ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ବୁଧବାର
Advertisement
Article Detail0/zeeodisha/odisha1033777

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ବୁଧବାର

Horoscope of November 24: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହି ବୁଧବାର...

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ବୁଧବାର

Horoscope of November 24: ମେଷ- ଶରୀର ଆରୋଗ୍ୟ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ପ୍ରତିଯୋଗିତା ମନୋଭାବ ନେଇ କାର୍ଯ୍ୟ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସଂପାଦନ କରିବେ । ଆୟ ଉତ୍ତମ ହେବ । ପାରିବାରିକ ସୁଖଶାନ୍ତି ଲାଭ କରିବେ ।

ବୃଷ- ସ୍ୱାସ୍ଥ୍ୟ ସଚେତନ ହେବେ । ବନ୍ଧୁବାନ୍ଧବଙ୍କ ଗହଣରେ ଦିନ କାଟିବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ଅର୍ଥ ଓ ସମ୍ମାନ ମିଳିବ । ସାମାଜିକ ପ୍ରତିଷ୍ଠା ଅକ୍ଷୂର୍ଣ୍ଣ ରହିବ ।

ମିଥୁନ- ହସ ଖୁସିରେ ଦିନ ଅତିବାହିତ କରିବେ । ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ । ବ୍ୟବସାୟରେ ଅଗ୍ରଗତି ହେବ । ଦୂରଯାତ୍ରା ସଫଳ ହେବ ।

କର୍କଟ- ମୁଣ୍ଡବିନ୍ଧା, ଉଦର ପୀଡା ଭଳି ଅସୁସ୍ଥତା ଦେଖାଦେବ । କୌଣସି ବି କାର୍ଯ୍ୟ ଠିକ୍ ଭାବେ ତୁଳାଇପାରିବେ ନାହିଁ । ଧାର କରଜ କରିପାରନ୍ତି ।

ସିଂହ- ଦୃଢମନା ହେବେ । କର୍ମ କ୍ଷେତ୍ରରେ ଉପରିସ୍ତ ଅଧିକାରୀଙ୍କ ପ୍ରଶଂସା ପାଇବେ । ଋଣ ପରିଶୋଧ କରି ଆତ୍ମଶାନ୍ତି ପାଇବେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟକ ଅଟେ ।

କନ୍ୟା- କାର୍ଯ୍ୟାଳୟରେ କାର୍ଯ୍ୟଭାର ବୃଦ୍ଧି ପାଇବ । ବାଦ ବିବାଦ ଦେଖାଦେବ । ଶତ୍ରୁ ବୃଦ୍ଧି ପାଇବେ । ଖର୍ଚ୍ଚାନ୍ତ ହେବେ । ବ୍ୟବସାୟ ସ୍ୱଳ୍ପ ଲାଭଯୁକ୍ତ ହେବ । ଦେହ ଅସୁସ୍ଥ ରହିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । ସନ୍ତାନଙ୍କ କାର୍ଯ୍ୟ କଳାପକୁ ନେଇ ଚିନ୍ତିତ ରହିବେ ।

ତୁଳା- ଦୃଢମନୋବଳ ଯୋଗୁଁ ପ୍ରତିଟି କାର୍ଯ୍ୟରେ ସଫଳ ହେବେ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସଂପାଦନ କରିବେ । ଆୟ ଉତ୍ତମ ହେବ । ପାରିବାରିକ ସୁଖଶାନ୍ତି ଲାଭ କରିବେ ।

ବିଛା- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଉତ୍ସାହ ପୂର୍ବକ ସମସ୍ତ କାର୍ଯ୍ୟ ଦାୟିତ୍ୱର ସହ ତୁଳାଇବେ । ଉପରିସ୍ତ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ । ବ୍ୟବସାୟ ଲାଭପ୍ରଦ ହେବ । ଆଇନ ଅଦାଲତର କାର୍ଯ୍ୟ ସଫଳ ହେବ । ଆୟ ବୃଦ୍ଧି ପାଇବ ।

ଧନୁ- ଉତ୍ତମ ଆୟ ଯୋଗ ରହୁଛି । ମନ ପ୍ରଫୁଲ୍ଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ସୁସମ୍ବାଦ ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନ ସୁଖ ବୋଧ ହେବ ।

ମକର- ମନ ପ୍ରସନ୍ନ ରହିବ । ପ୍ରିୟଜନଙ୍କ ଠାରୁ ଶୁଭ ଖବର ମିଳିବ । ଲିଖନ ପଠନରେ ଅଧିକାଂଶ ସମୟ ବିତିବ । ଅନ୍ୟକୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ ।

କୁମ୍ଭ- କର୍ତ୍ତବ୍ୟ ନିଷ୍ଠ ହେବେ । ଆୟ ଅବ୍ୟାହତ ରହିବ । ନୂତନ ଦ୍ରବ୍ୟ ଲାଭ ଯୋଗ ରହିଛି । ଉଚ୍ଚ ଆସା ସଫଳ ହେବ । ପାରିବାରିକ ଜୀବନ ଭୋଗବିଳାସରେ କଟିବ ।

ମୀନ- ମନ ପ୍ରସନ୍ନ ରହିବ । ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ । ବ୍ୟବସାୟରେ ଅଗ୍ରଗତି ହେବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ ।

ଏହା ବି ପଢ଼ନ୍ତୁ:-ଟେଷ୍ଟ ସିରିଜ ପୂର୍ବରୁ ଦ୍ରାବିଡଙ୍କ 'ମାଷ୍ଟର ଷ୍ଟ୍ରୋକ', ଓପନରଙ୍କୁ ବନେଇଲେ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍!

ଏହା ବି ପଢ଼ନ୍ତୁ:-ଅଣ୍ଡା ତରକାରୀ ନ ଖୁଆଇବାରୁ ମାତୃହନ୍ତା ହେଲା ପୁଅ

ଏହା ବି ପଢ଼ନ୍ତୁ:-ରାଜ୍ୟର ଶିକ୍ଷାନୁଷ୍ଠାନରେ ପଶିଲା କୋରୋନା, ଶତାଧିକ ଛାତ୍ରଛାତ୍ରୀ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ପରବର୍ତ୍ତୀ ସମୟରେ ମିଳିବନି LPG ଗ୍ୟାସ୍ ସିଲିଣ୍ଡର ଯଦି କରିବେନି ଏହି କାମ, ପଢ଼ନ୍ତୁ ପୂରା ଖବର

ଏହା ବି ପଢ଼ନ୍ତୁ:-ସକାଳୁ ଉଠି ପ୍ରଥମେ ଆଇନା ଦେଖୁଛନ୍ତି କି? ଜାଣନ୍ତୁ କ'ଣ କହୁଛି ବାସ୍ତୁ

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍