Advertisement
photoDetails0hindi

କର୍ମଜୀବୀଙ୍କ ପାଇଁ ଖୁସି ଖବର; ବଦଳିବ କାର୍ଯ୍ୟ ନିର୍ଘଣ୍ଟ, ଓଭର ଟାଇମ୍ କଲେ ଡବଲ୍ ଦରମା

୨୦୧୯ରେ ସରକାର New Wage Code ପାସ କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ, କାର୍ଯ୍ୟ ସମୟ ୮ ଘଣ୍ଟା କିମ୍ବା ୧୨ ଘଣ୍ଟା ହେବ। ସେବେଠାରୁ ଏହାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି।

୧୨ ନୁହେଁ ୮ ଘଣ୍ଟା ହୋଇପାରେ କାର୍ଯ୍ୟ ନିର୍ଘଣ୍ଟ

1/4
୧୨ ନୁହେଁ ୮ ଘଣ୍ଟା ହୋଇପାରେ କାର୍ଯ୍ୟ ନିର୍ଘଣ୍ଟ

The Economic Timesରେ ପ୍ରକାଶିତ ଖବର ଅନୁଯାୟୀ ସରକାରୀ କର୍ମଚାରୀମାନେ କହିଛନ୍ତି ଯେ, ଦୈନନ୍ଦିନ କାର୍ଯ୍ୟ ସମୟକୁ କେବଳ ୮ ଘଣ୍ଟା ରଖିବାକୁ ବିଚାର କରାଯାଉଛି। କିନ୍ତୁ ଏହା ପରେ Over Times ଆରମ୍ଭ ହେବ। ଆଉ ଏଥିପାଇଣ ନିଯୁକ୍ତିଦାତାଙ୍କୁ ଅତିକମରେ କର୍ମଚାରୀଙ୍କ ଦୈନିକ ଦରମାର ଦୁଇଗୁଣା ପାଉଣା ଦେବାକୁ ପଡିବ।

୧୫ ମିନିଟ୍ ଅଧିକ କାମ କଲେ ବି ମିଳିବ Over Time

2/4
 ୧୫ ମିନିଟ୍ ଅଧିକ କାମ କଲେ ବି ମିଳିବ Over Time

Factories Act ଅନୁଯାୟୀ, କମ୍ପାନୀଗୁଡିକ ସେମାନଙ୍କ କର୍ମଚାରୀଙ୍କୁ ୯ ଘଣ୍ଟାରୁ ଅଧିକ ସମୟ କାମ କରାଉଛନ୍ତି। ଏଥିପାଇଁ କର୍ମଚାରୀଙ୍କୁ Over Time ଦିଆଯାଉନାହିଁ। କିନ୍ତୁ ଏବେ New Labour Lawsରେ କର୍ମଚାରୀ କେବଳ ୮ ଘଣ୍ଚା କାମ କରିବେ। ଯଦି ସେ ୧୫ ମିନିଟ ମଧ୍ୟ ଅଧିକ କାମ କରନ୍ତି, ତେବେ ତାଙ୍କୁ Over Time ଦିଆଯିବ।

ପ୍ରଥମ ଡ୍ରାଫ୍ଟରେ ଥିଲା ୧୨ ଘଣ୍ଟା

3/4
 ପ୍ରଥମ ଡ୍ରାଫ୍ଟରେ ଥିଲା ୧୨ ଘଣ୍ଟା

ସବୁଠୁ ଚିନ୍ତାର ବିଷୟ ହେଲା ଶ୍ରମ ମନ୍ତ୍ରାଳୟର ୨୦୨୦ ନଭେମ୍ବରରେ ଜାରି କରାଯାଇଥିବା ଡ୍ରାଫ୍ଟ। କାରଣ ଏହି ଡ୍ରାଫ୍ଟରେ କର୍ମଚାରୀଙ୍କ କାର୍ଯ୍ୟ ନିର୍ଘଣ୍ଟ ୧୨ ଘଣ୍ଟାକୁ ବୃଦ୍ଧି କରାଯାଇ ପାରେ ବୋଲି କୁହାଯାଇଥିଲା। ବର୍ତ୍ତମାନ ଏହା ୯ ଘଣ୍ଟା ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ New Labour Lawsକୁ ନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ। ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେଉଛି।

ସଠିକ ସମୟରେ ବେତନ ପ୍ରାବଧାନ

4/4
ସଠିକ ସମୟରେ ବେତନ ପ୍ରାବଧାନ

୨୦୧୯ ଅଗଷ୍ଟରେ ପାସ କରାଯାଇଥିବା Wage Code 2019 ଆସନ୍ତାବର୍ଷ ଏପ୍ରିଲ ପହିଲାରୁ ଲାଗୁହେଇପାରେ। ଏଥିରେ ବେତନକୁ ନେଇ ୪ ପ୍ରକାରର ନିୟମ କରାଯାଇଛି ଯଥା- Payment of Wages Act, 1936, Minimum Wages Act, 1948, Payment of Bonus Act, 1965 ଓ Equal Remuneration Act, 1976। ଏହା ଲାଗୁ ହେଲେ କର୍ମଚାରୀଙ୍କ ସଠିକ ସମୟରେ ସର୍ବନିମ୍ନ ବେତନ ମିଳିପାରିବ।