Advertisement
Photo Details/zeeodisha/odisha2384778
photoDetails0hindi

Career Horoscope Today: କର୍ମକ୍ଷେତ୍ରରେ ଏହିସବୁ ରାଶିଙ୍କ ପାଇଁ ଅନୁକୂଳ ରହିବ ଆଜିର ଦିନ, କ୍ୟାରିୟରକୁ ନେଇ ମିଳିପାରେ ଖୁସି ଖବର!

Career Horoscope Today: ଆଜି ଅଗଷ୍ଟ ୧୫ ଗୁରୁବାର। ଭଗବାନ୍ ବିଷ୍ଣୁଙ୍କ ଆର୍ଶିବାଦରୁ ଧନୁ ସମତେ ୫ ରାଶିଙ୍କ ଭାଗ୍ୟ ଆଜି ଚମକିବ। ବ୍ୟବସାୟୀମାନେ ବ୍ୟବସାୟରେ ସଫଳତା ପାଇବା ସହ ଚାକିରିଆମାନେ କର୍ମକ୍ଷେତ୍ରରେ ଶୁଭଫଳ ପାଇବେ।  ତେବେ, ଆସନ୍ତୁ ଜାଣିବା ରାଶିଚକ୍ରରେ ଥିବା ୧୨ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ଆଜି କିଭଳି ଦିନ କାଟିବେ...

1/12

ମେଷ:  ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଖୁବ୍ ଭଲ ରହିବ। ଅଗଷ୍ଟ ୧୫ ଥିବାରୁ କର୍ମକ୍ଷେତ୍ରରେ ଏତେ କର୍ମଚାପ ରହିବ ନାହିଁ। ସହକର୍ମୀଙ୍କ ସହ କୌଣସି ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ବ୍ୟବସାୟୀଙ୍କ ପାଇଁ ଦିନଟି ସେତେଟା ଭଲ ରହିବ ନାହିଁ। ବ୍ୟବସାୟିକ ଡିଲ୍ ଫାଇନାଲ୍ ହେବା ସମୟରେ କୌଣସି କଥାକୁ ନେଇ ସାମ୍ନାବାଲା ସହିତ ବିବାଦ ଦେଖାଦେଇପାରେ। ତେଣୁ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିନ୍ତୁ। ନଚେତ୍ ଏହା ଆପଣଙ୍କ କାର୍ଯ୍ୟକୁ ସମ୍ପୁର୍ଣ୍ଣ ଭାବେ ପ୍ରଭାବିତ କରିପାରେ। ସଂନ୍ଧ୍ୟା ସମୟରେ ନିଜ ସାଥୀଙ୍କ ସହ ଭଲ ସମୟ ବିତାଇବେ। 

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ, ନୂତନ ନିଯୁକ୍ତି ନେଇ ମିଳିପାରେ ଖୁସି ଖବର!

ALSO READ: Shani Vakri 2024: ଏହିସବୁ ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ଶନିଙ୍କ ଓଲଟା ଚଳନ, ଜାଣନ୍ତୁ ଆପଣଙ୍କ ରାଶି ଉପରେ କ'ଣ ପଡି଼ବ ପ୍ରଭାବ?

2/12

ବୃଷ: ଏହି ରାଶିର ଲୋକଙ୍କ ଦିନଟି ବ୍ୟସ୍ତତା ଭିତରେ କଟିବ। କର୍ମକ୍ଷେତ୍ରର କାମ ଅଧିକ ଥିବାରୁ ଅଣନିଶ୍ବାସୀ ଅନୁଭବ କରିବେ।  ବରିଷ୍ଠ ଅଧିକାରୀଙ୍କ ଠାରୁ କିଛି ବଡ଼ ପ୍ରୋଜେକ୍ଟ କାର୍ଯ୍ୟ ମିଳିପାରେ। ଯାହାକୁ ନେଇ ଆପଣ ଟେନସନରେ ରହିବ। ଏହି ପ୍ରୋଜେକ୍ଟ କାର୍ଯ୍ୟକୁ ଶେଷ କରିବା ପାଇଁ ସହକର୍ମୀଙ୍କ ଠାରୁ କୌଣସି ପ୍ରକାର ସହଯୋଗ ପାଇବେ ନାହିଁ। ବ୍ୟବସାୟୀମାନେ ଆଜି କୌଣସି ସ୍ଥାନରେ ପୁଞ୍ଚି ବିନିଯୋଗ କଲେ ଲାଭବାନ୍ ହେବେ। ଆୟ ଠାରୁ ବ୍ୟୟ ଅଧିକ ରହିବ। ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବ। ପ୍ରେମୀମାନଙ୍କ ପାଇଁ  ସମୟ ଖୁବ୍ ଭଲ ରହିବ। 

 

3/12

ମିଥୁନ: ଏହି ରାଶିର ଲୋକଙ୍କ ପାଇଁ ଦିନଟି ଉତ୍ସାହରେ ପରିପୂର୍ଣ୍ଣ ରହିବ। କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। ପଦୋନ୍ନତି ନେଇ ଚର୍ଚ୍ଚା ହେଉଥିବା ଖବର ପାଇ ମନ ଆନନ୍ଦିତ ରହିବ। ବ୍ୟବସାୟୀମାନେ ଯଦି ନିଜ ବ୍ୟବସାୟରେ ନୂତନ ଟେକନୋଲଜି ଓ ଜ୍ଞାନର ବ୍ୟବହାର କରନ୍ତି । ତେବେ, ଆପଣ ଶୁଭଫଳ ପାଇବା ସହ ଆୟ ବଢିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ତିକ୍ତତା ଶେଷ ହେବ।  

4/12

କର୍କଟ:  ଏହି ରାଶିର ଲୋକେ ଆଜି ଟିକେ ସତର୍କତାର ସହ ଚଳିବା ଉଚିତ୍। କାହିଁକିନା କର୍ମକ୍ଷେତ୍ରରେ ହୋଇଥିବା ଷଡଯନ୍ତ୍ରର ଶୀକାର ହୋଇପାରନ୍ତି। ତେଣୁ ଅଯଥା ବିବାଦରୁ ନିଜକୁ ଦୂରେଇ ରଖିବା ବୁଦ୍ଧିମାନର କାମ । ଆଜି କର୍ମକ୍ଷେତ୍ରରେ କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ଗ୍ରହଣ କରନ୍ତୁ ନାହିଁ। ବ୍ୟବସାୟୀମାନେ ବ୍ୟବସାୟରେ ଭଲ ଲାଭ ପାଇବେ ନାହିଁ। । ଯଦି କୌଣସି  ନୂତନ କାର୍ଯ୍ୟକୁ ଆଜି ବ୍ୟବସାୟରେ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି । ତେବେ, ତାହାକୁ ସ୍ଥଗିତ ରଖନ୍ତୁ। ନଚେତ୍ କ୍ଷତି ସହିବାର ଯଥେଷ୍ଟ ସମ୍ଭାବନା ରହିଛି । ପାରିବାରିକ ବିବାଦ ଯୋଗୁଁ ଦିନସାରା ଟେନସନରେ ରହିବେ। 

5/12

ସିଂହ: ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଦିର୍ଘ ଦିନ ଧରି କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ବାଃ ବାଃ କରିବେ। ବ୍ୟବସାୟୀ ମାନଙ୍କ ଲାଗି ବି ଦିନଟି ଭଲ ରହିବ। ବ୍ୟବସାୟରେ ବାକି ପଡିଥିବା ଅର୍ଥ ଆଜି ପ୍ରାପ୍ତ ହେବ।  କୌଣସି ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହୋଇପାରେ। କିନ୍ତୁ କୌଣସି କଥାକୁ ନେଇ ନିଜ ପରିବାରରେ ଅଶାନ୍ତି ଦେଖାଦେବ। ନିଜ ପିତାମାତାଙ୍କ ସହ ଯୁକ୍ତିତର୍କ ହୋଇପାରେ। ସନ୍ଧ୍ୟା ସମୟରେ ନିଜ ସାଙ୍ଗ ମାନଙ୍କ ସହ ଭେଟ ହୋଇପାରେ। 

6/12

କନ୍ୟା: କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ପ୍ରତିକୂଳ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମନୋ ମାଳିନ୍ୟ ହୋଇପାରେ। କର୍ମକ୍ଷେତ୍ରରେ ଚାପ ଅଧିକ ରହିବାକୁ ମନ ବିଚଳିତ ରହିବ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ମଧ୍ୟମ ଧରଣର ରହିବ। ଆଜି ବ୍ୟବସାୟରେ କୌଣସି ପ୍ରକାର ଆର୍ଥିକ ଦେଣନେଣ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। 

7/12

ତୁଳା: ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଦିର୍ଘ ଦିନର ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ମାହୋଲ୍ ଭଲ ରହିବ। କିନ୍ତୁ ସହକର୍ମୀଙ୍କ ଆଚରଣ ଆପଣଙ୍କୁ ମର୍ମାହତ କରିପାରେ। ତେଣୁ ସହକର୍ମୀଙ୍କ ସହ ଦେଖିଚାହିଁ କଥା ବାର୍ତ୍ତା କରନ୍ତୁ। ଅନ୍ୟମାନଙ୍କୁ ସାହାର୍ଯ୍ୟ ସହଯୋଗ କରିବାରେ ସମୟ ଅତିବାହିତ କରିବେ। କଠିନ ପରିଶ୍ରମର ଫଳ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଏତେ ଭଲ ରହିବ ନାହିଁ। ନିଜ ସାଥୀଙ୍କ ସହ କୌଣସି କଥାକୁ ନେଇ କଥାକଟାକଟି ହୋଇପାରେ। 

 

8/12

ବିଛା: ବିଛା ରାଶିର ଲୋକମାନେ ଆଜି ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ।  କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ଭଲ କାମ ପାଇଁ ବରିଷ୍ଠ ଅଧିକାରୀ ଓ ସହକର୍ମୀମାନେ ପ୍ରଶଂସା କରିବେ। ଆଜି ବ୍ୟବସାୟୀମାନେ କୌଣସି ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ। ବ୍ୟବସାରେ ପୁଞ୍ଚି ବିନିଯୋଗ ପାଇଁ ସମୟ ଭଲ ରହିଛି। ଆଜି ସଂନ୍ଧ୍ୟାରେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ଗାଡି଼ ଚାଳନା ବେଳେ ସତର୍କ ରୁହନ୍ତୁ। ନଚେତ୍ କୌଣସି ପ୍ରକାର ଅଘଟଣର ସାମ୍ନା କରିପାରନ୍ତି। 

 

9/12

ଧନୁ: ଏହି ରାଶିର ଲୋକଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିପାରେ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିପାରେ। ଦରମା ବୃଦ୍ଧି ହେବା ସହ ଆୟ ବଢିବ। ସମସ୍ତ କାର୍ଯ୍ୟରେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ଅଫିସ୍ ଟୁର୍ ରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ଆଜି ନେଇପାରନ୍ତି। ସାଥୀଙ୍କ ସହ ସଂନ୍ଧ୍ୟା ସମୟରେ ଏକ ଲଙ୍ଗ୍ ଡ୍ରାଇଭ୍ ରେ ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିବ। 

 

10/12

ମକର:  ମକର ରାଶିଙ୍କୁ ଆଜି ସତର୍କତାର ସହ ଚଳିବାକୁ ପଡି଼ବ। କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ। ତେଣୁ ଏହି ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। ବ୍ୟବସାୟୀମାନେ ଆଜି କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାରେ ସଫଳ ହେବେ। ସେୟାର ବଜାରରେ ଟଙ୍କା ବିନିଯୋଗ କଲେ ଲାଭ ଦ୍ବିଗୁଣିତ ପାଇବେ।  ଅବିବାହିତଙ୍କ ପାଇଁ ଘରକୁ ଭଲ ବିବାହ ପ୍ରସ୍ତାବ ଆସିପାରେ। ସନ୍ଧ୍ୟା ସମୟରେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। 

 

11/12

କୁମ୍ଭ:  ଏହି ରାଶିର ଲୋକେ ଆଜି ଦିନଟି ମଉଜ ମଜଲିସ୍ ରେ ଅତିବାହିତ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ସମସ୍ତ ପ୍ରକାର ସହଯୋଗ ପାଇବେ। ବେକାରୀମାନେ ଆଜି କୌଣସି ସ୍ଥାନରୁ ଅଫର ଲେଟର ବା ନିଯୁକ୍ତି ପତ୍ର ପାଇପାରନ୍ତି। ଆୟ-ବ୍ୟୟ ସମାନ ରହିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। କିନ୍ତୁ ସନ୍ଧ୍ୟା ସମୟରେ କୌଣସି ସ୍ଥାନରୁ ଭଲ ଖବର ପାଇବେ। 

12/12

ମୀନ: ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅଶୁଭ ରହିପାରେ। କର୍ମକ୍ଷେତ୍ରରେ କୌଣସି କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକରୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ଦିର୍ଘ ଦିନଧରି ପେଣ୍ତିଂ ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଆମଦାନୀ-ରପ୍ତାନୀ ରେ ଜଡ଼ିତ ଥିବା ବ୍ୟବସାୟୀମାନ ଶୁଫଫଳ ପାଇବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ରାଜନୌତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଖୁବ୍ ଭଲ ରହିବ। ଦଳ ପକ୍ଷରୁ କୌଣସି ବଡ଼ ପଦବୀ ମିଳିପାରେ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)