Health Tips: ୩୦ ପରେ ୟଙ୍ଗ୍ ଦେଖାଯିବାକୁ ଚାହୁଁଛନ୍ତି ଖାଆନ୍ତୁ ଏହି ଗୋଟିଏ ଫଳ!
Advertisement
Article Detail0/zeeodisha/odisha2403927

Health Tips: ୩୦ ପରେ ୟଙ୍ଗ୍ ଦେଖାଯିବାକୁ ଚାହୁଁଛନ୍ତି ଖାଆନ୍ତୁ ଏହି ଗୋଟିଏ ଫଳ!

Health Tips: ଆଜିକାଲି ସମସ୍ତ ସୁସ୍ଥ ଓ ଫିଟ୍ ରହିବାକୁ ଚାହାଁନ୍ତି । ସେଥିପାଇଁ ବିଶେଷ କରି ଅଧିକାଂଶ ଲୋକେ ନିଜ ଡାଏଟ୍ ରେ ଫଳ ଓ ସବୁଜ ପନିପରିବା ଖାଇଥାଆନ୍ତି। କିନ୍ତୁ ଏଭଳି ଏକ ଫଳ ଅଛି ଯାହାକୁ ଖାଇବା ଦ୍ବାରା ବାର୍ଦ୍ଧକ୍ୟ ବିଳମ୍ବରେ ଛୁଇଁଥାଏ। ପଢନ୍ତୁ ଏହି ରିପୋର୍ଟ...

 

 

Health Tips: ୩୦ ପରେ ୟଙ୍ଗ୍ ଦେଖାଯିବାକୁ ଚାହୁଁଛନ୍ତି ଖାଆନ୍ତୁ ଏହି ଗୋଟିଏ ଫଳ!
Health Tips: ସବୁଜ ପନିପରିବା ଓ ଫଳ ସ୍ବାସ୍ଥ୍ୟ ପାଇଁ ବେଶ୍ ହିତକର। ଯଦି ଆପଣ ଫିଟ୍ ଓ ସୁସ୍ଥ ରହିବାକୁ ଚାହୁଁଛନ୍ତି। ତେବେ,ବିଶେଷକରି ମହିଳାମାନେ, ନିଜ ଡାଏଟରେ ପ୍ରତିଦିନ ପାଚିଲା ଅମୃତଭଣ୍ତା ସାମିଲ୍ କରିବା ଉଚିତ୍। ଏ-ହାକୁ ସେମାନେ ପ୍ରତିଦିନ ଖାଇବା ଦ୍ବାରା ୩୦ ବର୍ଷ ପରେ ମଧ୍ୟ ସୌନ୍ଦର୍ଯ୍ୟ ବଜାୟୀ ରହିଥାଏ । କେବଳ ସେତିକି ନୁହେଁ, ଅମୃତଭଣ୍ତା ପ୍ରତିଦିନ ସେବନ କଲେ ବାର୍ଦ୍ଧକ୍ୟ ଆପଣଙ୍କୁ ବିଳମ୍ବରେ ଛୁଇଁଥାଏ। ତେବେ, ଆସନ୍ତୁ ଜାଣିବା ପାଚିଲା ଅମୃତଭଣ୍ତା ମହିଳାମାନଙ୍କ ପାଇଁ କେତେ ଲାଭକାରୀ?
 
 
-ଗୋଟିଏ ପାଚିଲା ଅମୃତଭଣ୍ତାରେ ପ୍ରଚୁର ପରିମାଣରେ ଭିଟାମିନ୍ ଥାଏ। ଏହି ଭିଟାମିନ୍ ହୃଦରୋଗର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଫୋଲେଟ୍, ଭିଟାମିନ୍ ଏ, ଫାଇବର, କପର, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ମଧ୍ୟ ଭରି ରହିଛି। ଯାହା ସୁସ୍ଥ ଶରୀର ପାଇଁ ବେଶ୍ ଲାଭଦାୟକ ।
 
- ହାର୍ଟକୁ ସୁସ୍ଥ ରଖେ: ପାଚିଲା ଅମୃତଭଣ୍ତାରେ ଭିଟାମିନ୍ ଏ, ଭିଟାମିନ୍ ସି ଏବଂ ଭିଟାମିନ୍ ଇ  ଥାଏ | ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏହି ଫଳ ହୃଦରୋଗର ଆଶଙ୍କା ହ୍ରାସ କରିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କୋଲେଷ୍ଟ୍ରଲକୁ ହ୍ରାସ କରିବାରେ ସାହାର୍ଯ୍ୟ କରେ । 
 
-ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ: ପାଚିଲା ଅମୃତଭଣ୍ତାରେ ଦୁଇଟି ଏନଜାଇମ୍ ରହିଛି। ପେପେନ୍ ଏବଂ ଚାଇମୋପାପେନ୍। ଏହି ଦୁଇଟି ଏନଜାଇମ୍ ପ୍ରୋଟିନ୍ ଭାଙ୍ଗିବା ଦ୍ୱାରା ହଜମ କରିବାରେ ସାହାଯ୍ୟ କରିଥାଏ ।
 
-ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାର୍ଯ୍ୟ କରେ: ଭିଟାମିନ୍ ସିରେ ଭରପୂର ଏହି ଫଳ ଖାଇବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଯାହା ଶରୀରକୁ ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହୁଏ। 
 
-ଓଜନ ହ୍ରାସ କରେ: ଓଜନ ହ୍ରାସ କରିବାକୁ ଚାହୁଁଥିବା ମହିଳାମାନେ ପ୍ରତିଦିନ ନିଜ ଡାଏଟରେ ଏହି ଫଳକୁ ସାମିଲ୍ କରିପାରିବେ। ଏଥିରେ ଅଧିକ ଫାଇବର ଏବଂ କମ୍ କ୍ୟାଲୋରୀ ଥାଏ । ଏପରି ପରିସ୍ଥିତିରେ, ଏହାକୁ ଖାଇବା ଦ୍ୱାରା, ଆପଣଙ୍କ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁଭବ କରେ। ଯାହାଫଳରେ ଆପଣ ଅଧିକ ଖାଦ୍ୟ ଖାଇ ନଥାଆନ୍ତି। ଯାହା ଓଜନ ହ୍ରାସ କରିବା ସହଜ ହୋଇଯାଏ ।
 
-ଚର୍ମ ପାଇଁ ଲାଭଦାୟକ: ମହିଳାଙ୍କ ତ୍ବଚାରେ ଭାଙ୍ଗ ୩୦ ପରେ ଆସିଥାଏ। ଏପରି ପରିସ୍ଥିତିରେ ମହିଳାମାନେ ନିଜ ଖାଦ୍ୟରେ  ଏହି ଫଳକୁ ସାମିଲ୍ କରିବା ଉଚିତ୍। ଭିଟାମିନ୍ ସି, ଭିଟାମିନ୍ ଇ, ବିଟା-କାରୋଟିନ୍ ପରି ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏହି ଫଳ ଚର୍ମରେ ଭାଙ୍ଗ ଓ କୁଞ୍ଚିତକୁ ରୋକିବାରେ ସାହାଯ୍ୟ କରେ। 
 
(Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)