Ganesh Chaturthi 2024: ଚଳିତ ଗଣେଶ ପୂଜାରେ ରାଶି ଅନୁସାରେ ଘରକୁ ଆଣନ୍ତୁ ଏହିରଙ୍ଗର ମୂର୍ତ୍ତି, ପୂରା ହେବ ସବୁ ମନୋସ୍କାମନା
Advertisement
Article Detail0/zeeodisha/odisha2408878

Ganesh Chaturthi 2024: ଚଳିତ ଗଣେଶ ପୂଜାରେ ରାଶି ଅନୁସାରେ ଘରକୁ ଆଣନ୍ତୁ ଏହିରଙ୍ଗର ମୂର୍ତ୍ତି, ପୂରା ହେବ ସବୁ ମନୋସ୍କାମନା

Ganesh Chaturthi 2024: ୧୭ ସେପ୍ଟେମ୍ବର ୨୦୨୪ରେ ଅନନ୍ତ ଚତୁର୍ଦ୍ଦଶୀ ପର୍ବ ପାଳିତ ହେବ। ଗଣେଶ ଚତୁର୍ଥୀ ଦିନ ରାଶି ଅନୁସାରେ ପୂଜା କରିବା ଦ୍ୱାରା ଗଣେଶଙ୍କ ବିଶେଷ କୃପା ଲାଭ କରିଥାନ୍ତି । ଆସନ୍ତୁ ଜାଣିବା ପବିତ୍ର ଗଣେଶ ଚତୁର୍ଥୀ ଦିନ ରାଶି ଅନୁସାରେ ଭଗବାନ ଗଣେଶଙ୍କୁ କେଉଁ ସାମଗ୍ରୀରେ ପୂଜା କରିବା ଦ୍ୱାରା ଶୁଭ ହୋଇଥାଏ ।

Ganesh Chaturthi 2024: ଚଳିତ ଗଣେଶ ପୂଜାରେ ରାଶି ଅନୁସାରେ ଘରକୁ ଆଣନ୍ତୁ ଏହିରଙ୍ଗର ମୂର୍ତ୍ତି, ପୂରା ହେବ ସବୁ ମନୋସ୍କାମନା
Ganesh Chaturthi 2024: ପ୍ରତ୍ୟେକ ବ୍ରତ ଓ ପର୍ବପର୍ବାଣୀର ପୂଜା ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କରାଯାଏ, କାରଣ ତାଙ୍କୁ ସମସ୍ତ ଦେବାଦେବୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଦିଆଯାଇଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଯେଉଁ ମାନେ ନିୟମିତ ଭାବେ ଭଗବାନ ଗଣେଶଙ୍କୁ ପୂଜା କରନ୍ତି ସେମାନଙ୍କୁ ସମସ୍ତ ଦୁଃଖରୁ ମୁକ୍ତି ମିଳିଥାଏ । ଏହି କାରଣରୁ ଭଗବାନ ଗଣେଶଙ୍କୁ ବିଘ୍ନହର୍ତ୍ତା ଗଣପତି ବୋଲି କୁହାଯାଏ । ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିବର୍ଷ ଗଣେଶ ଚତୁର୍ଥୀ ପର୍ବ ପାଳନ କରାଯାଏ । ଏହି ଦିନ ଭଗବାନ ଗଣେଶଙ୍କୁ ପୂଜା କରିବା ସହିତ ତାଙ୍କୁ ତାଙ୍କର ମନପସନ୍ଦର ଜିନିଷ ଅର୍ପଣ କରିବା ଶୁଭ ବୋଲି ହୋଇଥାଏ। ଗଣେଶ ଚତୁର୍ଥୀ ପର୍ବ ୧୦ ଦିନ ଧରି ପାଳନ କରାଯାଏ, ଯାହା ଅନନ୍ତ ଚତୁର୍ଦ୍ଦଶୀରେ ଶେଷ ହୁଏ ।
 
ବୈଦିକ ପଞ୍ଚାଙ୍ଗ ଅନୁଯାୟୀ ଏଥର ଭାଦ୍ରବ ମାସରେ ଆସୁଥିବା ଗଣେଶ ଚତୁର୍ଥୀ ଅର୍ଥାତ୍ ଗଣେଶ ପୂଜା ପର୍ବ ୭ ସେପ୍ଟେମ୍ବର ୨୦୨୪ରେ ପାଳିତ ହେବାକୁ ଯାଉଛି। ସେହିପରି ୧୭ ସେପ୍ଟେମ୍ବର ୨୦୨୪ରେ ଅନନ୍ତ ଚତୁର୍ଦ୍ଦଶୀ ପର୍ବ ପାଳିତ ହେବ। ଗଣେଶ ଚତୁର୍ଥୀ ଦିନ ରାଶି ଅନୁସାରେ ପୂଜା କରିବା ଦ୍ୱାରା ଗଣେଶଙ୍କ ବିଶେଷ କୃପା ଲାଭ କରିଥାନ୍ତି । ଆସନ୍ତୁ ଜାଣିବା ପବିତ୍ର ଗଣେଶ ଚତୁର୍ଥୀ ଦିନ ରାଶି ଅନୁସାରେ ଭଗବାନ ଗଣେଶଙ୍କୁ କେଉଁ ସାମଗ୍ରୀରେ ପୂଜା କରିବା ଦ୍ୱାରା ଶୁଭ ହୋଇଥାଏ ।
 
ମେଷ ରାଶି
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ ରାଶିର ଲୋକମାନେ ନିଜ ଘରେ ଲାଲ ରଙ୍ଗର ଗଣେଶ ମୂର୍ତ୍ତି ସ୍ଥାପନ କରିବା ଉଚିତ । ୧୦ ଦିନ ପର୍ଯ୍ୟନ୍ତ ଠାକୁରଙ୍କୁ ଲାଲ ପୋଷାକ, ଡାଳିମ୍ବ, ଲାଲ ଗୋଲାପ ଅର୍ପଣ କରନ୍ତୁ। ଏହା ଦ୍ଵାରା ଆପଣଙ୍କ ପରିବାରରେ ସୁଖ ଶାନ୍ତି ବଜାୟ ରହିବ ।
 
ବୃଷ ରାଶି
ଏହି ରାଶିର ଲୋକମାନେ ନିଜ ଘରେ ଭଗବାନ ଗଣପତିଙ୍କ ନୀଳ ରଙ୍ଗର ମୂର୍ତ୍ତି ସ୍ଥାପନ କରିବା ଉଚିତ୍ । ଏଥିସହ ଠାକୁରଙ୍କୁ ଧଳା ପୋଷାକ, ମୋଦକ, ଧଳା ଫୁଲ ଓ ଅତର ୧୦ ଦିନ ପର୍ଯ୍ୟନ୍ତ ଅର୍ପଣ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ଗଣେଶଙ୍କ ବିଶେଷ କୃପା ମିଳିବ, ଯାହା ଦ୍ୱାରା ଆପଣଙ୍କର ଅଧୁରା ସ୍ୱପ୍ନ ଖୁବଶୀଘ୍ର ପୂରଣ ହୋଇପାରିବ ।
 
ମିଥୁନ ରାଶି
ମିଥୁନ ରାଶିର ଲୋକମାନେ ନିଜ ଘରେ ଗଣପତିଙ୍କ ସବୁଜ ମୂର୍ତ୍ତି ସ୍ଥାପନ କରିବା ଉଚିତ୍ । ଏହା ସହ ଠାକୁରଙ୍କୁ ଲଗାତାର ୧୦ ଦିନ ପର୍ଯ୍ୟନ୍ତ ସବୁଜ ପୋଷାକ, ମୁଗ ଲଡୁ, ସବୁଜ ଅଳେଇଚ, ସବୁଜ ଫଳ ଓ ପାନ ଅର୍ପଣ କରନ୍ତୁ।
 
କର୍କଟ ରାଶି
ଏହି ରାଶିର ଲୋକମାନେ ନିଜ ଘରେ ଗଣେଶଙ୍କ ଧଳା ରଙ୍ଗର ମୂର୍ତ୍ତି ସ୍ଥାପନ କରିବା ଉଚିତ୍ । ଏଥିସହ ଠାକୁରଙ୍କୁ ଗୋଲାପୀ ରଙ୍ଗର ପୋଷାକ ଦିଅନ୍ତୁ। ଏହା ସହିତ ସେମାନଙ୍କୁ ପ୍ରସାଦ ଭାବରେ ମୋଦକ ଓ ଚାଉଳ ମିଠା ଅର୍ପଣ କରନ୍ତୁ।
 
ସିଂହ ରାଶି
ଗଣେଶଙ୍କ ବିଶେଷ କୃପା ପାଇବା ପାଇଁ ସିଂହ ରାଶିର ଲୋକମାନେ ନିଜ ଘରେ ଲାଲ ରଙ୍ଗର ଗଣପତି ବାପ୍ପା ମୂର୍ତ୍ତି ସ୍ଥାପନ କରିବା ଉଚିତ୍ । ଏଥିସହ ଠାକୁରଙ୍କୁ ଲାଲ ରଙ୍ଗର ପୋଷାକ ଅର୍ପଣ କରନ୍ତୁ। ପୋଷାକ ସହିତ ସେମାନଙ୍କୁ ଗୁଡ଼, ଖଜୁରୀରେ ତିଆରି ମିଠା ଅର୍ପଣ କରନ୍ତୁ।
 
କନ୍ୟା ରାଶି
କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ସବୁଜ ରଙ୍ଗ ଶୁଭ ହୋଇଥାଏ। ତେଣୁ ସବୁଜ ରଙ୍ଗରେ ନିର୍ମିତ ଗଣପତି ବାପ୍ପାଙ୍କ ପ୍ରତିମୂର୍ତ୍ତି ଘରକୁ ଆଣନ୍ତୁ। ଏହାସହ ସବୁଜ ରଙ୍ଗର ପୋଷାକ ମଧ୍ୟ ଅର୍ପଣ କରନ୍ତୁ। ଭଗବାନଙ୍କୁ ମୁଗ ଡାଲି ଲଡୁ, ସବୁଜ ଫଳ, ଦୁବ ଓ ପାନ ଅର୍ପଣ କରନ୍ତୁ। ଏହା ଦ୍ଵାରା ଆପଣଙ୍କର ପ୍ରତ୍ୟେକ ମନସ୍କାମନା ପୂରଣ ହେବା ସହ ପରିବାରରେ ସୁଖ ଶାନ୍ତି ବଜାୟ ରହିବ ।
 
ତୁଳା ରାଶି
ତୁଳା ରାଶିର ଲୋକମାନେ ନିଜ ଘରେ ନୀଳ ରଙ୍ଗର ଗଣେଶ ମୂର୍ତ୍ତି ସ୍ଥାପନ କରିବା ଉଚିତ୍ । ଏହା ସହ ଭଗବାନଙ୍କୁ ଧଳା ପୋଷାକ, ଲଡୁ, ଧଳା ଫୁଲ, ଅତର ଓ କଦଳୀ ଭୋଗ ଜରିଆରେ ଅର୍ପଣ କରନ୍ତୁ।
 
ବିଛା ରାଶି
ବିଛା ରାଶିର ବ୍ୟକ୍ତିମାନେ ନିଜ ଘରେ ଲାଲ ରଙ୍ଗର ଗଣପତି ବାପ୍ପା ମୂର୍ତ୍ତି ସ୍ଥାପନ କରିବା ଉଚିତ୍ । ଏଥିସହ ସେମାନଙ୍କୁ ସିନ୍ଦୁର ରଙ୍ଗର ପୋଷାକ, ଗୁଡ଼, ଡାଳିମ୍ବ, ଲାଲ ଫୁଲ ଓ ଖଜୁରୀ ଅର୍ପଣ କରନ୍ତୁ।
 
ଧନୁ ରାଶି
ଧନୁ ରାଶିର ଲୋକମାନେ ନିଜ ଘରେ ହଳଦିଆ ରଙ୍ଗର ଗଣେଶ ମୂର୍ତ୍ତି ରଖନ୍ତୁ। ଏହା ସହିତ ଗଣେଶଙ୍କୁ ହଳଦିଆ ବସ୍ତ୍ର, ହଳଦିଆ ଫୁଲ, ମୋଦକ, କଦଳୀ ଓ ହଳଦିଆ ଫଳ ଅର୍ପଣ କରନ୍ତୁ।
 
ମକର ରାଶି
ଯଦି ଆପଣଙ୍କ ରାଶି ମକର ଯଦି ଗଣେଶଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ନିଜ ଘରେ ଏକ ନୀଳ ରଙ୍ଗର ଗଣପତି ବାପ୍ପା ମୂର୍ତ୍ତି ଆଣନ୍ତୁ। ସେମାନଙ୍କୁ ନୀଳ ରଙ୍ଗର ପୋଷାକ ଦିଅନ୍ତୁ। ଏହା ସହିତ ସେମାନଙ୍କୁ ତିଲ, କିସମିସ୍, ସିନ୍ଦୂର ଓ ଧଳା ଫୁଲ ଅର୍ପଣ କରନ୍ତୁ।
 
କୁମ୍ଭ ରାଶି
ଯେଉଁମାନେ ଟଙ୍କା ଅଭାବରୁ ହଇରାଣ ହେଉଛନ୍ତି ସେମାନେ ନିଜ ଘରେ ନୀଳ ରଙ୍ଗର ଗଣପତି ବାପ୍ପା ମୂର୍ତ୍ତି ଆଣିବା ଉଚିତ୍ । ପ୍ରତିଦିନ ପୂଜା କରନ୍ତୁ। ଏହା ସହିତ ନୀଳ ବସ୍ତ୍ର, ଖୁଆ, ସବୁଜ ଫଳ, ଧଳା ଫୁଲ ଓ କିସମିସ୍ ଭଗବାନଙ୍କୁ ଅର୍ପଣ କରନ୍ତୁ।
 
ମୀନ ରାଶି
ମୀନ ରାଶିର ଲୋକମାନେ ନିଜ ଘରେ ଏକ ଗାଢ଼ ହଳଦିଆ ଗଣପତି ବାପ୍ପା ମୂର୍ତ୍ତି ଆଣିବା ଉଚିତ୍ । ଏଥିସହ ଠାକୁରଙ୍କୁ ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ। ୧୦ ଦିନ ପର୍ଯ୍ୟନ୍ତ ଠାକୁରଙ୍କୁ ହଳଦିଆ ଫୁଲ, ଫଳ, ବେସନ ଅଟା ଲଡୁ ଓ ବାଦାମ ଅର୍ପଣ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ଜୀବନରେ ସବୁବେଳେ ଖୁସି ଆସିବ ।