Health Tips: ରାତିରେ ମୋଜା ପିନ୍ଧି ଶୋଇବା ଠିକ୍ କି? ଜାଣନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା
Advertisement

Health Tips: ରାତିରେ ମୋଜା ପିନ୍ଧି ଶୋଇବା ଠିକ୍ କି? ଜାଣନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା

Health Tips: ଥଣ୍ଡା ରୋକିବା ପାଇଁ ରାତିରେ ମୋଜା ପିନ୍ଧି ଶୋଇବା ଠିକ୍ କି? ଏହାର କୌଣସି ଖରାପ ପାର୍ଶ୍ୱ ପ୍ରତିକ୍ରିୟା ଅଛି କି? ଏଭଳି ପ୍ରଶ୍ନ ଉପରେ ଦେଶର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦେଇଛନ୍ତି । ଆସନ୍ତୁ ଜାଣିବା ମୋଜା ପିନ୍ଧି ଶୋଇବାକୁ ନେଇ ବିଶେଷଜ୍ଞ ମାନେ କଣ କୁହନ୍ତି ।

ସୌ: ସୋସିଆଲ ମିଡିଆ

Health Tips: ସମଗ୍ର ଉତ୍ତର ଭାରତରେ ବର୍ତ୍ତମାନ ପ୍ରବଳ ଶୀତ ଲହରୀ ଦେଖିବାକୁ ମିଳୁଛି । ଏହା ସହ ପାର୍ବତ୍ୟ ଅଞ୍ଚଳରେ ବର୍ଷା, ତୁଷାରପାତ ସହିତ କୁହୁଡି ଦେଖିବାକୁ ମିଳୁଛି ଓ ଏଠାରେ ତାପମାତ୍ରା ପାଖାପାଖି ଶୂନ ରହିଛି । ଏପରି ପରିସ୍ଥିତିରେ ଲୋକମାନେ ଶୀତରୁ ରକ୍ଷା ପାଇବା ପାଇଁ ଗରମ ପୋଷାକ, ଜ୍ୟାକେଟ୍ ଓ ମୋଜା ପିନ୍ଧୁଛନ୍ତି । ରାତିରେ ନିଜକୁ ଗରମ ରଖିବା ପାଇଁ ଅନେକ ଲୋକ ମୋଜା ପିନ୍ଧି ଶୋଇଥାନ୍ତି । ଏହା କରିବା ଠିକ୍ କି? ଦୀର୍ଘ ସମୟ ଧରି ମୋଜା ପିନ୍ଧିବା ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଇବ ଓ ଏହାର ପାର୍ଶ୍ୱ ପ୍ରତିକ୍ରିୟା କଣ ହୋଇପାରେ? ଏହି ପରିପ୍ରେକ୍ଷୀରେ ବିଶେଷଜ୍ଞମାନେ କଣ କୁହନ୍ତି ଆସନ୍ତୁ ଜାଣିବା...

ବିଶେଷଜ୍ଞମାନେ କହିଛନ୍ତି ଯେ ଶୀତ ଦିନେ ଶୋଇବା ସମୟରେ ମୋଜା ପିନ୍ଧିବା ସ୍ୱାଭାବିକ । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ଏହା କରନ୍ତି ଓ ଏଥିରେ କୌଣସି ଅସୁବିଧା ନାହିଁ । ପାଦକୁ ଶୀତରୁ ରକ୍ଷା କରିବା ପାଇଁ ଏହି ଅଭ୍ୟାସ ଭଲ, କାରଣ ଥଣ୍ଡା ରକ୍ତବାହୀକୁ ବାଧା ଦେଇପାରେ ଓ ଏହା ରକ୍ତଚାପକୁ ପ୍ରଭାବିତ କରିଥାଏ । ଯଦି ଆପଣ ଅନୁଭବ କରୁଛନ୍ତି ଯେ ମୋଜା ଥଣ୍ଡାକୁ ଅଟକାଉଛି ଓ ଭଲ ନିଦ ହେଉଛି ତେବେ ଏହା ଠିକ୍ । ଅପରପକ୍ଷେ, ଯଦି ଆପଣ ମୋଜା ନ ପିନ୍ଧି ଭଲ ନିଦରେ ଶୋଇଥାନ୍ତି ଓ ଆପଣ ଶୀତ ଅନୁଭବ ନ କରନ୍ତି ଓ ଆପଣଙ୍କ ପାଦ ମଧ୍ୟ ଶୀତରୁ ମୁକ୍ତ, ତେବେ ଏହା ମଧ୍ୟ ଭଲ ଅଟେ । ମୋଜା ପିନ୍ଧିବା କି ନାହିଁ ଏହା ଆପଣଙ୍କ ଉପରେ ନିର୍ଭର କରେ । 

କିଛି ବିଶେଷଣଜ୍ଞଙ୍କ ମତରେ ପାଦକୁ ଗରମ ଓ ସୁରକ୍ଷିତ ରଖିବା ପାଇଁ ଶୀତଦିନେ ରାତିରେ ମୋଜା ପିନ୍ଧିବା ଏକ ଉତ୍ତମ ବିଚାର । ଏହି କାରଣରୁ ପାଦର ଯତ୍ନ ନିଆଯାଏ, ଫାଟିଯାଇଥିବା ପାଦ ଭଲ ହୋଇଯାଏ । ମୋଜା ଯୋଗୁଁ ପାଦରେ ରକ୍ତ ସଞ୍ଚାଳନ ଶୀତରେ ସଠିକ୍ ରହିପାରେ । କିନ୍ତୁ ମନେରଖନ୍ତୁ ଯେ ମୋଜା ସଫା ହେବା ଉଚିତ୍ । କେବଳ ସୂତା ମୋଜା ବ୍ୟବହାର କରାଯିବା ଉଚିତ, ସିନ୍ଥେଟିକ୍ କପଡା ମୋଜା ଆପଣଙ୍କ ପାଇଁ ଅସୁବିଧା ଆଣିପାରେ ।

ଆଉ କିଛି ବିଶେଷଜ୍ଞ କହିଛନ୍ତି ଯେ ମୋଜା ସହିତ ଶୋଇବା ସର୍ବଦା ଲାଭଦାୟକ ନୁହେଁ । କିଛି ଲୋକଙ୍କ ପାଇଁ କିମ୍ବା କିଛି ପରିସ୍ଥିତିରେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ । ଟାଇଟ ମୋଜା ପିନ୍ଧିବା ଦ୍ୱାରା ରକ୍ତ ସଞ୍ଚାଳନରେ ଖରାପ ପ୍ରଭାବ ପକାଇପାରେ । ମୋଜା ପାଦର ଅବସ୍ଥା, ଆଘାତ ଇତ୍ୟାଦି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ । ମୋଜାର ଅତ୍ୟଧିକ ବ୍ୟବହାର ଶରୀରର ତାପମାତ୍ରାକୁ ବଢ଼ାଇପାରେ । 

ଏହା ବି ପଢ଼ନ୍ତୁ: Side Effects Of Warm Water: ଉଷୁମ ପାଣି ପିଉଥିଲେ ହୋଇଯାନ୍ତୁ ସାବଧାନ; ହୋଇପାରେ କ୍ୟାନସର ଓ ହାର୍ଟଆଟାକ ପରି ଘାତକ ରୋଗ