Love Horoscope 14 July 2024: ଆଜି ରୋମାଣ୍ଟିକ୍ ଡେଟରେ ଯିବେ ଏହିସବୁ ରାଶିର ଲୋକେ!
Advertisement
Article Detail0/zeeodisha/odisha2335383

Love Horoscope 14 July 2024: ଆଜି ରୋମାଣ୍ଟିକ୍ ଡେଟରେ ଯିବେ ଏହିସବୁ ରାଶିର ଲୋକେ!

Love Horoscope 14 July 2024: ବୈଦିକ ଜ୍ୟୋତିଶ ଷାସ୍ତ୍ରରେ ମୋଟ୍ ୧୨ଟି ରାଶି ରହିଛି । ଗ୍ରହ ଓ ନକ୍ଷତ୍ର ଗୁଡିକର ଚଳନ ମନୁଷ୍ୟ ଜୀବନ ଉପରେ ପ୍ରଭାବ ପକାଇ ଥାଏ।  ଯାହା ଜୀବନରେ ପ୍ରେମ ଓ ସୁଖ ସମୃଦ୍ଧି ବୃଦ୍ଧି କରିବାରେ ସହାୟକ ହୁଏ। ତେବେ, ଆସନ୍ତୁ ଜାଣିବା ଆଜିର ଦିନଟି ପ୍ରେମୀ ଯୁଗଳ ଓ  ପ୍ରେମୀମାନଙ୍କ ପାଇଁ କିଭଳି ରହିବ। କେଉଁ କେଉଁ ରାଶିରୁ ସତର୍କ ରହିବାକୁ ପଡିବ ଆଉ କେଉଁ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ରୋମାଣ୍ଟିକ୍ ରହିବ।...

 

 Love Horoscope 14 July 2024: ଆଜି ରୋମାଣ୍ଟିକ୍ ଡେଟରେ ଯିବେ ଏହିସବୁ ରାଶିର ଲୋକେ!

ମେଷ: ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଉଁ ଦିନଟି ଭଲରେ କଟିବ। ନିଜ ସାଥୀଙ୍କ ସହ ଏକ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।  ସନ୍ଧ୍ୟା ସମୟରେ କୌଣସି ଏକ ପାର୍ଟିକୁ ନିଜ ସାଥୀଙ୍କ ସହ ଯାଇପାରନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଆଜିର ଦିନଟି ମଉଜ ମଜଲିସ୍ ରେ କଟିବ। 

ବୃଷ: ଆଜି ଏହି ରାଶିର ବ୍ୟକ୍ତିଙ୍କୁ କେହି ପ୍ରେମ ନିବେଦନ କରିପାରନ୍ତି। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି।  ସେମାନେ ନିଜ ଦାୟିତ୍ୱକୁ ଭଲ ଭାବରେ ନିଭାନ୍ତୁ।  ଆପଣ ପ୍ରେମ ଜୀବନକୁ ଅଣଦେଖା କରନ୍ତୁ ନାହିଁ।  ସାଥୀଙ୍କ ସହିତ ସମୟ ବିତାନ୍ତୁ। ଏହା ଆପଣଙ୍କ ପ୍ରେମ ସମ୍ପର୍କକୁ ଆହୁରି ମଜବୁତ କରିବ।

ମିଥୁନ:  ଏହି ରାଶିର ଲୋକଙ୍କ ପ୍ରେମ ଜୀବନ ଆଜି ବେଶ୍ ରୋମାଣ୍ଟିକ ରହିବ। ସାଥୀଙ୍କ ସହ ଡେଟ୍ ରେ ଯାଇପାରନ୍ତି। ନିଜ ପ୍ରେମିକାଙ୍କ ତରଫରୁ କୌଣସି ପ୍ରକାର ଦାମୀ ଉପହାର ପାଇପାରନ୍ତି। ଏବଂ ପିଲାଦିନର ବନ୍ଧୁଙ୍କ ସହ ଦେଖା ହୋଇପାରେ। 

Also Read: Career Horoscope Today: ଆଜି ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ, ସିଦ୍ଧି ଯୋଗ ପ୍ରଭାବରୁ ବ୍ୟବସାୟରେ ମିଳିବ ଦ୍ବିଗୁଣିତ ଲାଭ ସାଙ୍ଗକୁ...

କର୍କଟ : ଆଜି ଆପଣଙ୍କ ସମ୍ପୁର୍ଣ୍ଣ ଧ୍ୟାନ ଆପଣଙ୍କ ପରିବାର ସଦସ୍ୟଙ୍କ ଉପରେ ରହିବ। କାହିଁକିନା ପରିବାରରେ କାହାର ସ୍ବାସ୍ଥ୍ୟବସ୍ଥା ବିଗିଡିପାରେ। ପ୍ରେମୀମାନଙ୍କ ପାଇଁ ଦିନଟି ଖାସ୍ ରହିବ ନାହିଁ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ । ତେଣୁ ଯଥା ସମ୍ଭବ ଚୁପ୍ ରହିବା ଭଲ। 

ସିଂହ: ଆଜି ଆପଣଙ୍କ ଭାବନା ସହ ନିଜ ପାର୍ଟନର୍ ଖେଳିପାରନ୍ତି। ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ପୂର୍ବତନ ସାଥୀଙ୍କ କଥା ମନେ ପଡି଼ବ। ଯାହାକୁ ନେଇ ଆପଣ ଆଜି ଚାପରେ ରହିବ। ଭାବପ୍ରବଣ ହୋଇ ଆପଣ ତାଙ୍କୁ କଲ୍ କିମ୍ବା ମେସେଜ୍ କରିପାରନ୍ତି। ଯଦି ଆପଣଙ୍କୁ କେହି ପ୍ରେମ କରୁଛନ୍ତି । ତାଙ୍କୁ ଅଣଦେଖା କରନ୍ତୁ ନାହିଁ। 

କନ୍ୟା:  ନିଜ ପାର୍ଟନରଙ୍କୁ ଅଣଦେଖା କରନ୍ତୁ ନାହିଁ । ସାଥୀଙ୍କ ସହ ସମୟ ବିତାନ୍ତୁ କଥା ହୁଅନ୍ତୁ । ପ୍ରେମ ସମ୍ପର୍କକୁ ଅଣଦେଖା କରୁଥିବାରୁ ଆପଣଙ୍କର ବ୍ରେକ୍ -ଅଫ ବି ହୋଇପାରେ। ଯଦି ଆପଣ କାହାକୁ ଏତ ତରଫା ପ୍ରେମ କରୁଛନ୍ତି । ତେବେ, ତାଙ୍କୁ ଆଜି ପ୍ରେମ ନିବେଦନ କରିବା ପାଇଁ ସମୟ ଅନୁକୂଳ ରହିଛି। ଯେଉଁମାନେ ବିବାହିତ ସେମାନେ ନିଜ ସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। 

ତୁଳା: ପ୍ରେମୀମାନଙ୍କ ପାଇଁ ଆଜିର ଦିନଟି ପ୍ରତିକୂଳ ରହିବ । ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ଆପଣଙ୍କ ବାଣୀ ନିଜ ସାଥୀଙ୍କୁ କଷ୍ଟ ଦେଇପାରେ। ତେଣୁ ନିଜ ସାଥୀଙ୍କ ସହ ବାର୍ତ୍ତାଳପ କରୁଥିବା ସମୟରେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ନବ- ବିବାହିତ ଦମ୍ପତ୍ତି ଆଜି ନିଜ ସାଥୀଙ୍କ ଠାରୁ ଉପହାର ପାଇ ପାରନ୍ତି। 

ବିଛା: ନିଜ ସାଥୀଙ୍କୁ ନେଇ ଆଜି ଆପଣ ବହୁତ୍ ସିରିୟସ୍ ରହିବେ। ପ୍ରେମ ସମ୍ପର୍କରେ ଥିବା ଲୋକେ ନିଜ ସାଥୀଙ୍କ ସହ ବିବାହ କରିବେ ନା ନାହିଁ ସେ -ନେଇ ଟେନସନ୍ ରେ ରହିବେ।  ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ନଚେତ୍ ସମସ୍ୟା ଉପୁଜିବ। ଆଗାମୀ କିଛି ଦିନ ପ୍ରେମୀଯୁଗଳଙ୍କ ପାଇଁ ଭଲ ହେବ। 

ଧନୁ: ପ୍ରେମୀମାନଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ ନାହିଁ। ସାଥୀ ଆପଣଙ୍କୁ ଧୋକା ଦେଇପାରନ୍ତି। ତେଣୁ ନିଜ ପାର୍ଟନର ଉପରେ ଅନ୍ଧଭଳି ବିଶ୍ବାସ କରନ୍ତୁ ନାହିଁ। ଯଦି ଆପଣ କାହାକୁ ମନେ ମନେ ଭଲ ପାଉଛନ୍ତି । ତେବେ, ଆଜି ତାଙ୍କୁ ନିଜ ମନକଥା ଖୋଲି କୁହନ୍ତୁ। ସଂନ୍ଧ୍ୟା ସମୟରେ ପାର୍ଟନର ସହ ସାମାନ୍ୟ କଥାକୁ ନେଇ ମନୋମାଳିନ୍ୟ ହୋଇପାରେ। 

ମକର: ଆଜି ଆପଣଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । କେହି ଆପଣଙ୍କୁ ଦାମୀ ଉପହାର ଦେଇ ପ୍ରପୋଜ୍ କରିପାରନ୍ତି । ଯେଉଁ ମାନେ ପ୍ରେମ ସମ୍ପର୍କରେ ଅଛନ୍ତି। ସେମାନେ ନିଜ ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି। 

କୁମ୍ଭ: ଯେଉଁମାନେ ରିଲେସନ-ସିପରେ ଅଛନ୍ତି । ସେମାନେ ଆଜି ସନ୍ଧ୍ୟା ସମୟରେ ନିଜ କ୍ରେସ୍ ସହ ଡେଟ୍ ରେ ଯାଇପାରନ୍ତି। ଏବଂ କ୍ବାଲିଟି ଟାଇମ୍ ବିତାଇବେ। ନିଜ ସାଥୀଙ୍କ ବ୍ୟବହାରକୁ ନେଇ ଅଧିକ ଆପଣ ଚିନ୍ତାରେ ରହିବେ। ଯେଉଁମାନେ ବିବାହିତ ସେମାନଙ୍କ ସମ୍ପର୍କରେ ଝଡ଼ ଉଠିପାରେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଦେଇପାରେ। 

ମୀନ: ଆଜି ମୀନ ରାଶିଙ୍କ ପ୍ରେମ ଜୀବନ ଆଦୈଭଲ ରହିବ ନାହିଁ। ଭୁଲ -ବୁଝାମଣା ହେତୁ ସାଥୀ ସହିତ ଝଗଡା ହେବାର ସମ୍ଭାବନା ରହିଛି।  ଯଦି ଆପଣ ନିଜ ସାଥୀଙ୍କ ସହ ଝଗଡା କରିବାକୁ ଚାହୁଁ ନାହାଁନ୍ତି ।ତେବେ, ଅଯଥା ଯୁକ୍ତିତର୍କରୁ ନିଜକୁ ଦୂରେଇ ରଖନ୍ତୁ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )