Advertisement
Photo Details/zeeodisha/odisha2392983
photoDetails0hindi

Career Horoscope Today: ଆଜି କର୍ମକ୍ଷେତ୍ରରେ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ସରକାରୀ ଚାକିରିଆ ପାଇବେ ଖୁସି ଖବର!

Career Rashifal: ଆଜି ଅଗଷ୍ଟ ୨୧, ବୁଧବାର। ପ୍ରଭୁ ଗଣେଶଙ୍କ କୃପାରୁ ମେଷ, କର୍କଟଙ୍କ ସମେତ ଆଉ ୩ ରାଶିଙ୍କ ପାଇଁ ଆଜିର ଦିନ ବେଶ୍ ଭଲ ରହିବ। ବ୍ୟବସାୟୀମାନେ ବ୍ୟବସାୟରରେ ଭଲ ଆୟ କରିବା ସହିତ ଚାକିରିଆମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ରହିବ। ଆଉ କିଛି ରାଶିଙ୍କୁ ଆଜି ସତର୍କତାର ସହ ଚଳିବାକୁ ପଡିବ। ତେବେ, ଆସନ୍ତୁ ଜାଣିବା କର୍ମକ୍ଷେତ୍ରରେ କେଉଁସବୁ ରାଶିଙ୍କ ପାଇଁ ଆଜିର ଦିନ କିଭଳି ରହିବ।

 

1/12

ମେଷ: ମେଷ ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ ରହିବ। କଠିନ ପରିଶ୍ରମର ଫଳ ପାଇବେ।  କର୍ମକ୍ଷେତ୍ରରେ କାମ କରିବା ପାଇଁ ମନରେ ଉତ୍ସାହ ରହିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଯେଉଁଥିରେ ସଫଳତା ପାଇବେ। ପ୍ରତ୍ୟକ କାର୍ଯ୍ୟରେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ବ୍ୟବସାୟୀମାନେ ବାକି ପଡିଥିବା ଟଙ୍କା ପାଇବେ। ଆୟ ଠାରୁ ବ୍ୟୟ ଅଧିକ ରହିବ। ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍ ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। ସନ୍ଧ୍ୟା ସମୟରେ କୌଣସି ସ୍ଥାନକୁ ଜରୁରୀ ଯାତ୍ରା କରିବାକୁ ପଡିପାର। 

ALSO READ: Budhaditya Rajyog 2024: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ ବୁଦ୍ଧାଦିତ୍ୟ ରାଜଯୋଗ, ଆକସ୍ମିକ ଧନଲାଭର ରହିଛି ଯୋଗ!

ALSO READ: Today Horoscope: ଆଜି ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

2/12

ବୃଷ: କର୍ମକ୍ଷେତ୍ରରେ ଦିନ ଆରମ୍ଭରୁ ଅଶାନ୍ତିର ବାତାବରଣ ରହିବ। ନୂତନ କାର୍ଯ୍ୟକୁ ନେଇ ଟେନସନରେ ରହିବେ। ପୁରୁଣା ପ୍ରୋଜେକ୍ଟ କାର୍ଯ୍ୟ ଶେଷ ହୋଇ ନଥିବାରୁ ବରିଷ୍ଠ ଅଧିକାରୀଙ୍କ ଆକ୍ରୋଶର ଶୀକାର ହେବେ। କର୍ମକ୍ଷେତ୍ରରେ ଚାପ ଅଧିକ ରହିବ। ସହକର୍ମୀମାନେ କୌଣସି କାର୍ଯ୍ୟରେ ସହଯୋଗ କରିବେ ନାହିଁ। ଷଡଯନ୍ତ୍ରର ଶୀକାର ହୋଇପାରନ୍ତି। କ୍ଷୁତ୍ର ବ୍ୟବସାୟୀମାନେ ନିଜକୁ ଅଯଥା ଯୁକ୍ତିରୁ ଦୂରେଇ ରଖନ୍ତୁ। ବଡ- ମଧ୍ୟମ ଧରଣର ବ୍ୟବସାୟୀମାନେ ଆର୍ଥିକ ଦେଣନେଣରୁ ଦୂରେଇ ରୁହନ୍ତୁ। 

3/12

ମିଥୁନ: କଳା, ରିସର୍ଚ୍ଚ, ଶିକ୍ଷା,ସାମ୍ବାଦିକତା ଓ ରାଜନୈତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନ ଅନୁକୂଳ ରହିବ। କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ମିଳିପାରେ।  ପଦୋନ୍ନତି ସହ ଦରମା ବୃଦ୍ଧି ହୋଇପାରେ। ଗୁରୁଜନଙ୍କ ଠାରୁ ପରାମର୍ଶ ନେଇ କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନିଅନ୍ତୁ। ବ୍ୟବସାୟୀମାନେ ନୂତନ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରିବେ। ଯାହା ସେମାନଙ୍କୁ ଲାଭବାନ୍ କରାଇବ। 

4/12

କର୍କଟ: କର୍କଟ ରାଶିର ଲୋକେ ଆଜି ଦିନଟିକୁ ବେଶ ମଉଜ ମଜଲିସ୍ ରେ ଅତିବାହିତ କରିବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। ଯାହାକୁ ନେଇ ଖୁସି ଅନୁଭବ କରିବେ। କର୍ମକ୍ଷେତ୍ରରେ କୌଣସି ସହକର୍ମୀଙ୍କ ଆପଣଙ୍କୁ ପ୍ରେମ ନିବେଦନ କରିପାରନ୍ତି। ବ୍ୟବସାୟୀମାନେ ପୁରୁଣା ବିନିଯୋଗରୁ ଲାଭ ପାଇବେ। ବ୍ୟବସାୟିକ ଡିଲ୍ ଫାଇନାଲ୍ ହୋଇଫାରେ। ଠିକା ଶ୍ରେଣୀର ବ୍ୟବସାୟୀମାନଙ୍କ ଆୟ ବଢିବ। ପିତା-ମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।  ରିୟଲି-ଷ୍ଟେଟ୍ ବ୍ୟବସାୟୀଙ୍କୁ ନୂତନ ପ୍ରୋଜେକ୍ଟ ମିଳିପାରେ। ଆୟ ବଢିବା ସହ ପରିବାରରେ ହସଖୁସିର ମାହୋଲ୍ ରହିବ। 

 

5/12

ସିଂହ: ଆଜି କର୍ମକ୍ଷେତ୍ରରେ ଏ-ହି ରାଶିର ଲୋକଙ୍କ ଦିନଟି ବ୍ୟସ୍ତତା ଭିତରେ କଟିବ।  ପେଣ୍ତିଂ ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ପ୍ରଂଶସା କରିବା ସହ ସାବାସୀ ଦେବେ। ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଆୟ ଠାରୁ ବ୍ୟୟ ଅଧିକ ରହିବ । ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥିବାରୁ କ୍ଲାନ୍ତ ଅନୁଭବ କରିବେ। ବ୍ୟବସାୟୀମାନେ ଟଙ୍କା ବିନିଯୋଗ କରିବା ପାଇଁ ସମୟ ଭଲ ରହିଛି। ପାର୍ଟନରସିପ୍ ରେ ଚାଲୁଥିବା ବ୍ୟବସାୟରୁ ଅଧିକ ଲାଭ ମିଳିବ। କିନ୍ତୁ କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ପାଇନାଲ୍ ହେଉଥିବା ବେଳେ ସମସ୍ତ କାଗଜପତ୍ରକୁ ଧ୍ୟାନର ସହ ପଢି ଦସ୍ତଖତ କରନ୍ତୁ ନଚେତ୍ , ଠକାମୀର ଶୀକାର ହୋଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

 

6/12

କନ୍ୟା: କର୍ମକ୍ଷେତ୍ରରେ ଆଜି ସତର୍କତାର ସହ ଚଳିବାକୁ ପଡିବ। କୌଣସି କଥାକୁ ନେଇ ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ। ତେଣୁ ଅଯଥା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। ନିଜ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। କର୍ମକ୍ଷେତ୍ରରେ ଚାଲିଥିବା ଚୁଗୁଲି ମାନସିକ ଶାନ୍ତିକୁ ଖରାପ୍ କରିପାରେ। ତେଣୁ ଯଥା ସମ୍ଭବ ଚୁପ୍ ରହିବା ଶିଖନ୍ତୁ। ସମସ୍ତ ପରିସ୍ଥିତିକୁ ଧୌର୍ଯ୍ୟର ସହ ମୁକାବିଲା କରନ୍ତୁ। ଘରେ କୌଣସି ପ୍ରକାର ଶୁଭ କାର୍ଯ୍ୟ ହେବା ସହ ସନ୍ଧ୍ୟା ସମୟରେ ନିଜ ପରିବାର ଲୋକଙ୍କ ସହ କୌଣସି ସ୍ଥାନକୁ ଯାଇପାରନ୍ତି।ଗାଡି଼ ଚାଳନା ସମୟରେ ସତର୍କ ରୁହନ୍ତୁ। 

7/12

ତୁଳା:  ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନ ବେଶ୍ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଦିର୍ଘ ଦିନ ଧରି ଚାଲିଥିବା ବିବାଦରୁ ମୁକ୍ତି ପାଇବେ। ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ନେଇ ବିଦେଶ ଯାତ୍ରା କରିପାରନ୍ତି। ବ୍ୟବସାୟରୁ ହେବାକୁ ଥିବା ଡିଲ୍ ରୁ ପ୍ରଚୁର ଲାଭ ମିଳିବ। ବିଶେଷକରି ସରକାରୀ ଚାକିରିଆଙ୍କ ପାଇଁ ଦିନଟି ମଧ୍ୟମ ଧରଣର ରହିବ। ପିତାମାତାଙ୍କ ଦେଖ ଭଲ ନଥିବାରୁ କର୍ମକ୍ଷେତ୍ରରେ ମନ ଲାଗିବ ନାହିଁ। ଆୟ-ବ୍ୟୟ ସମାନ ରହିବ।  ପରୁଣା ବିନିଯୋଗରୁ ଲାଭ ପାଇବେ। କିନ୍ତୁ ପ୍ରେମୀମାନଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ। ସାଥୀଙ୍କ ସହ ଟଙ୍କା ପଇସାକୁ ନେଇ କୌଣସି ବିବାଦ ଦେଖାଦେଇପାରେ। ପରିବାର ଲୋକଙ୍କ ସହ କୌଣସି କଥାକୁ କେନ୍ଦ୍ର କରି ବିବାଦ ଦେଖାଦେଇପାରେ। 

8/12

ବିଛା : ବ୍ୟବସାୟୀମାନଙ୍କର ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଆସିବ। ଆଶା-କରୁଥିବା ଦିଗକୁ ଅର୍ଥପ୍ରାପ୍ତ ହେବ। ଆର୍ଥିକ ଦେଣନେଣ ପାଇଁ ସମୟ ଅତ୍ୟନ୍ତ ଅନକୂଳ ରହିବା । କିନ୍ତୁ ପାର୍ଟନରସିପ୍ ରେ କରୁଥିବା ବ୍ୟବସାୟରେ ନିଜ ପାର୍ଟନରଙ୍କୁ ଅନ୍ଧ ଭଳି ବିଶ୍ବାସ କରନ୍ତୁ ନାହିଁ। ନଚେତ୍ ଆଗାମୀ ଦିନରେ ସମସ୍ୟାରେ ପଡିବେ। ସରକାରୀ ଚାକିରିଆମାନେ ଆଜି କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ପାରିବାରିକ ଜୀବନ ସୁଖଦ ହେବା ସହ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟିବ। 

9/12

ଧନୁ: ଆଜି ଏ-ହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନ ଅଶୁଭ ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟ ଭାର ଅଧିକ ରହିବ। ବରିଷ୍ଠ ଅଧିକାରୀଙ୍କ ସହ ସହକର୍ମୀଙ୍କ ସହ କୌଣସି କଥାକୁ ନେଇ କଥା କଟାକଟି ହୋଇପାରେ। ହେବାକୁ ଥିବା ପଦୋନ୍ନତି ମଧ୍ୟ ଅଟକିପାରେ। ଶରୀର ଠିକ୍ ନ ଥିବାରୁ ଥକ୍କା ଅନୁଭବ କରିବେ। ନୂତନ କାର୍ଯ୍ୟ ଆରମ୍ଭ କୁ ନେଇ ଭୟଭୀତ ହୋଇପାରନ୍ତି। କ୍ଷୁତ୍ର-ମଧ୍ୟମ ଧରଣର ବ୍ୟବସାୟୀମାନେ ଆଜି ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରନ୍ତୁ ଅଧିକ ଲାଭ ପାଇବେ। ଗାଡି଼ ଚାଳନା ସମୟରେ ସତର୍କତା ଅନୁଭବ କରନ୍ତୁ। 

 

10/12

ମକର: ମକର ରାଶିର ଲୋକଙ୍କ ପାଇଁ ଆଜିର ଦିନ ଏତେ ଖାସ୍ ରହିବ ନାହିଁ।  କର୍ମକ୍ଷେତ୍ରରେ ଚାପ ଅଧିକ ରହିବ। ଯାହାକୁ ଶେଷ କରିବାରେ ସଫଳ ହେବେ ନାହିଁ। ଏନେଇ ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ସହକର୍ମୀଙ୍କ ଆଚରଣରେ ଅପମାନିତ ହେଲା ପରି ଅନୁଭବ କରିବେ। ନିଜର ଲୋକେ ମଧ୍ୟ ବିଶ୍ବାସଘାତକତା କରିପାରନ୍ତି। ବ୍ୟବସାୟରେ, ଲାଗିଥିବା ଟଙ୍କା ଆଜି ବୁଡି ଯାଇପାରେ। ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ। ସନ୍ଧ୍ୟା ସମୟରେ ନିଜ ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। ଯାହାକୁ ନେଇ ଆପଣ ଖୁବ୍ ଆନନ୍ଦିତ ଅନୁଭବ କରିବେ। 

11/12

କୁମ୍ଭ: ସେହିପରି , ଏହି ରାଶିର ଲୋକେ ଆଜି ମିଶ୍ରିତ ଫଳ ପାଇବେ। ବ୍ୟବସାୟୀମାନେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବା ପୂର୍ବରୁ ଜଣେ ଏକ୍ସପର୍ଟଙ୍କ ପରାମର୍ଶ ନିଅନ୍ତୁ। ପୁରୁଣା ବିନିଯୋଗରୁ ଲାଭ ପାଇବା ସହ ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡିତ ଥିବା ଲୋକେ ଅଧିକ ଲାଭବାନ୍ ହେବେ। ବୈବାହିକ ଜୀବନ ସୁଖମୟ ହେବା ସହ ଦାମ୍ପତ୍ୟ ଜୀବନରେ ମଧୁରତା ଭରିବ। ନିଜ ସାଥୀଙ୍କ ସହ କ୍ବାଲିଟି ଟାଇନ୍ ଅତିବାହିତ କରିବେ। 

12/12

ମୀନ:  ଏହି ରାଶିର ଲୋକେ ଆଜି ଅଧିକ ସତର୍କ ରହିବା ଜରୁରୀ । କର୍ମକ୍ଷେତ୍ରରେ ମାହୋଲ୍ ଭଲ ରହିବ ନାହିଁ। ସହକର୍ମୀଙ୍କ ଦ୍ବାରା କରାଯାଇଥିବା ଷଡଯନ୍ତ୍ରଙ୍କୁ ପଣ୍ତ କରିବାରେ ସଫଳ ହେବେ।  କର୍ପୋରେଟ୍ ସେକ୍ଟରରେ କାମ କରୁଥିବା ଲୋକଙ୍କ ପାଇଁ ଆଜି ପାଦେ ପାଦେ ବିପଦ ରହିଛି । ପେଣ୍ତି ରହିଥିବା କାର୍ଯ୍ୟକୁ ଶେଷ କରିବାରେ ଅସମର୍ଥ ହେବେ। ଯାହାକୁ ନେଇ ବରିଷ୍ଠ ଅଧିକାରୀଙ୍କ ଠାରୁ ଗାଳି ଶୁଣିପାରନ୍ତି।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)