• ଦେଶ ପାଳୁଛି ୭୨ତମ ଗଣତନ୍ତ୍ର ଦିବସ ।ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା
  • ରାଜ୍ୟ ରାଜଧାନୀରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସମ୍ମାନୀୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  • ୩ଟି ରୁଟ ଦେଇ ଆରମ୍ଭ ହେଲା ଆନ୍ଦୋଳନରତ କୃଷକଙ୍କ ଟ୍ରାକ୍ଟର ରାଲି ।
  • ୧୫ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଟ୍ରାକ୍ଟର ସାମିଲ ।
  • ଲଦାଖରେ ଆଇଟିବିପି ଯବାନଙ୍କ ପତାକା ଉତ୍ତୋଳନ । ଭାରତୀୟ ସେନା ପାଳିଲା ଗଣତନ୍ତ୍ର ଦିବସ ।
  • ହିମାଳୟରେ ପତାକା ଉଡ଼ାଇଲେ ଓଡ଼ିଆ ଯୁବକ । ହିମାଳୟର ଦୟାରା ବୁଗ୍ୟାଲରେ ଉଡ଼ାଇଲେ ପତାକା ।
  • ଦିଲ୍ଲୀରେ ଉଗ୍ରରୂପ ନେଇଛି ଚାଷୀ ଆନ୍ଦୋଳନ ।
  • ଆନ୍ଦୋଳନ ସମୟରେ ହିଂସା ଭିଆଉଛନ୍ତି ଆନ୍ଦୋଳନରତ ଚାଷୀ। ଟିକ୍ରି, ସିଂଘୁ, ଗାଜିପୁର ସୀମା ଚରମ ସୀମାରେ ଉତ୍ତେଜନା ।
  • ପୋଲିସ ଉପରକୁ ଢେଲାମାଡ଼ । ଟ୍ରାକ୍ଟର ଚଢାଇବାକୁ ଉଦ୍ୟମ ।
  • ଲାଲକିଲ୍ଲାରେ ଚଢିଲେ ଆନ୍ଦୋଳନରତ ଚାଷୀ ।

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

Horoscope of 20th November 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

Horoscope of 20th November 2020: ମେଷ- ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବେ । ବକେୟା କାର୍ଯ୍ୟ ସବୁ ସଂପାଦନ କରିବେ । ବ୍ୟବସାୟରେ ସ୍ୱଳ୍ପ ଲାଭ ମିଳିବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ ।  

ବୃଷ- ବ୍ୟବସାୟ ଲାଭଜନକ ହେବ । ପରିଶ୍ରମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍ ହୋଇପାରନ୍ତି । ମଧୁରଭାଷୀ ହେବେ । ଥଣ୍ଡା-କଫ ଜନିତ ପୀଡା ଅନୁଭବ କରିବେ । ପ୍ରେମୀ ଓ ସାହସୀ ହୋଇପାରନ୍ତି ।      

ମିଥୁନ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ଦେଖାଦେବ । ରୋଜଗାର ପୂର୍ବଭଳି ହେବ । ବ୍ୟବସାୟ ଆଶାନୁରୂପକ ହେବ । ପାଖ ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ ।  

ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗରେ ସିଏମ ଚେହେରାକୁ ନେଇ ସଂଘର୍ଷ କରୁଛି ବିଜେପି, ତେବେ କେମିତି ଜିତିବ ଲଢ଼େଇ?

କର୍କଟ- ଦୃଢ ମନୋବଳ ଯୋଗୁଁ ପ୍ରତିଟି କାର୍ଯ୍ୟରେ ସଫଳ ହେବେ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସଂପାଦନ କରିବେ । ଆୟ ଉତ୍ତମ ହେବ । ପାରିବାରିକ ସୁଖଶାନ୍ତି ଲାଭ କରିବେ ।  

ସିଂହ- ଆଜି ଦିନଟିରେ ଆପଣଙ୍କୁ ଖୁବ ସତର୍କତାର ସହ ଜୀବନଯାପନ କରିବାକୁ ପଡିବ । ଶରୀରପୀଡା, ମାନସିକ ଅଶାନ୍ତି ଦେଖାଦେବ । ଖର୍ଚ୍ଚାନ୍ତ ହେବେ । ଘାତ ଚନ୍ଦ୍ର ଭୋଗ ହେତୁ ଗାଡି ମଟର ଚାଳନା ଓ ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ନିଆଁ, ପାଣି,ତଥା ଉଚ୍ଚ ସ୍ଥାନ ପ୍ରତି ମଧ୍ୟ ସତର୍କତା ଲୋଡା ।

କନ୍ୟା- ଦେହ ସୁସ୍ଥ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବୃଦ୍ଧି ପାଇବ । ବାଦ ବିବାଦ ଦେଖାଦେବ । ଶତ୍ରୁ ବୃଦ୍ଧି ପାଇବେ । ଖର୍ଚ୍ଚାନ୍ତ ହେବେ ।

ଅଧିକ ପଢ଼ନ୍ତୁ:-'ଦିଦି'ଙ୍କୁ ଟକ୍କର ଦେଇ ପାରିବ ତ ବିଜେପି?

ତୁଳା- ଶରୀର ସୁସ୍ଥ ରହିବ । କର୍ତ୍ତବ୍ୟ ପରାୟଣ ହେବେ । ବ୍ୟବସାୟ ଉତ୍ତମ ହେବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ପାରିବାରିକ ଜୀବନ ସୁଖମୟ ହେବ ।

ବିଛା- ମନ ଅଶାନ୍ତି ରହିବ । ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସାମ୍ନା କରିବେ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । ପଡୋଶୀଙ୍କ ସହ ସମ୍ପର୍କରେ ତିକ୍ତତା ଆସିବ । ବ୍ୟବସାୟ ସ୍ୱଳ୍ପ ଲାଭଯୁକ୍ତ ହେବ ।  

ଧନୁ- ଚିନ୍ତାଗ୍ରସ୍ତ ରହିବେ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । ଶତ୍ରୁ ବୃଦ୍ଧି ପାଇବେ । ପୂର୍ବ ବିବାଦ ଜଟିଳତା ଆଡକୁ ଅଗ୍ରସର ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।  

ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁକୁ ନେଇ ଭୟଙ୍କର ଚେତାବନୀ ଜାରି କଲା WHO

ମକର- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚପଦାଧିଙ୍କ କ୍ରୋଧର ଶିକାର ହେବେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ପରିବାରରେ ସାମାନ୍ୟ ମତଭେଦ ଦେଖାଦେବ । ଦୂରଯାତ୍ରା ସଫଳ ହେବ ।

କୁମ୍ଭ- ଆଶାବାଦୀ ହେବେ । ଅସଂପୂର୍ଣ୍ଣ  କାର୍ଯ୍ୟ ଆଜି ସଂପୂର୍ଣ୍ଣ  କରିବେ । ଅଧିନସ୍ଥ କର୍ମଚାରୀଙ୍କ  ସହଯୋଗ ପାଇବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରିକ ଜୀବନ ସୁଖଶାନ୍ତି ପୂର୍ଣ୍ଣ ରହିବ ।  

ମୀନ-ଅନାବଶ୍ୟକ ଖର୍ଚ୍ଚ ବଢିବ । ଧାର କରଜ କରିପାରନ୍ତି । ଧୈର୍ଯ୍ୟଚ୍ୟୁତ ହେବେ । ପାଖଲୋକ ବିଶ୍ୱାସଘାତକତା କରିବେ । ପଡୋଶୀଙ୍କ ସମ୍ପର୍କରେ ତିକ୍ତତା ଆସିବ ।