Mushroom Side Effects: ଏହି ସବୁ ରୋଗରେ ପୀଡି଼ତ ଥିବା ଲୋକେ ଭୁଲରେ ଖାଆନ୍ତୁ ନାହିଁ ଛତୁ!
Advertisement
Article Detail0/zeeodisha/odisha1831635

Mushroom Side Effects: ଏହି ସବୁ ରୋଗରେ ପୀଡି଼ତ ଥିବା ଲୋକେ ଭୁଲରେ ଖାଆନ୍ତୁ ନାହିଁ ଛତୁ!

Mushroom Side Effects: ଛତୁ ବା ମଶରୁମ୍ ଅଧିକାଂଶ ଲୋକଙ୍କୁ ଖାଇବାକୁ ଖୁବ୍ ଭଲ ଲାଗେ । ଆପଣ ଜାଣନ୍ତି କି ଯେଉଁମାନେ ବଣ ବା ବଗିଚାରେ ଫୁଟୁଥିବା ଛତୁ ଖାଉଛନ୍ତି। ସେମାନେ ଗୁରୁତର ରୋଗରେ ଆକ୍ରାନ୍ତ ହୋଇପାରନ୍ତି?  ତେବେ, ଆସନ୍ତୁ ଜାଣିବା ବଣଛତୁ ଖାଇବା ଦ୍ବାରା କଣ ସବୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । 

ସୌଜନ୍ୟ- ସୋସିଆଲ ମିଡି଼ଆ

Mushroom Side Effects: ଛତୁ ବା ମଶରୁମ୍ ( Mushroom) ଅଧିକାଂଶ ଲୋକଙ୍କୁ ଖାଇବାକୁ ଖୁବ୍ ଭଲ ଲାଗେ । ଛତୁରେ ( Mushroom) ପ୍ରୋଟିନ୍ (Protin) ସହିତ ଅନେକ ପୋଷକ ତତ୍ତ୍ୱ ମଧ୍ୟ ଭରପୂର ପରିମାଣରେ ରହିଛି । ଅଧିକାଂଶ ଲୋକେ ବଟମ୍ ଛତୁ ଖାଉଥିବା ବେଳେ ଆଉ କିଛି ଲୋକେ ବାଡି ବଗିଚାରେ ଫୁଟୁଥୁବା ଛତୁକୁ ଖାଇଥାଆନ୍ତି। ଆପଣ ଜାଣନ୍ତି କି ଯେଉଁମାନେ ବଣ ବା ବଗିଚାରେ ଫୁଟୁଥିବା ଛତୁ ଖାଉଛନ୍ତି। ସେମାନେ ଗୁରୁତର ରୋଗରେ ଆକ୍ରାନ୍ତ ହୋଇପାରନ୍ତି?  ତେବେ, ଆସନ୍ତୁ ଜାଣିବା ବଣଛତୁ ଖାଇବା ଦ୍ବାରା କଣ ସବୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ (Mushroom Side Effects)। 

Also Read: Brinjal Benefits: ବାଇଗଣ ଖାଆନ୍ତୁ, ଏହି ସବୁ ରୋଗରୁ ମୁକ୍ତି ପାଆନ୍ତୁ!

Also Read: Horoscope Today Aug 19 2023: ଦୂରଯାତ୍ରା ବେଳେ ସତର୍କ ରୁହନ୍ତୁ ଏହି ରାଶିର ଲୋକେ! ଜାଣନ୍ତୁ କେମିତ କଟିବ ଆଜିର ଦିନ?

Also Read: ୧୫ ଦିନରେ ଟିମ ଇଣ୍ତିଆରେ ଡେବ୍ୟୁ କଲେ ଏହି ୪ ଖେଳାଳି, ଜାଣନ୍ତୁ କିଏ ରହିଲା ହିଟ୍ କିଏ ହେଲା ଫ୍ଲପ୍

ଥକା ଲାଗିବା: 

ବର୍ଷା ଦିନେ ଖାସ୍ କରି ଅଧିକାଂଶ ବଣ ଅଞ୍ଚଳରେ ଛତୁ ଫୁଟିଥାଏ। ଏହି ଛତୁକୁ ବ୍ୟବହାର କରିଥାଆନ୍ତି । ଏହି ଛତୁକୁ  ଖାଇବା ପରେ ଦୁର୍ବଳ ଅନୁଭବ କରିପାରନ୍ତି। କେବଳ ଏତିକି ନୁହେଁ, ବାନ୍ତି ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ। 

Also Read: Martyr Sushant Khuntia Mother Passes Away: ପୁଅ ସହିଦ ହେବାର ୮ ଦିନ ପରେ ଆଖି ବୁଜିଲା ମା’...

Also Read: Entertainment News: ଆସୁଛି ଥଲାଇବାଙ୍କ ଆଉ ଏକ ବଡ଼ ବଜେଟ୍ ଫିଲ୍ମ, ରଜନୀକାନ୍ତଙ୍କ ସହ ନଜର ଆସିବେ ବିଗ୍ ବି

ହଜମ ସମସ୍ୟା: 
ଛତୁ ଗୁଡ଼ିକରେ ଅଧିକ ପରିମାଣର ସରଳ କାର୍ବସ୍ ଥାଏ। ଯାହା ହଜମ ଜନିତ ସମସ୍ୟା ସୃଷ୍ଟି କରିପାରେ । ଯେହେତୁ ଏହି କାର୍ବୋହାଇଡ୍ରେଟ୍ ଗୁଡିକ ବଡ଼ ଅନ୍ତନଳୀରେ ଅଜ୍ଞାତ ହୋଇ ଯାଆନ୍ତି । ଫଳରେ ସମସ୍ୟା ଦେଖାଦେଇଥାଏ । କିଛି ଲୋକଙ୍କ ମଧ୍ୟରେ ଗ୍ୟାସ୍  ସୃଷ୍ଟି ଏବଂ ହଜମ ଜନିତ ସମସ୍ୟା ଦେଖାଦିଏ । 

ଆଲର୍ଜି : 
କେତେକ ଲୋକ ମଶରୁମ୍ ଖାଇବା ଦ୍ବାରା  ଆଲର୍ଜି ଭଳି ସମସ୍ୟାର ସମ୍ମୁଖିନ ହୋଇ ଥାଆନ୍ତି। ଏହାକୁ ଅଧିକ ପରିମାଣରେ ଖାଇବା ଦ୍ୱାରା ଚର୍ମ ଚମକ କମ୍ ହୋଇପାରେ। କେତେକଙ୍କ ନାକ  ଓ ପାଟି ଶୁଖିଲା ପରି ଲାଗେ ଏବଂ ଅନ୍ୟାନ୍ୟ ସମସ୍ୟାରେ ମଧ୍ୟ ପୀଡିତ ହୋଇପାରନ୍ତି ।

ଗର୍ଭାବସ୍ଥାରେ ଛତୁ ଖାଆନ୍ତୁ ନାହିଁ:

ଅନେକ ସ୍ତନ୍ୟପାନ କରାଇବା ଏବଂ ଗର୍ଭବତୀ ମହିଳାଙ୍କୁ ଛତୁ ଖାଇବାକୁ ବାରଣ କରାଯାଇଥାଏ । କାହିଁକିନା ଗର୍ଭାବସ୍ଥାରେ ଥିବା ସମୟରେ ଛତୁ ଖାଇଲେ ଶିଶୁ ଉପରେ ଅନେକ ପ୍ରଭାବ ପଡିଥାଏ। ତେଣୁ ଛତୁ ଖାଇବା ପୂର୍ବରୁ ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ଓଜନ ବଢିପାରେ:
ଛତୁରେ ଟ୍ରାଇପଟାମାଇନ୍ ଥାଏ । ଏଥିରେ ରାସାୟନିକ ପଦାର୍ଥ ଥାଏ ଯାହା ଆମ୍ଫେଟାମାଇନ୍ (ଔଷଧ) ପରି କାମ କରେ । ଏହା ଭୋକ ବଢାଇଥାଏ ।  ଯାହା ଫଳରେ ଆପଣଙ୍କ ଓଜନ ବଢିଥାଏ। 

Disclamer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସୂଚନା ପାଇଁ ଅଟେ ଏବଂ ଡାକ୍ତରୀ ପରାମର୍ଶ, ନିରାକରଣ କିମ୍ବା ଚିକିତ୍ସା ପାଇଁ ଏକ ବିକଳ୍ପ ଭାବରେ ବିବେଚନା କରାଯିବା ଉଚିତ୍ ନୁହେଁ। କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ କେବଳ ତାଙ୍କ ପରାମର୍ଶରେ ଔଷଧ ନିଅନ୍ତୁ।