Odisha Election 2024: ନରସିଂହ ଭଦ୍ରାଙ୍କୁ ଆକ୍ରମଣ, ବୁଥରୁ ଛିଣ୍ଡାଇ ନେଲେ ସୁନାଚେନ୍‍
Advertisement
Article Detail0/zeeodisha/odisha2246702

Odisha Election 2024: ନରସିଂହ ଭଦ୍ରାଙ୍କୁ ଆକ୍ରମଣ, ବୁଥରୁ ଛିଣ୍ଡାଇ ନେଲେ ସୁନାଚେନ୍‍

Odisha Election 2024: (ଭୁବନେଶ୍ୱର)  ଝରିଗାଁର ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭଦ୍ରାଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଛି। ଏନେଇ ଖୋଦ୍‍ ବିଧାୟକ ପ୍ରାର୍ଥୀ ଅଭିଯୋଗ କରିଛନ୍ତି। ଥାନାରେ ସେ କହିଛନ୍ତି ଯେ ଏଥିରେ ବିଜେଡିର ସମ୍ପୃକ୍ତି ରହିଛି। କିନ୍ତୁ କେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରାଯାଇ ନାହିଁ। ଏ ବାବଦରେ ପୁଲିସ ତଦନ୍ତ କରୁଛି।  

 

Odisha Election 2024: ନରସିଂହ ଭଦ୍ରାଙ୍କୁ ଆକ୍ରମଣ, ବୁଥରୁ ଛିଣ୍ଡାଇ ନେଲେ ସୁନାଚେନ୍‍

Odisha Election 2024: (ଭୁବନେଶ୍ୱର)  ଝରିଗାଁର ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭଦ୍ରାଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଛି। ଏନେଇ ଖୋଦ୍‍ ବିଧାୟକ ପ୍ରାର୍ଥୀ ଅଭିଯୋଗ କରିଛନ୍ତି। ଥାନାରେ ସେ କହିଛନ୍ତି ଯେ ଏଥିରେ ବିଜେଡିର ସମ୍ପୃକ୍ତି ରହିଛି। କିନ୍ତୁ କେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରାଯାଇ ନାହିଁ। ଏ ବାବଦରେ ପୁଲିସ ତଦନ୍ତ କରୁଛି।  ଦେଉଳଗାଁ ବୁଥ ନମ୍ବର ୨୦୪ରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ଦିନ ପ୍ରାୟ ୧ଟା ୪୫ ମିନିଟ ସମୟରେ ବୁଥରେ ଅନିୟମିତତା ଅଭିଯୋଗ ପାଇବା ପରେ ସେ ଯାଇଥିଲେ ସେ ବୁଥକୁ। ଏହି ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କୁ କିଏ ଅଧିକାର ଦେଇଛି ଏଠାକୁ ଆସିବାକୁ ବୋଲି କହି ଠେଲା ପେଲା ଓ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତାଙ୍କ ପରିଚୟପତ୍ର ଓ ସୁନା ଚେନ୍‍ କେହି ଦୁର୍ବୃତ୍ତ ଛିଣ୍ଡାଇ ନେଇଥିବା ସେ ଅଭିଯୋଗ କରିଛନ୍ତି। କିନ୍ତୁ କୌଣସି ନିର୍ଦ୍ଦିଷତ୍ଟ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରାଯାଇ ନାହିଁ।

 

ALSO READ: Odisha Election 2024: ୪ ପ୍ରିଜାଇଡିଂ ଅଫିସର, ୧ ପୁଲିଂ ଅଧିକାରୀ ନିଲମ୍ବିତ, ୨ ହେବେ ଗିରଫ