ଗଭୀର ସମୁଦ୍ରରେ ମିଳିଲା ବିଚିତ୍ର ମାଛ, ଜାତୀୟ ଫୁଲର ନାମ ଦେଲେ ବୈଜ୍ଞାନିକ
Advertisement
Article Detail0/zeeodisha/odisha1129180

ଗଭୀର ସମୁଦ୍ରରେ ମିଳିଲା ବିଚିତ୍ର ମାଛ, ଜାତୀୟ ଫୁଲର ନାମ ଦେଲେ ବୈଜ୍ଞାନିକ

ନ୍ୟାସନାଲ୍ ଏସିଏନିକ ଏଣ୍ଡ ଏଟ୍ମୋସ୍ପିୟରିକ ଆଡମିନିଷ୍ଟ୍ରେସନର ସୂଚନା ଅନୁଯାୟୀ, ପଶ୍ଚିମ ଭାରତ ମହାସାଗରରେ ଏହି ଇନ୍ଦ୍ରଧନୁ ମାଛ ଦେଖିବାକୁ ମିଳିଥାଏ । ଏହା ସମୁଦ୍ରର ଗଭୀରରେ କୋରାଲ ରିଫ ବା ମୁଙ୍ଗାପଥରରେ ରହିଥାନ୍ତି । ସମୁଦ୍ରର ଏହି ସ୍ଥାନକୁ ଟ୍ୱିଲାଇଟ୍ ଜୋନ୍ ମଧ୍ୟ କୁହାଯାଏ । ବୈଜ୍ଞାନିକମାନେ ଏହି ମାଛକୁ ସମୁଦ୍ରରେ ୧୩୧ରୁ ୨୨୯  ଫୁଟ ମଧ୍ୟରେ ପହଁରୁଥିବାର ଦେଖିବାକୁ ପାଇଥିଲେ ।

ସୌ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ମାଳଦ୍ୱୀପର ଗଭୀର ସମୁଦ୍ରରେ ଦୁନିଆର ସବୁଠାରୁ ରଙ୍ଗୀନ ମାଛ ଠାବ କରିଛନ୍ତି । ଏହା ଏକ ସ୍ୱତନ୍ତ୍ର ମାଛ । ମାଛର ଦେହରେ ଇନ୍ଦ୍ରଧନୁର ପ୍ରତ୍ୟେକ ରଙ୍ଗ ରହିଛି ।  ତେଣୁ ସମଗ୍ର ବିଶ୍ୱରେ ଏହି ମାଛର ନାମ ଇନ୍ଦ୍ରଧନୁ ନାମରେ ଏହା ନାମିତ ହୋଇଛି ।

ଇନ୍ଦ୍ରଧନୁ ମାଛକୁ ମାଲଦ୍ୱୀପର ଜାତୀୟ ଫୁଲ ନାମରେ ନାମିତ କରାଯାଇଛି । ବୈଜ୍ଞାନିକମାନେ ଏହି ମାଛର ସରକାରୀ ନାମ ରୋଜ୍ ଓ୍ୱିଲ୍ଡ ଫେରି ରାସ୍ ରଖିଛନ୍ତି । ଏହି ନାଁ ମାଛର ସୁନ୍ଦର ଗୋଲାପୀ ରଙ୍ଗକୁ ଦର୍ଶାଇଥାଏ । ସେପଟେ ଏହାର ବୈଜ୍ଞାନିକ ନାମ ହେଉଛି, ସିରହିଲେବ୍ରସ୍ ଫିନିଫେନ୍ମା । ମାଳଦ୍ୱୀପରେ ଆଞ୍ଚଳିକ ଧିବେହୀ ଭାଷାରେ ଏହାର ଅର୍ଥ ହେଉଛି, ଗୋଲାପ । ଏହି ନାମ ମାଳଦ୍ୱୀପରେ ଜାତୀୟ ଫୁଲ ପିଙ୍କ୍ ଗୋଲାପର ସମ୍ମାନିତ କରିବା ପାଇଁ ରଖାଯାଇଥିଲା ।

Also Read: International Day of Happiness 2022: 'ଘୃଣାରେ ଖୁବଶୀଘ୍ର ଟପ୍ କରିବ ଭାରତ'

 

ନ୍ୟାସନାଲ୍ ଏସିଏନିକ ଏଣ୍ଡ ଏଟ୍ମୋସ୍ପିୟରିକ ଆଡମିନିଷ୍ଟ୍ରେସନର ସୂଚନା ଅନୁଯାୟୀ, ପଶ୍ଚିମ ଭାରତ ମହାସାଗରରେ ଏହି ଇନ୍ଦ୍ରଧନୁ ମାଛ ଦେଖିବାକୁ ମିଳିଥାଏ । ଏହା ସମୁଦ୍ରର ଗଭୀରରେ କୋରାଲ ରିଫ ବା ମୁଙ୍ଗାପଥରରେ ରହିଥାନ୍ତି । ସମୁଦ୍ରର ଏହି ସ୍ଥାନକୁ ଟ୍ୱିଲାଇଟ୍ ଜୋନ୍ ମଧ୍ୟ କୁହାଯାଏ । ବୈଜ୍ଞାନିକମାନେ ଏହି ମାଛକୁ ସମୁଦ୍ରରେ ୧୩୧ରୁ ୨୨୯  ଫୁଟ ମଧ୍ୟରେ ପହଁରୁଥିବାର ଦେଖିବାକୁ ପାଇଥିଲେ । ମାଇ ଏବଂ ଅଣ୍ଡିରା ମାଛ ମଧ୍ୟରେ ରଙ୍ଗର ପାର୍ଥକ୍ୟ ଦେଖିବାକୁ ମିଳିଥାଏ । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ମାଇ ଏବଂ ଅଣ୍ଡିରା ଇନ୍ଦ୍ରଧନୁ ମାଛର ରଙ୍ଗ ସମାନ ନୁହେଁ । ଅଣ୍ଡିରା ମାଛରେ ଅଧିକ କମଳା, ମ୍ୟାଜେଣ୍ଟା ଏବଂ ହଳଦିଆ ରଙ୍ଗ ଥିବାବେଳେ ମାଇ ମାଛରେ ଅଧିକ ନାଲି, ଗୋଲାପୀ ଏବଂ ନୀଳ ରଙ୍ଗ ଥାଏ ।

ନିକଟରେ ଇନ୍ଦ୍ରଧନୁ ମାଛ ଉପରେ ବୈଜ୍ଞାନିକମାନେ ଗବେଷଣା କରିଥିଲେ । ଏଥିରେ ସେମାନେ ଜାଣିବାକୁ ପାଇଲେ ଯେ, ଏହି ମାଛ ୧୯୯୦ ମସିହାରେ ମଧ୍ୟ ଠାବ କରାଯଆଇଥିଲା । ହେଲେ ରଙ୍ଗରେ ଥିବା ଦ୍ୱନ୍ଦ୍ୱ କାରଣରୁ ଏହାର ପ୍ରଜାତିଗୁଡିକ ରେଡ୍ ଭେଲଭେଟ ଫେରି ରସ ମାଛ ବୋଲି ଚିନ୍ତା କରାଯାଉଥିଲା । ରେଡ୍ ଭେଲଭେଟ୍ ଫେରି ରସ୍ ଯଥା ସିରହିଲେବ୍ରସ୍ ରୁବିସ୍କାମିସ୍ ମଧ୍ୟ ଏକ ରଙ୍ଗୀନ ମାଛ ।  ଏହା ପଶ୍ଚିମ ଭାରତ ମହାସାଗରରେ ଦେଖିବାକୁ ମିଳେ ।  ଅନୁସନ୍ଧାନରେ, ଉଭୟ ପ୍ରଜାତିର DNA ପରୀକ୍ଷା କରାଯାଇଥିଲା । ଯାହା ଦର୍ଶାଇଲା ଯେ, ଏହି ଦୁଇଟି ମାଛ ପରସ୍ପରଠାରୁ ବହୁ ଭିନ୍ନ । ଏପରି କି ସେମାନଙ୍କର ଶାରୀରିକ ଗଠନ ଏବଂ ରଙ୍ଗରେ ମଧ୍ୟ ବେଶ ପାର୍ଥକ୍ୟ ରହିଛି ।