ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର
Advertisement
Article Detail0/zeeodisha/odisha896104

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

Horoscope of May 7: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

Horoscope of May 7: ମେଷ- ଦେହ ସୁସ୍ଥ ରହିବ । ମନୋବଳ ବୃଦ୍ଧି ପାଇବ । ଅବସର ସମୟର ସଦ୍‌ଉପଯୋଗ କରିବେ । ଦୂରଯାତ୍ରା କରିବେ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । ବ୍ୟବସାୟ ଆଶାନୁରୂପକ ହେବ ।  

ଅଧିକ ପଢ଼ନ୍ତୁ:-କେବେ ଶେଷ ହେବ କୋରୋନା? ମହାମାରୀର ତୃତୀୟ ଲହରକୁ ନେଇ ଚେତାବନୀ ଜାରି କଲେ ମୋଦି ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା

ବୃଷ- ଶାରୀରିକ ସୁସ୍ଥତା ଲାଭ କରିବେ । ସମସ୍ତ ବକେୟା କାର୍ଯ୍ୟକୁ ଆଜି ସଂପୂର୍ଣ୍ଣ କରିବେ । ହଠାତ୍ ଧନ ଆଗମନର ସୂଚନା ମିଳୁଛି । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ । ପରିବାରରେ ହସ ଖୁସିର ଲହରୀ ରହିବ ।

ମିଥୁନ- ଘାତ ଚନ୍ଦ୍ର ଭୋଗ ହେତୁ ବିଶେଷ ଭାବେ ସତର୍କ ରୁହନ୍ତୁ । ଧନକ୍ଷୟ ହେବାର ସମ୍ଭାବନା ରହିଛି । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ଶରୀର ପୀଡା ଦେଖାଦେବ ।  

କର୍କଟ-  ସୁଖ ସମୃଦ୍ଧିର ଦିନ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ଧନ ଆଗମନର ସୂଚନା ମିଳୁଛି । ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତ ହେବ । ବିବାହ ଭୋଜି ଆଦି କାର୍ଯ୍ୟକ୍ରମରେ ଯୋଗ ଦେବେ ।  

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ଲାଗିଲା ସଂପୂର୍ଣ୍ଣ ଲକଡାଉନ୍, ଜାଣନ୍ତୁ କ’ଣ ଖୋଲା ରହିବ ଓ କ’ଣ ରହିବ ବନ୍ଦ ?

ସିଂହ- ଶରୀର ସୁସ୍ଥ ରହିବ । ପ୍ରତିଟି କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ଆର୍ଥିକ ଅଭିବୃଦ୍ଧି ଘଟିବ । କାର୍ଯ୍ୟାଳୟରେ ଅଧ୍ୟସ୍ତନ କର୍ମଚାରୀଙ୍କ ଦ୍ୱାରା ସମ୍ମାନ ପାଇବେ । ଅପରାହ୍ନରେ ବନ୍ଧୁ ମିଳନର ଯୋଗ ରହୁଛି । 

କନ୍ୟା- ପରିଶ୍ରମ ଅନୁଯାୟୀ ଫଳ ମିଳିବ । ଅପରିଚିତ ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । କ୍ରୀଡାବିତଙ୍କ ପାଇଁ ଦିନଟି ଶୁଭଫଳ ଦେବ । ବ୍ୟବସାୟ ଭଲ ହେବ ।  

ତୁଳା- ସାଂସାରିକ ଜୀବନ ସୁଖମୟ ହେବ । ଶରୀର ସୁସ୍ଥ ଓ ମନ ଭଲ ରହିବ । ଦାୟିତ୍ୱ ବୃଦ୍ଧି ପାଇବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ଆଶା କରୁଥିବା ଦିଗରୁ ଅର୍ଥ ଆଗମନ ହେବ ।  

ଅଧିକ ପଢ଼ନ୍ତୁ:-ପଲିସି ଧାରକଙ୍କ ପାଇଁ ଜରୁରୀ ଖବର, ମେ ୧୦ରୁ LIC ନିୟମରେ ହେବ ବଡ଼ ପରିବର୍ତ୍ତନ!

ବିଛା- ସାମୟିକ ଶରୀର ପୀଡା ଭୋଗିବେ । କୌଣସି ବାଦ ବିବାଦରେ ଜଡିତ ହେବେ । ଧାର କରଜ ଆଦି କରିପାରନ୍ତି । ବ୍ୟବସାୟ ସ୍ୱଳ୍ପ ଲାଭ ଯୁକ୍ତ ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।  

ଧନୁ- ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହଠାରୁ ନିଜକୁ ଦୂରେଇ ରଖନ୍ତୁ । ବ୍ୟବସାୟ ମାନ୍ଦା ହେବ । ପାରିବାରିକ ଜୀବନରେ ଭୁଲ ବୁଝାମଣାର ଶିକାର ହେବେ ।  

ମକର- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଅଗ୍ରଗତି ଘଟିବ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ ।  

ଅଧିକ ପଢ଼ନ୍ତୁ:-ଦ୍ୱିତୀୟ ଥର ପାଇଁ ଦେଶରେ ଦିନକରେ ୪ ଲକ୍ଷରୁ ଅଧିକ ମାମଲା ଚିହ୍ନଟ, ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ୩୯୮୦ ମୃତ୍ୟୁ

କୁମ୍ଭ- ଦାନ ଧର୍ମ ପ୍ରତି ମନ ବଳିବ । ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ଲାଗି ରହିବ । ଆୟ ସଂକୁଚିତ ହେବ । ରାଜନୈତିକ ବ୍ୟକ୍ତି ବିଶେଷ ଜନତାଙ୍କ ଆକ୍ରୋଶର ଶିକାର ହେବେ ।  

ମୀନ- ସାମାନ୍ୟ ଶରୀର ପୀଡା ଦେଖାଦେବ । ଆଜି ଆପଣ ନାନା ସମସ୍ୟାରେ ଜଡିତ ହେବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ । ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖାଦେବ ।