ରତିବର୍ଷ ଅନେକ ଲୋକଙ୍କୁ ସ୍ତନ କର୍କଟ ରୋଗ ହୋଇଥାଏ । ନିକଟରେ ପ୍ରସିଦ୍ଧ ଅଭିନେତ୍ରୀ ହିନା ଖାନ୍ ମଧ୍ୟ ଏହି ରୋଗରେ ପୀଡ଼ିତ ଅଛନ୍ତି। ମହିଳାଙ୍କ ସ୍ତନ କର୍କଟ ବିଷୟରେ ଆପଣ ଶୁଣିଥିବେ କିନ୍ତୁ କେବେ ଶୁଣିଛନ୍ତି କି ପୁରୁଷଙ୍କୁ ମଧ୍ୟ ସ୍ତନ କର୍କଟ ହୋଇଥାଏ । ଆଜ୍ଞା ହଁ, ପୁରୁଷମାନଙ୍କୁ ମଧ୍ୟ ସ୍ତନ କର୍କଟ ହୁଏ । ଯଦିଓ ଭାରତରେ ଏହି ରୋଗର କୌଣସି ମାମଲା ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ, ତଥାପି ବିଶ୍ୱର ପ୍ରାୟ ୧ ପ୍ରତିଶତ ପୁରୁଷସ୍ତନ କର୍କଟରେ ପୀଡ଼ିତ।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଭାରତରେ ପ୍ରାୟ ୨ ଲକ୍ଷ ମହିଳା ସ୍ତନ କର୍କଟ ସହ ସଂଘର୍ଷ କରନ୍ତି । ସ୍ତନ ବାୟୋପ୍ସି ପରୀକ୍ଷା ଦ୍ୱାରା ଏହି ରୋଗ ଚିହ୍ନଟ କରାଯାଇପାରିବ ବୋଲି ସେ କହିଛନ୍ତି। ଆପଣଙ୍କ ମେମୋଗ୍ରାମ ଟେଷ୍ଟକୁ ଦେଖି ଡାକ୍ତର ଆପଣଙ୍କୁ କହିବେ କି ଆପଣଙ୍କର ବାୟୋପ୍ସି କରିବା ର ଆବଶ୍ୟକତା ଅଛି କି ନାହିଁ ।

ମହିଳାମାନେ କିପରି ଏହି କର୍କଟରୁ ରକ୍ଷା ପାଇପାରିବେ?
ଭାରତରେ ୪୦ରୁ ୫୦ ବର୍ଷ ବୟସର ଅଧିକାଂଶ ମହିଳାଙ୍କୁ ସ୍ତନ କର୍କଟ ହୁଏ । ଅସ୍ୱାସ୍ଥ୍ୟକର ଖାଦ୍ୟ, ତମାଖୁ ଓ ମଦ୍ୟପାନ କରୁଥିବା ମହିଳାଙ୍କୁ ଏହି ରୋଗ ହୋଇଥାଏ । ସ୍ତନ କର୍କଟ ରୋଗରେ ଆପଣଙ୍କ ସ୍ତନର ଆକାର ହଠାତ୍ ବଢିବା ସହ ନିପଲର ରଙ୍ଗ ମଧ୍ୟ ବଦଳିଯାଇଥାଏ ।  ଏହା ବ୍ୟତୀତ କାଖ ଫୁଲିବା ମଧ୍ୟ ସ୍ତନ କର୍କଟ ରୋଗର ଲକ୍ଷଣ ହୋଇପାରେ ।

ପୁରୁଷଙ୍କୁ ସ୍ତନ କର୍କଟ ହୁଏ କି?
ବିଶେଷଜ୍ଞଙ୍କ କହିବାନୁଯାୟୀ ପୁରୁଷମାନେ ସ୍ତନ କର୍କଟ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି । ଏହା ଅଧିକାଂଶ ସମୟରେ ୪୦ରୁ ୭୦ ବର୍ଷ ବୟସର ପୁରୁଷଙ୍କଠାରେ ଦେଖାଯାଏ । ସେ କହିଛନ୍ତି ଯେ ଭାରତରେ ଏପର୍ଯ୍ୟନ୍ତ ଏହି ରୋଗର କୌଣସି ମାମଲା ଦେଖିବାକୁ ମିଳିନାହିଁ, କିନ୍ତୁ ବିଦେଶରେ ଅନେକ ପୁରୁଷ ଏହି ରୋଗରେ ପୀଡ଼ିତ ଅଛନ୍ତି  । ବିଶେଷଜ୍ଞଙ୍କ କହିବା କଥା ଯେ, ପ୍ରତିବର୍ଷ ପ୍ରାୟ ୨୮୦୦ ପୁରୁଷ ସ୍ତନ କର୍କଟ ରୋଗରେ ପୀଡ଼ିତ ହୁଅନ୍ତି । ପୁରୁଷଙ୍କ ଛାତିରେ ଅଧିକ ମାଂସ ନ ଥିବାରୁ ପୁରୁଷଙ୍କ ଠାରେ ସ୍ତନ କର୍କଟ ଅଧିକ ଶୀଘ୍ର ବ୍ୟାପିଥାଏ । ଏଭଳି ସ୍ଥିତିରେ ପ୍ରାରମ୍ଭିକ ପର୍ଯ୍ୟାୟରେ କର୍କଟ ରୋଗ ଚିହ୍ନଟ କରିବା ଅତ୍ୟନ୍ତ ଜରୁରୀ।

ପୁରୁଷଙ୍କ ଠାରେ ସ୍ତନ କର୍କଟ ରୋଗର ଲକ୍ଷଣ
ଛାତି କୁଣ୍ଡେଇ ହେବା
ସ୍ତନ ନିକଟରେ ଚର୍ମ ଲାଲ ହେବା
ସ୍ତନ ଗଣ୍ଠି 
ଯନ୍ତ୍ରଣା ହେବା
ନିପଲରୁ ପାଣି ବାହାରିଲେ
ନିପଲ୍ ଚାରିପାଖରେ କ୍ଷତ ହେଲେ

ପୁରୁଷଙ୍କ ଠାରେ କର୍କଟ ରୋଗର(Breast Cancer) କେତୋଟି ଅବସ୍ଥା?
ପୁରୁଷଙ୍କ ଠାରେ କର୍କଟ ରୋଗର ୪ଟି ଷ୍ଟେଜ ଥାଏ । ଟ୍ୟୁମରର ଆକାର କହିଥାଏ ଏହା କ୍ୟାନସରର କେଉଁ ପର୍ଯ୍ୟାୟ । ଯଦି କର୍କଟ କୋଷ ଗୁଡ଼ିକ ବଢିବା ଆରମ୍ଭ କରିଥାଏ ତେବେ ଏହା ଷ୍ଟେଜ୍ ୦ ଅଟେ । ସେହିପରି ପ୍ରଥମ ପର୍ଯ୍ୟାୟରେ କ୍ୟାନସର ସାମାନ୍ୟ ବଢିଥାଏ କିନ୍ତୁ ଲିମ୍ଫ ନୋଡକୁ ବ୍ୟାପିନଥାଏ । ପର୍ଯ୍ୟାୟ ୨, ୩, ୪ ଟି ଟିକିଏ ଗମ୍ଭୀର ଅଟେ । ଏଥିରେ ଲିମ୍ଫ ନୋଡ୍ ଓ ପୂରା ସ୍ତନକୁ କ୍ୟାନସର ବ୍ୟାପିଯାଏ।

Also Read: Painful Urination: ପରିସ୍ରା ସମୟରେ ହେଉଛି କି ଏପରି ଯନ୍ତ୍ରଣା, ତା ହେଲେ ହୋଇଯାଆନ୍ତୁ ସାବଧାନ !