ରାସ୍ତା କଡ଼ରେ ଚଣା ବିକ୍ରି କରୁଛନ୍ତି ୫୯୭ ୱିକେଟ୍ ନେଇଥିବା ପାକିସ୍ତାନୀ ପେସର, ଭିଡିଓ ଭାଇରାଲ
Advertisement

ରାସ୍ତା କଡ଼ରେ ଚଣା ବିକ୍ରି କରୁଛନ୍ତି ୫୯୭ ୱିକେଟ୍ ନେଇଥିବା ପାକିସ୍ତାନୀ ପେସର, ଭିଡିଓ ଭାଇରାଲ

ପାକିସ୍ତାନର ଦ୍ରୁତ ବୋଲର ୱାହବ ରିଆଜ ରାସ୍ତାରେ ମଜା କରୁଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ସେ ଚଣା ବିକ୍ରି କରୁଥିବା ଦେଖିବାକୁ ମିଳିଛି । ରିୟାଜଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାଇରାଲ ହେବାରେ ଲାଗିଛି ।

ରାସ୍ତା କଡ଼ରେ ଚଣା ବିକ୍ରି କରୁଛନ୍ତି ୫୯୭ ୱିକେଟ୍ ନେଇଥିବା ପାକିସ୍ତାନୀ ପେସର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ନିକଟରେ ପାକିସ୍ତାନର ଷ୍ଟାର ଫାଷ୍ଟ ବୋଲର ୱାହାବ ରିଆଜ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ତାଙ୍କର ଏହି ଭିଡିଓ କିଛି ମୁହୂର୍ତ୍ତରେ ଭାଇରାଲ ହୋଇଯାଇଛି । ବାସ୍ତବରେ, ଏହି ଭିଡିଓରେ ୱାହାବ ରିଆଜ୍ ରାସ୍ତାରେ ଚଣା ବିକୁଥିବା ଦେଖିବାକୁ ମିଳୁଛି । ରିୟାଜଙ୍କ ଏହି ଭିଡିଓରେ ତାଙ୍କର ପୂର୍ବତନ ସାଥୀ ଅହମ୍ମଦ ଶେହଜାଦ ମଧ୍ୟ ଏକ ମଜାଦାର ମନ୍ତବ୍ୟ ଦେଇଛନ୍ତି । ୩୬ ବର୍ଷୀୟ ରିୟାଜ ପ୍ରାୟ ଦୁଇ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି ।

ୱାହବ ରିଆଜ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ରାସ୍ତା କଡ଼ରେ ଚଣା ବିକ୍ରି କରୁଥିବା ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ରିୟାଜ ଲେଖିଛନ୍ତି, 'ଆପ୍କା ଚଣା' ୱାଲା ଚା-ଚା ' ଅଫ ଦି ଡେ! ଆପଣଙ୍କ ଅର୍ଡର ପଠାନ୍ତୁ 'କ’ଣ ତିଆରି କରିବି ଏବଂ କେତେ ତିଆରି କରିବି?' ଏହି ସ୍ୱତନ୍ତ୍ର ଠେଲା ପାଖରେ କିଛି ସମୟ ଅତିବାହିତ କରିବା ଭଲ ଲାଗିଲା, ମୋର ପିଲାଦିନ ଗୁଡ଼ିକୁ ମନେ ପକାଇ ଦେଲା ।"

ୱାହାବ ରିଆଜଙ୍କ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ ନିଜ ସାଥୀ ଖେଳାଳି ଅହମ୍ମଦ ଶେହଜାଦ ଲେଖିଛନ୍ତି,"ୱାହାବ ଅଙ୍କଲ, ଅଲି ମଧ୍ୟ କିଛି ଚଣା ଚାହୁଁଛି, ଦୟାକରିi" । ପ୍ରଶଂସକମାନେ ୱାହାବଙ୍କ ଏହି ଭିଡିଓ ଉପରେ ତୀବ୍ର ମନ୍ତବ୍ୟ ଦେଉଛନ୍ତି ।

ଏଠାରେ କ୍ଲିକ କରି ଦେଖିପାରିବେ ଭିଡ଼ିଓ

ୱାହବ ରିଆଜଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ, ଏହି ଦ୍ରୁତ ବୋଲର ପାକିସ୍ତାନ ପାଇଁ ୨୭ଟି ଟେଷ୍ଟ, ୯୧ଟି ODI ଏବଂ ୩୬ ଟି-୨୦ ଇଣ୍ଟରନ୍ୟାସନାଲରେ ପ୍ରତିନିଧିତ୍ୱ କରିଛନ୍ତି । ସେ ଟେଷ୍ଟରେ ୮୩ ୱିକେଟ୍, ODI ରେ ୧୨୦ ଏବଂ ଟି-୨୦ ଇଣ୍ଟରନ୍ୟାସନାଲରେ ୩୪ ୱିକେଟ୍ ନେଇଛନ୍ତି । ୱାହବ ରିଆଜ ନିଜ କ୍ୟାରିୟରରେ ୧୦୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି ଏବଂ ODI ରେ ତାଙ୍କ ନାମରେ ତିନିଟି ଅର୍ଦ୍ଧଶତକ ରହିଛି ।

ପାକିସ୍ତାନର ଏହି ବରିଷ୍ଠ ଦ୍ରୁତ ବୋଲର ଗତ ଦୁଇ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି । ନଭେମ୍ବର-ଡିସେମ୍ବର ୨୦୨୦ ରେ ସେ ନିଜର ଶେଷ ODI ଏବଂ T20I ଖେଳିଥିଲେ ଏବଂ ୨୦୧୮ ଠାରୁ ଜାତୀୟ ଦଳ ପାଇଁ କୌଣସି ଟେଷ୍ଟ ମ୍ୟାଚ୍ ଖେଳି ନାହାଁନ୍ତି ।

ଏହା ବି ପଢ଼ନ୍ତୁ: IND vs SA: ODI ଦଳକୁ ପରିବର୍ତ୍ତନ କଲା BCCI, ଏହି ଦୁଇ ଖେଳାଳିଙ୍କୁ ଦେଲା ସୁଯୋଗ

ଏହା ବି ପଢ଼ନ୍ତୁ: କୋହଲିଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ଗୌତମ ଗମ୍ଭୀର