Health Tips: ଓଜନ ବଢିବା ପୂର୍ବରୁ ଶରୀର ଦେଇଥାଏ ଏସବୁ ସଙ୍କେତ; ସମୟ ପୂର୍ବରୁ ରୁହନ୍ତୁ ସତର୍କ
Advertisement

Health Tips: ଓଜନ ବଢିବା ପୂର୍ବରୁ ଶରୀର ଦେଇଥାଏ ଏସବୁ ସଙ୍କେତ; ସମୟ ପୂର୍ବରୁ ରୁହନ୍ତୁ ସତର୍କ

Healthy Tips: ରାତାରାତି ଓଜନ ବୃଦ୍ଧି ହୁଏ ନାହିଁ, ଏହା ପାଇଁ ବହୁତ ସମୟ ନେଇଥାଏ । ଓଜନ ବୃଦ୍ଧି ପୂର୍ବରୁ ଆମ ଶରୀର ଏହାର ସଙ୍କେତ ଦେବା ଆରମ୍ଭ କରେ । କିନ୍ତୁ ଆମେ ସେମାନଙ୍କୁ ଅଣଦେଖା କରିଥାଉ । ଜାଣନ୍ତୁ  ଓଜନ ବଢିବା ପୂର୍ବରୁ ଶରୀର କେଉଁ ସବୁ ସଂକେତ ଦେଇଥାଏ ...

ସାଙ୍କେତିକ ଫଟୋ (ସୋସିଆଲ ମିଡ଼ିଆ)

Healthy Tips: ଆମର ବଦଳୁଥିବା ଜୀବନଶୈଳୀ, ଭୁଲ ଖାଇବାର ଅଭ୍ୟାସ ଓ ଶାରୀରିକ ପରିଶ୍ରମ ନ କରିବା ଯୋଗୁଁ ଓଜନ ବୃଦ୍ଧି ଭଳି ସମସ୍ୟା ସାମ୍ନାକୁ ଆସେ । ମେଦବହୁଳତା ଆସିବା ପୂର୍ବରୁ ଶରୀର ଅନେକ ସଙ୍କେତ ଦେଇଥାଏ, କିନ୍ତୁ ଆମେ ଏହାକୁ ବୁଝିପାରି ନ ଥାଉ ଓ ଯାହାଫଳରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । ବିଶେଷକରି ଏହି ପରିବର୍ତ୍ତିତ ଜୀବନଶୈଳୀରେ ମୋଟାପଣ ଅଧିକାଂଶ ଲୋକଙ୍କ ଠାରେ ଦେଖାଯାଏ । ଛୋଟ ପିଲାଠାରୁ ଆରମ୍ଭ କରି ବଡ଼ ଲୋକମାନେ ଏହାର ଶିକାର ହୁଅନ୍ତି । ମେଦବହୁଳତା କେବଳ ଓଜନ ବଢିବାର ସମସ୍ୟା ନୁହେଁ, ବରଂ ଏହା ଆପଣଙ୍କୁ ସ୍ୱାସ୍ଥ୍ୟ ପ୍ରତି ବିପଦ ମଧ୍ୟ ଦେଇପାରେ । ଏହି ସମସ୍ତ ସ୍ୱାସ୍ଥ୍ୟ ବିପଦରୁ ଆପଣଙ୍କୁ ରକ୍ଷା କରିବା ପାଇଁ, ଆମେ ଆପଣଙ୍କୁ ସେହି ସଙ୍କେତଗୁଡ଼ିକୁ କହୁଛୁ ଯାହା ଆପଣଙ୍କ ଶରୀରର ଓଜନ ବୃଦ୍ଧି ପୂର୍ବରୁ ସୂଚାଇ ଦେଇଥାଏ ।

ଆପଣଙ୍କ ଓଜନ ବୃଦ୍ଧି ପୂର୍ବରୁ ମିଳିଥାଏ ଏହି ୪ଟି ସଂକେତ 

୧- କ୍ରମାଗତ କ୍ଲାନ୍ତ ଅନୁଭବ କରିବା
ଯଦି ଆପଣ କଠିନ ପରିଶ୍ରମ ନକରି କ୍ଳାନ୍ତ ଅନୁଭବ କରୁଛନ୍ତି, ତେବେ ଏହା ମେଦବହୁଳତାର ଲକ୍ଷଣ ହୋଇପାରେ । ଏହା ମଧ୍ୟ ଆପଣଙ୍କ ନିଦ ଉପରେ ପ୍ରଭାବ ପକାଇଥାଏ । ଯେଉଁଥିପାଇଁ ଆପଣ ଦିନସାରା ଅଳସୁଆ ଅନୁଭବ କରିବେ । ମେଦବହୁଳତା ବଢିବା ସହିତ ଆପଣଙ୍କ କାର୍ଯ୍ୟ କରିବାର କ୍ଷମତା ମଧ୍ୟ କମିଯାଏ । ଏଥି ସହିତ, ଶକ୍ତିର ଅଭାବ ମଧ୍ୟ ମୋଟାପଣର ବୃଦ୍ଧି ହେବାର ଲକ୍ଷଣ ହୋଇପାରେ ।

୨- ବହୁତ ଅଧିକ ଭୋକ ଲାଗିବା
ଅଧିକ ଭୋକ ଲାଗିବା ଏକ ସାଧାରଣ ମାନସିକ ପ୍ରତିକ୍ରିୟା । ପିଲାମାନେ ବଢିବାବେଳେ ଏହା ପ୍ରାୟତଃ ଦେଖାଯାଏ । କିନ୍ତୁ ବେଳେବେଳେ ଏହା ଏକ ଅସ୍ୱାଭାବିକ ଅବସ୍ଥାର ଲକ୍ଷଣକୁ ସୂଚାଇପାରେ । ଅଳ୍ପ ସମୟ ପାଇଁ କ୍ଷୁଧା ଓ ଖାଇବା ପରେ ସନ୍ତୁଷ୍ଟ ନହେବା ଓଜନ ବଢିବାର ଏକ ଲକ୍ଷଣ । ଏକ ଗବେଷଣାରେ କୁହାଯାଇଛି ଯେ ଯଦି ଏହି ସମସ୍ୟା ଦୀର୍ଘ ସମୟ ଧରି ରହିଥାଏ, ତେବେ ମେଦବହୁଳତା ସମସ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢିଥାଏ ।

୩- ନିଶ୍ୱାସ ନେବାରେ ଅସୁବିଧା
ଯଦି ଆପଣଙ୍କଏ ହଠାତ୍ ନିଶ୍ୱାସ ନେବା ଅସୁବିଧା ହୁଏ, ତେବେ ଏହା ଆପଣଙ୍କ ଓଜନ ବଢିବାର ଏକ ଲକ୍ଷଣ ହୋଇପାରେ । ମେଦବହୁଳତା ଯୋଗୁଁ ଛାତି ଚାରିପାଖରେ ଚର୍ବି ଜମା ହୋଇଯାଏ, ଯେଉଁଥିପାଇଁ ନିଶ୍ୱାସ ନେବା କଷ୍ଟକର ହୋଇଯାଏ । କିଛି ଲୋକଙ୍କ ମଧ୍ୟରେ ଏହା ଏକ ଗମ୍ଭୀର ସମସ୍ୟାର ରୂପ ନେଇଥାଏ ।

୪- ଚିନ୍ତା ଓ ବିରକ୍ତିକର ଅନୁଭବ କରିବା
ଓଜନ ବଢିବା ସହିତ ଆପଣ କ୍ରୋଧିତ ଓ ଚିନ୍ତିତ ଅନୁଭବ କରିବେ । ଯାହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଓ ମନୋବଳକୁ ମଧ୍ୟ ପ୍ରଭାବିତ କରିପାରେ । ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ସୂଚନା ଅନୁଯାୟୀ, ମୋଟାପଣ ଆଗମନର ସମସ୍ୟା ରକ୍ତରେ ଶର୍କରା ସ୍ତର, ମେଟାବୋଲିକ୍ ସ୍ତର କମିଯାଏ । ଶାରୀରିକ କାର୍ଯ୍ୟକଳାପ ମଧ୍ୟ ପ୍ରଭାବିତ ହୁଏ  । ଏହି ସମସ୍ତ କାରଣ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ।

ଏହା ବି ପଢ଼ନ୍ତୁ: Indian Railway Recruitment: ରେଳବାଇର ବଡ ଘୋଷଣା; ଏକ ବର୍ଷ ମଧ୍ୟରେ ନିଯୁକ୍ତି ଦେବ ୧.୫ ଲକ୍ଷ କର୍ମଚାରୀ