ରାଜନୈତିକ ମୈଦାନର ଅପରାଜିତ ଯୋଦ୍ଧା ନନ୍ଦନୀ ଶତପଥୀ
Advertisement

ରାଜନୈତିକ ମୈଦାନର ଅପରାଜିତ ଯୋଦ୍ଧା ନନ୍ଦନୀ ଶତପଥୀ

ନନ୍ଦିନୀ ଶତପଥୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅତି ଘନିଷ୍ଠ ଥିଲେ । ୧୯୭୨ ରୁ ୭୩ ଓ ୧୯୭୪-୭୬ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ ।

 

ନନ୍ଦିନୀ ଶତପଥୀ (ଫାଇଲ ଫଟୋ)

ଭୁବନେଶ୍ଵର: ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ୯ ଜୁନ ୧୯୩୧ ଦିନରେ ଜନ୍ମଗ୍ରହଣ କରିଥିଲେ । ସାରା ରାଜ୍ୟ ଆଜି ତାଙ୍କର ୯୦ ତମ ଜନ୍ମ ବାର୍ଷିକ ପାଳନ କରୁଛି । ନନ୍ଦିନୀ ଶତପଥୀ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଜଣେ ଲେଖିକା ଥିଲେ । ସେ ଓଡ଼ିଶାର ଲୌହମାନବୀ ରୂପେ ସୁପରିଚିତ । ସେ ରାଜ୍ୟରେ ଦୁଇଥର ମୁଖ୍ୟମନ୍ତ୍ରୀ ଭାବେ ନିଜ ଦାୟିତ୍ୱ ସମ୍ପର୍ଣ୍ଣ କରିଥିଲେ । ୧୯୭୨ ରୁ ୧୯୭୩ ଓ ୧୯୭୪ରୁ ୧୯୭୬ ମସିହାରେ ସେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ଜନ୍ମ ବାର୍ଷିକରେ ଟ୍ୱିଟ କରି ତାଙ୍କ ଜନ୍ମ ବାର୍ଷିକରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । 

ନନ୍ଦିନୀ ଶତପଥୀ ୧୯୩୧ ମସିହା କଟକ ଜିଲ୍ଲା ପିଠାପୁର ଗ୍ରାମରେ ଏକ ବିପ୍ଲବୀ ପରିବାରରେ ତାଙ୍କ ଜନ୍ମ ଗ୍ରହଣ କରିଥିଲେ । ସେ ପଦ୍ମଭୂଷଣ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ଜ୍ୟେଷ୍ଠା କନ୍ୟା ଥିଲେ । ଓଡ଼ିଶାରେ ସାମ୍ୟବାଦୀ ଆନ୍ଦୋଳନର ପ୍ରବର୍ତକ ଭଗବତୀ ପାଣିଗ୍ରାହୀଙ୍କର ସେ ଝିଆରୀ ଓ ସ୍ୱାଧୀନତା ସଂଗ୍ରାମୀ ସ୍ୱପ୍ନେଶ୍ୱର ପାଣିଗ୍ରାହୀଙ୍କ ନାତୁଣୀ ଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆରେ ସ୍ନାତକୋତ୍ତର ହାସଲ କରିଥିଲେ । ମହାବିଦ୍ୟାଳୟ ଜୀବନରେ ୧୯୫୧ ମସିହାରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇ ସେ କାରାବରଣ କରିଥିଲେ ।

ନନ୍ଦିନୀ ଦେବୀ ୧୯୪୬ ମସିହାରେ ମହାବିଦ୍ୟାଳୟ କୋଠା ଉପରୁ ୟୁନିୟନ ଜ୍ୟାକ‌‌ ପତାକା ଓହ୍ଲାଇ ନିଜ ସାହସିକତାର ପରିଚୟ ଦେଇଥିଲେ । ନନ୍ଦିନୀ ଦେବୀ ଗର୍ଭବତୀ ଥିବା ସମୟରେ ୧୯୫୧ ଛାତ୍ର ଆନ୍ଦୋଳନରେ ନେତୃତ୍ୱ ନେଇ ପୁଲିସ ଲାଠି ମାଡ଼ର ଶିକାର ହୋଇଥିଲେ । ପ୍ରଥମେ ୧୯୬୨ ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ଉପମନ୍ତ୍ରୀ ହୋଇଥିଲେ । 

ଅଧିକ ପଢ଼ନ୍ତୁ: ଭ୍ୟାକ୍ସିନେସନ୍ ସାର୍ଟିଫିକେଟରେ ତ୍ରୁଟି ଥିଲେ ନିଜ ତରଫରୁ କରିପାରିବେ ସଂଶୋଧନ, ଜାଣନ୍ତୁ ପ୍ରୋସେସ୍

ନନ୍ଦିନୀ ଶତପଥୀଙ୍କ ପାରିବାରିକ ଜୀବନ
କଟକର ଝିଅ ନନ୍ଦିନୀ ଦେବୀ ତାଙ୍କ ବିପ୍ଳବୀ ଜୀବନର ବନ୍ଧୁ ଦେବେନ୍ଦ୍ର ଶତପଥୀଙ୍କୁ ବିବାହ କରିଥିଲେ । ଦେବେନ୍ଦ୍ର ଢ଼େଙ୍କାନାଳରୁ ଲୋକ ସଭା ସାଂସଦ ଭାବେ ଦୁଇ ଥର ନିର୍ବାଚିତ ହୋଇଥିଲେ । ତାଙ୍କର ଦୁଇପୁଅ ଥିଲା ବଡ଼ପୁଅଙ୍କ ନାମ ନଚିକେତା ଶତପଥୀ ଓ ସାନପୁଅଙ୍କ ନାମ ତଥାଗତ ଶତପଥୀ ।

ଅଧିକ ପଢ଼ନ୍ତୁ: ଦେଶର କୃଷକମାନଙ୍କୁ ମୋଦୀ ସରକାରଙ୍କ ଉପହାର, ଖରିଫ ଫସଲ ଉପରେ ବଢ଼ିଲା MSP

ନନ୍ଦିନୀ ଶତପଥୀଙ୍କ ରାଜନୈତିକ ଜୀବନ
୧୯୬୮ରେ ସେ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ନନ୍ଦିନୀ ଦେବୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅତି ଘନିଷ୍ଠ ଥିଲେ । ୧୯୭୨ରୁ ୭୩ ଓ ୧୯୭୪-୭୬ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ଏହାପରେ ୧୯୭୭ ରୁ ୮୦ ପ୍ରର୍ଯ୍ୟନ୍ତ ସେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ପ୍ରାର୍ଥୀ ରୂପେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଉତ୍କଳ ପ୍ରେଦଶ କଂଗ୍ରେସ ଦଳରେ ସେ କିଛି ଦିନ କାର୍ଯ୍ୟରତ ଥିଲେ । ପୁଣି କଂଗ୍ରେସରେ ଯୋଗ ଦେଇ ୧୯୮୦-୮୫, ୧୯୮୫-୯୦ ଓ ୧୯୯୦-୯୫ ପର୍ଯ୍ୟନ୍ତ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯ ଓ ୧୯୯୫ ମସିହାରେ ସେ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ଥିଲେ ।