ଚାରି ହଜାର କୋଟି ଦାମର ପ୍ୟାଲେସରେ ରୁହନ୍ତି କେନ୍ଦ୍ରମନ୍ତ୍ରୀ ସିନ୍ଧିଆ, ଜାଣନ୍ତୁ ପୁରା ମହଲ ବିଷୟରେ ଟିକିନିକି କଥା...
Advertisement
Article Detail0/zeeodisha/odisha940753

ଚାରି ହଜାର କୋଟି ଦାମର ପ୍ୟାଲେସରେ ରୁହନ୍ତି କେନ୍ଦ୍ରମନ୍ତ୍ରୀ ସିନ୍ଧିଆ, ଜାଣନ୍ତୁ ପୁରା ମହଲ ବିଷୟରେ ଟିକିନିକି କଥା...

ଏହି ପ୍ୟାଲେସରେ ରୟାଲ ମ୍ୟୁଜିୟମ ସହ ଲାଇବ୍ରେରୀ ମଧ୍ୟ ରହିଛି । ଏହି ବିଳାସପୂର୍ଣ୍ଣ ମହଲରେ ସିନ୍ଧିଆ ପରିବାର ବସବାସ କରନ୍ତି । ଯାହାଙ୍କ ସମ୍ବନ୍ଧ୍ୱ ହିନ୍ଦୁ ମରାଠା ଙ୍କ ସହ ରହିଛି । ଯେଉଁମାନେ ଅତୀତରେ ଗ୍ୱାଲିୟରରେ ଶାସନ ମଧ୍ୟ କରୁଥିଲେ ।

ଚାରି ହଜାର କୋଟି ଦାମର ପ୍ୟାଲେସରେ ରୁହନ୍ତି କେନ୍ଦ୍ରମନ୍ତ୍ରୀ ସିନ୍ଧିଆ, ଜାଣନ୍ତୁ ପୁରା ମହଲ ବିଷୟରେ ଟିକିନିକି କଥା...

ନବନିଯୁକ୍ତ  (Civil Aviation Minister) ବେସାମରିକ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ମଧ୍ୟ ପ୍ରଦେଶର ଗ୍ୱାଲିୟର ସହରର ଆଲିସାନ ପ୍ୟାଲେସ ଜୟ ବିଳାସରେ ରୁହନ୍ତି । ୟୁରୋପୀୟ ସ୍ଥାପତ୍ୟ କଳାର ଏକ ଉତ୍କୃଷ୍ଟ ଉଦାହରଣ ହେବା ସହ ସମସ୍ତ ବିଳାସପୂର୍ଣ୍ଣ କ୍ଷେତ୍ର ଏହି ପ୍ୟାଲେସରେ ଦେଖିବାକୁ ମିଳେ । ଏହି ମହଲର ସୁନ୍ଦରତା ଓ ବିଳାସମୟ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । 

ଜୟ ବିଳାସ ପ୍ୟାଲେସର ଇଣ୍ଟରିୟର (Jai Vilas Palace's Interior)  ୫୬୦ କିଲୋର ସୁନା ବ୍ୟବହାର କରାଯାଇଛି । ସୁନାର ସବୁଠାରୁ ବ୍ୟବହାର ଏହି ବିଳାସପୂର୍ଣ୍ଣ ମହଲର ଥିବା ହଲରେ ହିଁ ବ୍ୟବହାର କରାଯାଇଛି । ଯେଉଁଠାରେ ରାଜା ନିଜର ବୈଠକ କରିଥାନ୍ତି । ଏହାର ଡିଜାଇନ ନ୍ୟୁ କ୍ଲାସିକାଲ ସହ ରାଜାରାଜୁଡ଼ା ଶୈଳୀରେ ତିଆରି କରାଯାଇଛି । ଏହି ପ୍ୟାଲେସରେ ରୟାଲ ମ୍ୟୁଜିୟମ ସହ ଲାଇବ୍ରେରୀ ମଧ୍ୟ ରହିଛି । ଏହି ବିଳାସପୂର୍ଣ୍ଣ ମହଲରେ ସିନ୍ଧିଆ ପରିବାର ବସବାସ କରନ୍ତି । ଯାହାଙ୍କ ସମ୍ବନ୍ଧ୍ୱ ହିନ୍ଦୁ ମରାଠା ଙ୍କ ସହ ରହିଛି । ଯେଉଁମାନେ ଅତୀତରେ ଗ୍ୱାଲିୟରରେ ଶାସନ ମଧ୍ୟ କରୁଥିଲେ ।

Also Read: Ram Mandir ଉପରେ ଥିଲା ଆତଙ୍କବାଦୀଙ୍କ ନଜର; Kashi-Mathura ନକ୍ସା ଜବତ କଲା UP ATS

ଆମର ସହୋଯୋଗୀ ୱେବସାଇଟ ଡିଏନଏ ଇଣ୍ଡିଆ (DNA india Report) ର ରିପୋର୍ଟ ଅନୁସାରେ, ଜୟ ବିଳାସ ପ୍ୟାଲେସକୁ ଅଲଗା ଅଲଗା ଥିମକୁ ଧ୍ୟାନରେ ରଖି ନିର୍ମାଣ କରାଯାଇଛି । ମହଲର ପ୍ରଥମ ତାଲା ଟସ୍କନ ହୋଇଥିବା ବେଳେ ଦ୍ୱିତୀୟ ତାଲା ଇଟାଲିୟନ ଓ ଡେରିକ୍ ତା ସହ ତୃତୀୟ ତାଲା କୌରଁଥିୟନ ଓ ପଲୋଡିୟନ ଡିଜାଇନ ରେ ନିର୍ମାଣ କରାଯାଇଛି। ସୂଚନାନୁଯାୟୀ, ଯେତେବେଳେ ଏହି ମହଲ ତିଆରି କରାଯାଉଥିଲା ସେତେବେଳେ ୮ ଟି ହାତୀଙ୍କୁ ହଲରେ ଥିବା ଛାତ ରୁ ଓହଳା ଯାଇ  ପରୀକ୍ଷା କରାଯାଉଥିଲା ଯେ, ଏଠାରେ ୨ଟି ବିଶାଳ ଝୁମର ଲଗାଯାଇପାରିବ ନା ନାହିଁ । କାରଣ ଏହାର ଗୋଟିଏ ଗୋଟିଏ ଝୁମରର ଓଜନ ୩ କିଲୋ ୫୦୦ ହୋଇଥିବା ବେଳେ ଏଥିରେ ୨୫୦ ରୁ ଅଧିକ ବଲ୍ ର ବ୍ୟବହାର କରାଯାଇଛି। 

Also Read: ଏହି ଫେମସ Market ଅନିର୍ଦ୍ଧିଷ୍ଟ କାଳ ଯାଏଁ ବନ୍ଦ, ଜାଣନ୍ତୁ କାରଣ

ଆଉ ବିଳାସପୂର୍ଣ୍ଣ ଜୟ ବିଳାସ ପ୍ୟାଲେସ (Jai Vilas Palace) ରେ ଖାଇବା ଟେବୁଲ ଉପରେ ବ୍ୟବହାର କରାଯାଇଛି ଚାନ୍ଦି ଟ୍ରେନ । ଅର୍ଥାତ୍ ଏହି ଚାନ୍ଦି ଟ୍ରେନ ଯୋଗେ ଖାଇବା ଟେବୁଲ ପାଖରେ ବସିଥିବା ଅତିଥିଙ୍କ ପାଖକୁ ମଦ୍ୟ ପାନୀୟ ଓ ସିଗାରେଟ ପଠାଯାଇଥାଏ। ଜୟ ବିଳାସ ପ୍ୟାଲେସରେ ଅଛି ୪୦୦ ଟି ରୁମ୍ । ଏହାର ୩୫ ଟି ରୁମ କୁ ମ୍ୟୁଜିୟମ ଭଳି ବ୍ୟବହାର କରାଯାଉଛି । ଏହି ମ୍ୟୁଜିୟମ ରେ ମରାଠା ସିନ୍ଧିଆ ରାଜବଂଶ ର ବହୁ ମୂଲ୍ୟବାନ ସାମଗ୍ରୀ ସାଇତା ରହିଛି । ଯେଉଁଥିରେ ଚାନ୍ଦିର ରଥ, ପାଲିଙ୍କି, ଚାନ୍ଦିର ବଗ୍ଗି, ପୁରୁଣା ବିଳାସମୟ କାର୍ ଗୁଡ଼ିକ ମଧ୍ୟ ରହିଛି । ଏଥିରେ ଝାନ୍ସୀ ରାଣୀଙ୍କ ଢାଲ ସହ ଔରଙ୍ଗଜେବ ଓ ସାହାଜାହାନଙ୍କ ଶାସନକାଳର ଖଣ୍ଡା ତଲୱାର ମଧ୍ୟ ସ୍ଥାନ ପାଇଛି । 

Also Read: କ'ଣ କରନ୍ତି ଏହି ଶ୍ରେଷ୍ଠ ୫ କ୍ରିକେଟର୍ସଙ୍କ ପତ୍ନୀ?

୧୯ ତମ ଶତାବ୍ଦୀରେ ଜୟ ବିଳାସ ପ୍ୟାଲେସର ନିର୍ମାଣ କରାଯାଇଥିଲା । ଆଉଟଲୁକ ଇଣ୍ଡିଆ (Outlook India) ଅନୁସାରେ, ଏହି ଭବ୍ୟ ମହଲ ପ୍ରିନ୍ସ ଜର୍ଜ ଓ ୱେଲ୍ସ ରାଜକୁମାରୀ ମେରୀଙ୍କୁ ସ୍ୱାଗତ କରିବା ପାଇଁ ତିଆରି କରାଯାଇଥିଲା ଯେତେବେଳେ ସେମାନେ ୧୮୭୬ ମସିହାରେ ଭାରତକୁ ଆସିଥିଲେ । ବିଜିନେସ ଇନସାଇଡର ର ରିପୋର୍ଟ ଅନୁସାରେ, ନିର୍ମାଣ ସମୟରେ ମହଲର ଦାମ କୋଟିଏ ଟଙ୍କା ଥିଲା ଯାହା ବୃଦ୍ଧି ପାଇ ପାଇଁ ୪ ହଜାର କୋଟି ଉପରେ ପହଞ୍ଚିଛି ।  ଏହି ମହଲର ବର୍ଗ ୧୨, ୪୦,୭୭୧ ବର୍ଗ ଫୁଟରେ ପରିବ୍ୟାପ୍ତ ହୋଇଛି ।