ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର
Advertisement
Article Detail0/zeeodisha/odisha790761

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର

Horoscope of 22nd November 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର

Horoscope of 22nd November 2020: ମେଷ- ମାନସିକ ଅବସାଦ ଦେଖାଦେବ । ଚିନ୍ତାଗ୍ରସ୍ତ ରହିବେ । କାର୍ଯ୍ୟରେ ବାଧା ଓ ଅବରୋଧ ଦେଖାଦେବ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ମନ ଦୁର୍ବଳ ରହିବ । ଆୟ ମଧ୍ୟମ ଧରଣର ହେବ । ଆଇନ ଅଦାଲତର କାର୍ଯ୍ୟ ଆପଣଙ୍କ ବିପକ୍ଷରେ ଯିବ ।

ବୃଷ- ଦିନଟିରେ ଆପଣଙ୍କ ଦେହ ଭଲ ରହିବ । ମନ ପ୍ରଫୁଲ୍ଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷ  ଆସ୍ଥା ଭାଜନ ହେବେ । ଆର୍ଥିକ ଉନ୍ନତି ହେବ । ଉତ୍ସବ ଅନୁଷ୍ଠାନରେ ଯୋଗ ଦେବେ ।  

ମିଥୁନ- ଘାତ ଚନ୍ଦ୍ର ଭୋଗ ହେତୁ ବିଶେଷ ଭାବେ ସତର୍କ ରୁହନ୍ତୁ । ଧନକ୍ଷୟ ହେବାର ସମ୍ଭାବନା ରହିଛି । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ଶରୀର ପୀଡା ଦେଖାଦେବ ।  

ଅଧିକ ପଢ଼ନ୍ତୁ:-୪ ମାସରେ ଭାରତୀୟଙ୍କୁ ମିଳିଯିବ କୋରୋନା ଭ୍ୟାକ୍ସିନ, ଜାଣନ୍ତୁ କେତେ ରହିବ ଏହାର ମୂଲ୍ୟ

କର୍କଟ- ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । ଦେହ ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ । ଚାକିରିରେ ସମ୍ମାନ ମିଳିବ । ବ୍ୟବସାୟ ଲାଭପ୍ରଦ ହେବ । ନୂତନ ଗୃହ ଉପକରଣ କ୍ରୟ କରିବେ ।  

ସିଂହ- କର୍ତ୍ତବ୍ୟ ପରାୟଣ ହେବେ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ଦେହ ଓ ମନ ସୁସ୍ଥ ରହିବ । ହଜି ଯାଇଥିବା ଦ୍ରବ୍ୟର ସନ୍ଧାନ ମିଳିବ ।  

କନ୍ୟା- ଦାନ ଧର୍ମ ପ୍ରତି ମନ ବଳିବ । ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ଲାଗି ରହିବ । ଆୟ ସଂକୁଚିତ ହେବ । ରାଜନୈତିକ ବ୍ୟକ୍ତି ବିଶେଷ ଜନତାଙ୍କ ଆକ୍ରୋଶର ଶିକାର ହେବେ ।  

ତୁଳା- ଦିନଟିରେ ଆପଣ କର୍ମ ତତ୍ପର ହେବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । କର୍ମ କ୍ଷେତ୍ର ଉତ୍ସାହ ପୂର୍ଣ୍ଣ  ରହିବ । ପଡୋଶୀଙ୍କ ସହ ସୁସମ୍ପର୍କ ବଜାୟ ରହିବ । ପାରିବାରିକ ହସଖୁସି ଲାଗି ରହିବ । ଦୂରଯାତ୍ରା ସଫଳ ହେବ ।  

ବିଛା- ମନ ପ୍ରସନ୍ନ ରହିବ । ସମୟାନୁବର୍ତ୍ତୀ ହୋଇ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସମ୍ପାଦନ କରିବେ । ସହକର୍ମୀଙ୍କ ନିକଟରୁ ସହଯୋଗ ମିଳିବ । ସୁଖପୂର୍ଣ୍ଣ ଭ୍ରମଣ ଯୋଗ ରହିଛି ।  

ଧନୁ- ଉଚ୍ଚ ସମ୍ମାନ ଲାଭ କରିବେ । କର୍ମ କ୍ଷେତ୍ରରେ ପ୍ରଶଂସା ଅର୍ଜିବେ । ବ୍ୟବସାୟରେ ନୂତନ ନିତି ଆପଣେଇବେ । ପାରିବାରିକ ଜୀବନ ସୁଖ ସମୃଦ୍ଧିପୂର୍ଣ୍ଣ  ହେବ ।

ଅଧିକ ପଢ଼ନ୍ତୁ:-ମୋଦି ବିରୋଧୀ ମେଣ୍ଟ ପାଇଁ ପୁଣି ହୁଙ୍କାର ଭରିବେ କେସିଆର

ମକର- ସମସ୍ତ ନ୍ୟସ୍ତ କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରି ଆତ୍ମ ସନ୍ତୋଷ ପାଇବେ । ମନ ପ୍ରଫୁଲ୍ଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଆଦର ସମ୍ମାନ ପାଇବେ ।

କୁମ୍ଭ-ଦାନ ଧର୍ମ ପ୍ରତି ମନ ବଳିବ । ଦିଅଁ ଦର୍ଶନ କରିବେ । କର୍ମ କ୍ଷେତ୍ରରେ ପ୍ରଶଂସା ଲଭିବେ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରରେ ହସଖୁସିର ଲହରି ଲାଗି ରହିବ ।  

ଅଧିକ ପଢ଼ନ୍ତୁ:-'କୋରୋନା ପରି ଆଉ ଏକ ମହାମାରୀର ମୁହଁରେ ଠିଆ ହୋଇଛୁ ଆମେ, ନ ସମ୍ଭାଳିବା ତ ବର୍ବାଦ ହୋଇଯିବ...'

ମୀନ- ଶାରିରୀକ କିମ୍ବା ମାନସିକ ଆଘାତ ପାଇବେ । ଆୟ ବ୍ୟୟ ସମାନ ରହିବ । ବ୍ୟବସାୟରେ ଶିଥିଳତା ଦେଖାଦେବ । ଘାତ ଚନ୍ଦ୍ର ଭୋଗ ହେତୁ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିବେ ।