Painful Urination: ପରିସ୍ରା ସମୟରେ ହେଉଛି କି ଏପରି ଯନ୍ତ୍ରଣା, ତା ହେଲେ ହୋଇଯାଆନ୍ତୁ ସାବଧାନ !
Advertisement
Article Detail0/zeeodisha/odisha2374293

Painful Urination: ପରିସ୍ରା ସମୟରେ ହେଉଛି କି ଏପରି ଯନ୍ତ୍ରଣା, ତା ହେଲେ ହୋଇଯାଆନ୍ତୁ ସାବଧାନ !

Painful Urination: ମୂତ୍ରନଳୀ ସଂକ୍ରମଣକୁ ୟୁରିନାରୀ ସଂକ୍ରମଣ ବା ୟୁଟିଆଇ ମଧ୍ୟ କୁହାଯାଏ । ମୂତ୍ରନଳୀରେ ସଂକ୍ରମଣ ହେତୁ ଜଳାପୋଡ଼ା ଓ ଯନ୍ତ୍ରଣା ଅନୁଭବ ହୁଏ । ଏହି ସମସ୍ୟା ଯୋଗୁ ପାଇଲୋନେଫ୍ରାଇଟିସ୍ ନାମକ ଏକ ଗମ୍ଭୀର ସଂକ୍ରମଣ ହୋଇପାରେ। ଏଥିରୁ ବର୍ତ୍ତିବା ପାଇଁ ତୁରନ୍ତ ଏହାର ଚିକିତ୍ସା କରିବା ଉଚିତ।

Painful Urination: ପରିସ୍ରା ସମୟରେ ହେଉଛି କି ଏପରି ଯନ୍ତ୍ରଣା, ତା ହେଲେ ହୋଇଯାଆନ୍ତୁ ସାବଧାନ !

Painful Urination: ବିଭିନ୍ନ ଲୋକମାନଙ୍କର ଅନେକ ଛୋଟ ଛୋଟ ସମସ୍ୟା ଥାଏ ଯାହାକୁ ସେମାନେ ଏପରି ଅଣଦେଖା କରିଥାନ୍ତି । କିନ୍ତୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟାକୁ ଅଣଦେଖା କରିବା ଆପଣଙ୍କୁ ମହଙ୍ଗା ପଡିପାରେ । ସେହିପରି ପରିସ୍ରା ସମୟରେ ଜଳାପୋଡ଼ା କୁ ଲୋକେ ଅଣଦେଖା କରିଥାନ୍ତି। ଯଦି ଆପଣଙ୍କୁ ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହିଛି ତେବେ ଏହା ପଛରେ ୫ଟି ବଡ କାରଣ ଥାଇପାରେ । ପରିସ୍ରା ସମୟରେ ଜଳିବା ସମସ୍ୟା (Painful Urination Problem) ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ। ଆସନ୍ତୁ ଆପଣଙ୍କୁ ଏହାର କାରଣ ବିଷୟରେ କହିବୁ (Burning Sensation While Urination Reason)।

ପରିସ୍ରା(Urination) କରିବା ସମୟରେ ମୂତ୍ରାଶୟ ଫୁଲିବା କାରଣରୁ ଜଳାପୋଡ଼ା ହୋଇପାରେ । ଏହି ସମସ୍ୟାରେ ମୂତ୍ରାଶୟ ଓ ମୂତ୍ରମାର୍ଗ ଫୁଲିଯାଇଥାଏ। ଏପରି ହେଲେ ପରିସ୍ରା ସମୟରେ ସାମାନ୍ୟ କିମ୍ବା ତୀବ୍ର ଯନ୍ତ୍ରଣା ମଧ୍ୟ ଅନୁଭବ ହୋଇଥାଏ। ଏପରି ସମସ୍ୟା ହେଲେ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ। ମୂତ୍ରନଳୀ ସଂକ୍ରମଣକୁ ୟୁରିନାରୀ ସଂକ୍ରମଣ ବା ୟୁଟିଆଇ ମଧ୍ୟ କୁହାଯାଏ । ମୂତ୍ରନଳୀରେ ସଂକ୍ରମଣ ହେତୁ ଜଳାପୋଡ଼ା ଓ ଯନ୍ତ୍ରଣା ଅନୁଭବ ହୁଏ । ଏହି ସମସ୍ୟା ଯୋଗୁ ପାଇଲୋନେଫ୍ରାଇଟିସ୍ ନାମକ ଏକ ଗମ୍ଭୀର ସଂକ୍ରମଣ ହୋଇପାରେ। ଏଥିରୁ ବର୍ତ୍ତିବା ପାଇଁ ତୁରନ୍ତ ଏହାର ଚିକିତ୍ସା କରିବା ଉଚିତ।

ଯୌନ ସଂକ୍ରମଣ 
ପରିସ୍ରାରେ ଜଳାପୋଡ଼ା ହେବା ମଧ୍ୟ ଯୌନ ସଂକ୍ରମଣ କାରଣରୁ ହୋଇପାରେ । ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁଁ ପରିସ୍ରାରେ ଜଳାପୋଡ଼ା ହୋଇଥାଏ। ଏହା ଦ୍ୱାରା କ୍ଲାମିଡିଆ ଓ ଗନୋରିଆ ସଂକ୍ରମଣ ହୋଇପାରେ ।

ପ୍ରୋଷ୍ଟେଟ୍ ସଂକ୍ରମଣ
ପୁରୁଷଙ୍କ ଠାରେ ପ୍ରୋଷ୍ଟେଟ୍ ଗ୍ରନ୍ଥି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ପ୍ରଜନନ ସହ ଜଡିତ । ପ୍ରୋଷ୍ଟେଟ୍ ରେ ସଂକ୍ରମଣ ଯୋଗୁଁ ପରିସ୍ରାରେ ମଧ୍ୟ ଜଳାପୋଡ଼ା ହୋଇପାରେ। ଏହି କାରଣରୁ ଯୌନାଙ୍ଗରେ ଯନ୍ତ୍ରଣା ଓ ଜଳାପୋଡ଼ା ମଧ୍ୟ ଅନୁଭବ ହୋଇଥାଏ।

ଯୋନି ସଂକ୍ରମଣ
ମହିଳାମାନଙ୍କର ଯୋନି ସଂକ୍ରମଣ ହୋଇପାରେ ଯାହା ପରିସ୍ରାରେ ଜଳାପୋଡ଼ା ସୃଷ୍ଟି କରିଥାଏ । ଯୋନୀ ମୂତ୍ରନଳୀ ନିକଟରେ ଥାଏ, ସଂକ୍ରମଣ ହେଲେ ମଧ୍ୟ ପରିସ୍ରା କରିବା ସମୟରେ ଜଳାପୋଡ଼ା ହୋଇଥାଏ। ଏଭଳି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଦରକାର।

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । 

Also Read: Milk Side Effects: ପ୍ରତିଦିନ କ୍ଷୀର ପିଉଥିଲେ ସାବଧାନ! ଆପଣଙ୍କ ଅଜାଣତେ ହୋଇପାରେ ଗମ୍ଭୀର ରୋଗ

Also Read: Shani Shukra Yuti: ୧୦ ବର୍ଷ ପରେ ବିରଳ ଯୋଗ, ସମସପ୍ତକ ଯୋଗରୁ ୫ରାଶିକୁ ପ୍ରଚୁର ଲାଭ!