• ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୧ ଲକ୍ଷ ୨୧ ହଜାର ୩୧୧ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪ ହଜାର ୨ଜଣଙ୍କ ଜୀବନ
  • ଦିନକରେ ନୂଆ ୮୪ ହଜାର ୩୩୨ ନୂଆ ପଜିଟିଭ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୭ ଜଣଙ୍କ ଜୀବନ ନେଲା କିଲର କୋରୋନା
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୫୨ ପଜିଟିଭ ଚିହ୍ନଟ
  • UG/PG ପରୀକ୍ଷା ହେବ, ପୁଣି ୧୮ରେ ବୈଠକ
  • ଆଜି ଅତିପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି
  • ଦିଲ୍ଲୀ ଲାଜପତ ନଗର କପଡା ସୋରୁମରେ ଅଗ୍ନିକାଣ୍ଡ, ୧୬ ଦମକଳ ନିୟୋଜିତ
  • ଇସ୍ତଫା ଦେଲେ ତେଲେଙ୍ଗାନା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଇ. ରାଜେନ୍ଦ୍ର
  • କୃଷକ ଆନ୍ଦୋଳନ: ୨୬ରେ ରାଜଭବନ ଘେରାଓ

ଡିସେମ୍ବର ୧୪ରୁ ବାରବାଟିରେ OCL T-20

OCLକୁ ପରୀକ୍ଷା ମୂଳକ ଭାବେ ଆୟୋଜନ କରିବାକୁ OCA ପ୍ଲାନିଂ କରିଛି। OCL ମାଧ୍ୟମରେ ୧୬୮ କ୍ରିକେଟରଙ୍କୁ ଚୟନ କରାଯିବ।

ଡିସେମ୍ବର ୧୪ରୁ ବାରବାଟିରେ OCL T-20
ଡିଜାଇନ ଫଟୋ

କଟକ: ଓଡିଆ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଡିସେମ୍ବର ୧୪ରୁ ଆରମ୍ଭ ହେବାକୁ ଯାଉଛି ଓଡିଶା କ୍ରିକେଟ୍ ଲିଗ୍  (OCL T-20) ଟୁର୍ଣ୍ଣାମେଣ୍ଟ। ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ପରେ ଓଡିଶା କ୍ରିକେଟ୍ ଆସୋସିଏସନ୍ (OCA) ଏନେଇ ଘୋଷଣା କରିଛି।

TCM Sports Pvt. Ltdର ସହଯୋଗିତାରେ OCL T-20 ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ। ତେବେ BCCI ଦ୍ୱାରା ପରିଚାଳିତ ସୟଦ ମୁସ୍ତାକ୍ ଅଲି ଟ୍ରଫି  (Syed Mustaque Ali Trophy) ରେ ଅଂଶଗ୍ରହଣ ପାଇଁ  OCLକୁ ପରୀକ୍ଷା ମୂଳକ ଭାବେ ଆୟୋଜନ କରିବାକୁ OCA ପ୍ଲାନିଂ କରିଛି। OCL ମାଧ୍ୟମରେ ୧୬୮ କ୍ରିକେଟରଙ୍କୁ ଚୟନ କରାଯିବ। ଯେଉଁମାନେ Vision 2024 Intra Club Tournament ଏବଂ BCCI ଦ୍ୱାରା ଆୟଜିତ ହେବାକୁ ଥିବା ଅନ୍ୟାନ୍ୟ ଘରୋଇ ମ୍ୟାଚ ଖେଳିପାରିବେ।

Also Read: ରାଜ୍ୟର ଏହି ସ୍ଥାନରେ ହେବ କୋରୋନା ଟିକାକରଣ

ଚଳିତ ଡିସେମ୍ବର ୧୪ରୁ ବାରବାଟି ଷ୍ଟାଡିୟମ (Barabati Stadium) ରେ ଫ୍ଲୋଡ ଲାଇଟରେ OCL T-20 ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ। ଏଥିରେ ରାଜ୍ୟର ସର୍ବୋତ୍ତମ ୮୪ ଖେଳାଳିଙ୍କୁ ନେଇ ୬ ଟିମରେ ବିଭକ୍ତ କରାଯିବ। ତେବେ ଡିସେମ୍ବର ୫ ତାରିଖରୁ ହିଁ ଟାଇଲ ମ୍ୟାଚ ଆରମ୍ଭ ହେବ। ସମସ୍ତ ମ୍ୟାଚ୍ OTT ପ୍ଲାଟଫର୍ମ FANCODE ମାଧ୍ୟମରେ ଲାଇଭ୍ ଷ୍ଟ୍ରିମିଂ ହେବ ବୋଲି OCA  କହିଛି।

ଜୈବ ସୁରକ୍ଷା ମଧ୍ୟରେ OCL T-20 ଟୁର୍ଣ୍ଣାମେଣ୍ଟ ଖେଳାଯିବ। କୋଭିଡ ନିୟମ ପାଳନ ସହ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ଗୁରୁତ୍ୱ ଦିଆଯିବ। ICC ବିଶ୍ୱକପ, IPL, ISL ଓ ଖେଲୋ ଇଣ୍ଡିଆ ପରି ବଡ  ବଡ ଇଭେଣ୍ଡକୁ TCM ଆୟୋଜନ କରିଛି। ଏହା ବ୍ୟତୀତ ଏକାଧିକ ରାଜ୍ୟରେ ସଫଳତାର ସହ T-20 ଟୁର୍ଣ୍ଣାମେଣ୍ଟ ବି କରାଇଥିବା ନଜିର ରହିଛି। ତେବେ OCL T-20 ମାଧ୍ୟରେ ରାଜ୍ୟର ଅନେକ କ୍ରିକେଟର ସେମାନଙ୍କ ପ୍ରତିଭାକୁ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ବିଶ୍ୱାସ କରାଯାଉଛି।