#INDvsAUS: ବଞ୍ଚିଲା ସମ୍ମାନ, ୧୩ ରନରେ ଜିତିଲା ଭାରତ
Advertisement

#INDvsAUS: ବଞ୍ଚିଲା ସମ୍ମାନ, ୧୩ ରନରେ ଜିତିଲା ଭାରତ

ବିରାଟ କୋହଲି (Virat Kohli) ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୦୨ ରନ୍ ସଂଗ୍ରହ କରିଥିଲା। ୩୦୩ ରନର ଲକ୍ଷ୍ୟକୁ ପିଛା କରି ଘରୋଇ ଅଷ୍ଟ୍ରେଲିଆ (Australia) ଦଳ ୪୯.୩ ଓଭରରେ...

୧୩ ରନରେ ଜିତିଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଟିମ୍ ଇଣ୍ଡିଆ ୧୨ ରନରେ ଚମତ୍କାର ବିଜୟ ବିଜୟ ହାସଲ କରିଛି। ପୂର୍ବରୁ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୧ରେ ଅଷ୍ଟ୍ରେଲିଆ ଜିତିଥିଲା। ତେବେ ଶେଷ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଓ ଷ୍ଟିଭ୍ ସ୍ମିଥଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍ ପ୍ରଦାନ କରାଯାଇଛି।

ମଙ୍ଗଳବାର ଓଭାଲ ଗ୍ରାଉଣ୍ଡରେ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ (India vs Australia 3rd ODI) ଖେଳାଯାଇଛି। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲି (Virat Kohli) ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୦୨ ରନ୍ ସଂଗ୍ରହ କରିଥିଲା। ୩୦୩ ରନର ଲକ୍ଷ୍ୟକୁ ପିଛା କରି ଘରୋଇ ଅଷ୍ଟ୍ରେଲିଆ (Australia) ଦଳ ୪୯.୩ ଓଭରରେ ୨୮୯ ରନ୍ କରି ଅଲ ଆଉଟ ହୋଇଥିଲା।

Also Read: #INDvsAUS: ଧୋକାବାଜି କରି ଜିତିଛି ଅଷ୍ଟ୍ରେଲିଆ !

ଭାରତୀୟ ଦଳ (Team India) ପକ୍ଷରୁ ଶିଖର ଧାୱନ ୧୬, ଶୁବମାନ ଗିଲ ୩୩, ବିରାଟ କୋହଲି ୬୩, ଶ୍ରେୟସ ଆୟର ୧୯, ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଅପରାଜିତ ୯୨ ଓ ରବିନ୍ଦ୍ର ଜାଡେଜା ୬୬ ରନ କରିଥିଲେ। ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜା (Ravindra Jadeja) ଙ୍କ ଚମତ୍କାର ଇନିଂସ ଯୋଗୁଁ ଭାରତ ୩୦୨ ସ୍କୋରରେ ପହଞ୍ଚିଛି। ବିରାଟ ତାଙ୍କ ଇନିଂସ ସମୟରେ ୫ଟି ଚୌକା ମାରିଥିଲେ। ସେହିପରି ପାଣ୍ଡ୍ୟା ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଏଥି ସହିତ ଜାଡେଜା ୫ ଚୌକା ଓ ତିନୋଟି ଛକା ମାରିଛନ୍ତି।

ସେପଟେ କଙ୍ଗାରୁ ଟିମର ଅଧିନାୟକ ଆରୋନ ଫିଞ୍ଚ ୮୨ ବଲରୁ ୭୫ ରନ୍ ସଂଗ୍ରହ କରିଥିଲେ। ଏହି ଇନିଂସରେ ସେ ୭ଟି ଚୌକା ଓ ୩ଟି ଛକା ମାରିଥିଲେ। ଏଥି ସହିତ, ଗ୍ଲେନ ମ୍ୟାକ୍ସୱେଲ ୩ଟି ଚୌକା ଓ ୪ଟି ଛକା ସହାୟତାରେ ୩୮ ବଲରେ ୫୯ ରନ ସ୍କୋର କରିଥିଲେ। ଫିଞ୍ଚ ଓ ମ୍ୟାକ୍ସୱେଲଙ୍କ ଦମଦାର ଅର୍ଦ୍ଧଶତକ ସତ୍ତ୍ୱେ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଜିତିପାରି ନାହିଁ। ସେମାନେ କ୍ରିଜରେ ଥିଲାବେଳେ ଲାଗୁଥିଲା ଯେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଜିତିବ। କିନ୍ତୁ ଆଉଟ୍ ହେବା ମାତ୍ରେ ଲଗାତାର ୱିକେଟ୍ ଖସିବା ଆରମ୍ଭ ହୋଇଥିଲା। ଫଳରେ ଭାରତୀୟ ଦଳ ତୃତୀୟ ଦିନିକିଆରେ ଚମତ୍କାର ବିଜୟ ହାସଲ କରିଥିଲା।

Also Read: #INDvsAUS : ତୃତୀୟ ଦିନିକିଆରେ ବଦଳିବେ ୨ ଖେଳାଳି

ଦ୍ୱିତୀୟ ଇନିଂସରେ ଶାର୍ଦ୍ଦୁଲ ଠାକୁର ୩, ବୁମରା ଏବଂ ଟି ନାଟାରାଜନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ କୁଲଦୀପ ଯାଦବ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଗୋଟିଏ ଗୋଟିଏ ସଫଳତା ମିଳିଛି। ଟି ନାଟାରାଜନ ତାଙ୍କ ଡେବ୍ୟୁ ମ୍ୟାଚରେ ଚମତ୍କାର ବୋଲିଂ କରିଥିଲେ। ନିଜ କୋଟାର ୧୦ ଓଭରରେ ସେ ଗୋଟିଏ ମିଡେନ ସହ ୨ଟି ୱିକେଟ୍ ନେଇଥିବା ବେଳେ ୭୦ ରନ ଦେଇଛନ୍ତି।