କଞ୍ଚା ଲଙ୍କାକୁ ଚୋବାଇ ଖାଇବାର ଉପକାରିତା ଜାଣିଲେ ହେବେ ଆଶ୍ଟର୍ଯ୍ୟ, ଆଜି ଠାରୁ ଆରମ୍ଭ କରିବେ ଖାଇବା
Advertisement
Article Detail0/zeeodisha/odisha1427565

କଞ୍ଚା ଲଙ୍କାକୁ ଚୋବାଇ ଖାଇବାର ଉପକାରିତା ଜାଣିଲେ ହେବେ ଆଶ୍ଟର୍ଯ୍ୟ, ଆଜି ଠାରୁ ଆରମ୍ଭ କରିବେ ଖାଇବା

କଞ୍ଚା ଲଙ୍କାକୁ ଦେଖିଲେ କିଛି ଲୋକେ ମୁହଁ ବୁଲାଇ ଦିଅନ୍ତି,କିନ୍ତୁ ଏହାର ପୁଷ୍ଟିକର ବିଷୟରେ ଜାଣିଲେ ହେବେ ଆଶ୍ଟର୍ଯ୍ୟ । 

 

କଞ୍ଚା ଲଙ୍କାକୁ ଚୋବାଇ ଖାଇବାର ଉପକାରିତା ଜାଣିଲେ ହେବେ ଆଶ୍ଟର୍ଯ୍ୟ, ଆଜି ଠାରୁ ଆରମ୍ଭ କରିବେ ଖାଇବା

ଅନେକ ସମୟରେ ଆମେ ବିଭିନ୍ନ ତରକାରୀ ତିଆରି କରିବାରେ କଞ୍ଚା ଲଙ୍କା ବ୍ୟବହାର କରିଥାଉ । କିନ୍ତୁ କିଛି ଲୋକେ ଏହାକୁ କଞ୍ଚା ଖାଇବାକୁ ପସନ୍ଦ କରିଥାନ୍ତି ଅନ୍ୟପଟେ କିଛି ଲୋକେ ଏହାକୁ ଖାଇବା ସମୟରେ ଗଳାରେ ଲାଗିଥାଏ ଓ ହାକୁଟି ସହ ପାଟିରେ ଜ୍ବଳନ ମଧ୍ୟ ହୋଇଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏତେ ରାଗ ଲାଗୁଥିବା ଜିନିଷ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଗ୍ରୀନ ଚିଲିର ଉପକାରିତା ବିଷୟରେ ଆସନ୍ତୁ ଜାଣିବା । 

କଞ୍ଚା ଲଙ୍କା ଖାଇବାର ଲାଭ-
ସୁନ୍ଦର ଚେହେରା-
କଞ୍ଚା ଲଙ୍କାରେ ଭିଟାମିନ-Cର ଏକ ସମୃଦ୍ଧର ଉତ୍ସ ଭାବେ ବିବେଚନା କରାଯାଏ । ଏହା ବ୍ୟତୀତ ବିଟ-କାରୋଟିନ୍ ବି ରହିଛି । ଉଭୟ ପୋଷକ ତତ୍ତ୍ବ ଆପଣଙ୍କ ଚେହେରା ପାଇଁ ଲାଭଦାୟକ ଅଟେ । ଏହା ଚର୍ମରେ ଚମକ,ସ୍କିନ ଟାଇଟିନିଙ୍ଗ, ଚେହେରାର ପୋଷକ ତତ୍ତ୍ବକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ । 

ଆଇରନରେ ଭରପୂର- 
କଞ୍ଚା ଲଙ୍କାରେ ଆଇରନ ଭରପୂର ମାତ୍ରାରେ ରହିଥାଏ ଯାହା ଆମ ଶରୀରରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । ଏହି କାରଣରୁ ଆମ ଶରୀରକୁ ଶକ୍ତି ମିଳିଥାଏ ଏହା ସହ ଶରୀରକୁ ଆକ୍ଟିଭ ରଖିଥାଏ । ଏହାକୁ ଖାଇବା ଦ୍ବାରା ଆପଣଙ୍କ ଶରୀରକୁ ଥକାପଣ ଲାଗି ନ ଥାଏ । ଆଇରନ ଆପଣଙ୍କ ଚେହେରା ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । 

Also Read ; ମୁଢୀ-କ୍ଷୀର ମିଶାଇ ଖାଆନ୍ତୁ, ରକେଟ୍ ବେଗରେ କମିବ ଚର୍ବି

ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ କରେ-
କଞ୍ଚାଲଙ୍କାରେ କ୍ୟାପସାଇସିନ୍ ନାମକ ଏକ କମ୍ପାଉଣ୍ଡ ମିଳିଥାଏ । ଯାହା ମସ୍ତିଷ୍କରେ ଉପସ୍ଥିତ ଥିବା ହାଇପୋଥୋଲାମସ କୁଲିଙ୍ଗ ସେଣ୍ଟରକୁ ଆକ୍ଟିଭ କରିବାରେ ସାହାଯ୍ୟ କରିଥାଏ । ଏହି କାରଣରୁ ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ । ଭାରତ ପରି ଗରମ ଦେଶରେ ଲୋକଙ୍କ ପାଇଁ  କଞ୍ଚା ଲଙ୍କା ଚୋବାଇ ଖାଇବା ଅନେକ ଲାଭ ଦେଇଥାଏ । 

ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ-
ଯେ ହେତୁ କଞ୍ଚା ଲଙ୍କାରେ ଭିଟାମିନ-ସି ମିଳିଥାଏ ଏହି କାରଣରୁ ଆମ ଶରୀରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ଏବଂ ସଂକ୍ରମଣରୁ ରକ୍ଷା କରିଥାଏ । ସଂକ୍ରମଣ କାରଣରୁ ଥଣ୍ଡା,କାଶ, ଏବଂ ଜ୍ବରର ସମ୍ମୁଖୀନ ହେଉଛନ୍ତି ତାଙ୍କ ପାଇଁ କଞ୍ଚା ଲଙ୍କା ଏକ ରାମବାଣ ଠାରୁ କିଛି କମ୍ ନୁହେଁ କାରଣ କଫକୁ ଦୂର କରିବାରେ କଞ୍ଚା ଲଙ୍କା ଖୁବ ସହାୟକ ହୋଇଥାଏ ।