Paracetamol can harm womb: ଗର୍ଭାବସ୍ଥା ସମୟରେ ପାରାସିଟାମଲ ବିପଦ! ଶିଶୁ ଉପରେ ପଡ଼ିପାରେ ମାରାତ୍ମକ ପ୍ରଭାବ
Advertisement

Paracetamol can harm womb: ଗର୍ଭାବସ୍ଥା ସମୟରେ ପାରାସିଟାମଲ ବିପଦ! ଶିଶୁ ଉପରେ ପଡ଼ିପାରେ ମାରାତ୍ମକ ପ୍ରଭାବ

Paracetamol can harm womb: ଡାକ୍ତରୀ ବିଜ୍ଞାନରେ କୁହାଯାଇଛି ଯେ, ଡ଼ାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଇବା ଉଚିତା ନୁହେଁ । ତେବେ ଆମ ଦେଶରେ ଅଧିକାଂଶ ଲୋକେ ଡାକ୍ତରଙ୍କ ବିନା ପରାମର୍ଶରେ  ଔଷଧ ଖାଇଥାଆନ୍ତି । ଏହାଦ୍ବାରା ଆମ ଶରୀରରେ ପ୍ରାକୃତିକ ରୋଗପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପଡ଼ିଥାଏ । ଆଉ ଯେଉଁ ସମୟରେ ଏହି ଔଷଧ ଆବଶ୍ୟକ ପଡ଼ିଥାଏ ସେ ସମୟରେ ଏହା ଶରୀରରେ ସଠିକ ଭାବରେ କାର୍ଯ୍ୟ କରିନଥାଏ ।  

ସୌ(ସୋସିଆଲ ମିଡିଆ)

Paracetamol can harm womb: ଡାକ୍ତରୀ ବିଜ୍ଞାନରେ କୁହାଯାଇଛି ଯେ, ଡ଼ାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଇବା ଉଚିତା ନୁହେଁ । ତେବେ ଆମ ଦେଶରେ ଅଧିକାଂଶ ଲୋକେ ଡାକ୍ତରଙ୍କ ବିନା ପରାମର୍ଶରେ  ଔଷଧ ଖାଇଥାଆନ୍ତି । ତେବେ ଏହି ଲିଷ୍ଟରେ ସବୁଠୁ ପ୍ରଥମେ ନାମ ଆସେ ପାରାସିଟାମୋଲର(Paracetamol) । ସାମାନ୍ୟ ଜ୍ବର , ଥଣ୍ତା ବା ମୁଣ୍ତ ବିନ୍ଧା ହେଲେ ଲୋକେ ସର୍ବୋ ପ୍ରଥମେ ପାରାସିଟାମୋଲର ଖାଇଥାଆନ୍ତି । ଯଦିଓ ସାମାନ୍ୟ ଜ୍ବରରେ ପାରାସିଟାମୋଲର ଆବଶ୍ୟକ ହୋଇନଥାଏ । ଏହାଦ୍ବାରା ଆମ ଶରୀରରେ ପ୍ରାକୃତିକ ରୋଗପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପଡ଼ିଥାଏ । ଆଉ ଯେଉଁ ସମୟରେ ଏହି ଔଷଧ ଆବଶ୍ୟକ ପଡ଼ିଥାଏ ସେ ସମୟରେ ଏହା ଶରୀରରେ ସଠିକ ଭାବରେ କାର୍ଯ୍ୟ କରିନଥାଏ ।  

ଏକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ଗର୍ଭାବସ୍ଥାରେ ପାରାସିଟାମଲର ବ୍ୟବହାର ଗର୍ଭସ୍ଥ ଶିଶୁର ବିକାଶରେ ବାଧା ସୃଷ୍ଟି କରେ। ଏହା ସହ ଭ୍ରୁଣ ଉପରେ କୁପ୍ରଭାବ ପଡିଥାଏ। ଅନେକ ରିସର୍ଚ୍ଚରେ ଏହା ପ୍ରମାଣ ହୋଇଛି ଯେ, ପାରାସିଟାମଲର ବ୍ୟବହାର ହାଇପର ଆକ୍ଟିଭ ଡିସ୍‌ଅର୍ଡର(Hyperactivity Disorder) ଓ ଆଣ୍ଟିଜିମ୍‌ ହେବାର ସମ୍ଭାବନାକୁ ବଢାଇଥାଏ ଓ ଏହାସହ ମନୁଷ୍ୟର ଆଇକ୍ୟୁ(IQ) ହ୍ରାସ ହୋଇଥାଏ। ଅନେକ ଗବେଷଣାର ପରେ ଡେନମାର୍କର ବୈଜ୍ଞାନିକ ମାନେ ମତଦେଇଛନ୍ତି ଯେ, ଗର୍ଭାବସ୍ଥାରେ ପାରାସିଟାମଲ ଖାଇବା ଦ୍ୱାରା ଗର୍ଭସ୍ଥ ଶିଶୁର ବିକାଶ ସଠିକ୍ ଭାବରେ ହୋଇ ପାରିନଥାଏ। ଏହାର ପାର୍ଶ୍ୱ ପ୍ରତିକ୍ରିୟାକୁ ଦେଖି ଏହାକୁ କେବଳ ବିଶେଷ ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ପରେ ହିଁ ବ୍ୟବହାର କରିବା ପାଇଁ ଗର୍ଭବତୀ ମହିଳା ମାନଙ୍କୁ ଗବେଷକମାନେ ଚେତାବନୀ ଦେଇଛନ୍ତି। ଗର୍ଭାବସ୍ଥାରେ ପାରାସିଟାମଲର ବ୍ୟବହାର ଦ୍ୱାରା ଶିଶୁଙ୍କଠାରେ ସ୍ନାୟୁ ଜନିତ(Nerves Disease) ରୋଗ ହେବାର ସମ୍ଭାବନା ଥାଏ।

ଏହାମଧ୍ଯ ପଢନ୍ତୁ-Drinking alcohol: ନିୟମିତ ମଦ ପିଉଛନ୍ତି କି? କମିବ ବୟସ, ଭୋଗିବେ ଏହି ସବୁ ପ୍ରାଣଘାତୀ ରୋଗ

ଏହାମଧ୍ଯ ପଢନ୍ତୁ-Best time for Blood Sugar test: ମଧୁମେହ ରୋଗୀଙ୍କୁ ଦିନରେ ଏତିକି ଥର କରିବାକୁ ହୋଇଥାଏ ସୁଗାର ଲେବଲ ଯାଞ୍ଚ, ଜାଣି ରଖନ୍ତୁ ସଠିକ୍ ସମୟ

ଏହାମଧ୍ଯ ପଢନ୍ତୁ-Milk Side Effects: ରାତିରେ କ୍ଷୀର ପିଉଛନ୍ତି କି? ତାହାଲେ ଭୋଗିପାରନ୍ତି ଏହି ସମସ୍ୟା

ଏହାମଧ୍ଯ ପଢନ୍ତୁ-Health Alert: ଅଧିକ ମିଠା ଖାଉଥିଲେ ହୋଇଯାଆନ୍ତୁ ସାବଧାନ! ହୋଇପାରେ ହୃଦରୋଗ

ୟୁନିଭର୍ସିଟି ଅଫ କୋପେନହେଗେନ୍‌ର ଡାକ୍ତର କେବିନ କ୍ରିଷ୍ଟେନ୍‌ସନ୍‌ଙ୍କ ନେତୃତ୍ୱରେ ମଣିଷ ଓ ପଶୁଙ୍କ ଉପରେ ପାରାସିଟାମଲର ପ୍ରଭାବକୁ ନେଇ ଏକ ଗବେଷଣା କରାଯାଇଥିଲା। ସେମାନେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ଗର୍ଭାବସ୍ଥାରେ ପାରାସିଟାମଲର ବ୍ୟବହାର ପେଟରେ ଥିବା ଶିଶୁର ମାନସିକ ବିକାଶରେ ବାଧା ସୃଷ୍ଟି କରେ ଓ ଜନ୍ମ ପରେ ଶିଶୁର ଶିଖିବାର କ୍ଷମତାକୁ ହ୍ରାସ କରାଇଥାଏ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ZEE ODISHA NEWS ନିଜସ୍ୱ ମତ ନୁହେଁ। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।